୧୩ ଜିଲ୍ଲା ପ୍ରତି ‘ଜୱାଦ’ ବିପଦ: ଆଲର୍ଟରେ ସେନା ଓ ଏନ୍‌ଡିଆରଏଫ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ‘ଜୱାଦ’ର ରୂପ ନେଇ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳ ଛୁଇଁବାର ସମ୍ଭାବନା ଥିବାରୁ ସରକାରୀସ୍ତରରେ ଏହାର ମୁକାବିଲା ପାଇଁ ପଦକ୍ଷେପ ନିଆଯାଇଛି। କେନ୍ଦ୍ର ସରକାରଙ୍କ ଜାତୀୟ କ୍ରାଇସିସ୍ ମ୍ୟାନେଜମେଣ୍ଟ କମିଟି ଆଜି ଏହି ସମ୍ଭାବ୍ୟ ବାତ୍ୟା ‘ଜୱାଦ’ର ସମୀକ୍ଷା କରି ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ପାଇଁ ଭାରତୀୟ ନୌସେନା ଓ […]

cyclone

cyclone

Ordigital Desk
  • Published: Wednesday, 01 December 2021
  • Updated: 02 December 2021, 01:38 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ‘ଜୱାଦ’ର ରୂପ ନେଇ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳ ଛୁଇଁବାର ସମ୍ଭାବନା ଥିବାରୁ ସରକାରୀସ୍ତରରେ ଏହାର ମୁକାବିଲା ପାଇଁ ପଦକ୍ଷେପ ନିଆଯାଇଛି। କେନ୍ଦ୍ର ସରକାରଙ୍କ ଜାତୀୟ କ୍ରାଇସିସ୍ ମ୍ୟାନେଜମେଣ୍ଟ କମିଟି ଆଜି ଏହି ସମ୍ଭାବ୍ୟ ବାତ୍ୟା ‘ଜୱାଦ’ର ସମୀକ୍ଷା କରି ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ପାଇଁ ଭାରତୀୟ ନୌସେନା ଓ ସ୍ଥଳସେନାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏହାସହିତ ୩୨ଟି ଏନଡିଆରଏଫ ଟିମ୍‌କୁ ମୁତୟନ କରାଯାଇଥିବାବେଳେ ଅତିରିକ୍ତ ଏନଡିଆରଏଫ ଟିମକୁ ମଧ୍ୟ ସଜାଗ କରାଯାଇଛି। ଓଡ଼ିଶା ସରକାର ମଧ୍ୟ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରି ୧୩ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବା ଓ ୮ସୂତ୍ରୀୟ ଚେକ୍ ଲିଷ୍ଟ ଏବଂ ବନ୍ୟା ପାଇଁ ଜାରି ଏସଓପି ଆଧାରରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ, କେନ୍ଦ୍ର କ୍ୟାବିନେଟ୍‌ ସଚିବ ରାଜୀବ ଗୌବାଙ୍କ ଜାତୀୟ କ୍ରାଇସିସ୍ ମ୍ୟାନେଜମେଣ୍ଟ କମିଟି ଆଜି ସମ୍ଭାବ୍ୟ ବାତ୍ୟା ‘ଜୱାଦ’ର ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ଆଣ୍ଡାମାନ ନିକୋବରର ମୁଖ୍ୟ ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସାମିଲ ହୋଇଥିଲେ। ବାତ୍ୟା ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ସମେତ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌, ବିଶାଖାପାଟଣା ଓ ବିଜୟନଗରମ ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି। ଏଥିପାଇଁ କେନ୍ଦ୍ର ସରକାର ୩୨ଟି ଏନଡିଆରଏଫ ଟିମକୁ ଏସବୁ ଜିଲ୍ଲାରେ ମୁତୟନ କରାଇଥିବାବେଳେ ଅତିରିକ୍ତ ଟିମକୁ ଷ୍ଟାଣ୍ଡବାଏ ରଖିଛନ୍ତି। ଏହାସହିତ ରିଲଫ ଓ ଉଦ୍ଧାର କାର୍ଯ୍ୟ କରିବା ନିମନ୍ତେ ଭାରତୀୟ ନୌସେନା ଓ ସ୍ଥଳସେନାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଏହି ସାମୁଦ୍ରିକ ଝଡ଼ ଡିସେମ୍ବର ୩ତାରିଖରେ ବାତ୍ୟାର ରୂପ ନେଇ ଡିସେମ୍ବର ୪ତାରିଖ ସକାଳ ସମୟରେ ଆନ୍ଧ୍ର ଓ ଓଡ଼ିଶା ଉପକୂଳ ଅତିକ୍ରମ କରିବ ବୋଲି ଜାତୀୟ କ୍ରାଇସିସ୍ ମ୍ୟାନେଜମେଣ୍ଟ କମିଟି ପକ୍ଷରୁ କୁହାଯାଇଛି ।

ଅନ୍ୟପକ୍ଷରେ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ସମ୍ଭାବ୍ୟ ବାତ୍ୟା ‘ଜୱାଦ’ର ମୁକାବିଲା ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଉପକୂଳବର୍ତ୍ତୀ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ଓ ଆବଶ୍ୟକ ପ୍ରସ୍ତୁତି କରିବା ନିମନ୍ତେ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ସୂଚନା ଦେଇଥିଲେ ଯେ, ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଜୱାଦ ଆସନ୍ତା ୪ ତାରିଖ ସୁଦ୍ଧା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶର ନିକଟବର୍ତ୍ତୀ ସମୁଦ୍ରରେ ପହଂଚିବ। ଏହାର ପ୍ରଭାବରେ ୩ତାରିଖ ସକାଳୁ ଓଡ଼ିଶା ଉପକୂଳ ନିକଟବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ୭୦ରୁ ୯୦କିମି ବେଗରେ ପବନ ବୋହିବାର ପୂର୍ବାନୁମାନ କରାଯାଇଛି। ତେବେ ଆସନ୍ତାକାଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବାତ୍ୟାର ଗତିପଥ ଓ ପବନର ଗତି ବିଷୟରେ ଅଧିକ ସୂଚନା ମିଳିବ ବୋଲି ସେ କହିଛନ୍ତି । ଇତିମଧ୍ୟରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଓଡ୍ରାଫ, ଏନଡିଆରଏଫ ଓ ଅଗ୍ନିଶମ ସେବା ବାହିନୀଙ୍କୁ ପ୍ରସ୍ତୁତ କରାଯାଇଛି। ପ୍ରାୟ ୧୦୮ଟି ଓଡ୍ରାଫ ଓ ଏନଡିଆରଏଫ ଟିମ୍ ଏବଂ ୨୦୦ଟି ଅଗ୍ନିଶମ ସେବା ବାହିନୀ ଟିମକୁ ଆବଶ୍ୟକତା ଅନୁସାରେ ମୁତୟନ କରାଯିବ ବୋଲି ସେ କହିଛନ୍ତି ।

ସେହିପରି ସମ୍ଭାବ୍ୟ ବାତ୍ୟା ଯୋଗୁ ପ୍ରଭାବିତ ହେବାର ଆଶଙ୍କା ଥିବା ଗଞ୍ଜାମ,ଗଜପତି, ପୁରୀ, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, କଟକ, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ସମେତ ମୋଟ ୧୩ଟି ଜିଲ୍ଲାର ଜିଲ୍ଲାର ଜିଲ୍ଲାପାଳଙ୍କ ସହ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ସିଧାସଳଖ ଆଲୋଚନା କରିଥିଲେ ।

୩ ତାରିଖ ସୁଦ୍ଧା ବାତ୍ୟାର ଗତିପଥ ଜଣାପଡ଼ିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ତଳୁଆ ଓ ମାଟିଘରେ ରହୁଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ସହ ସେମାନଙ୍କୁ ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କୁ ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ସଚେତନ କରାଇବା ପାଇଁ ମାଇକ୍ ମାଧ୍ୟମରେ ପ୍ରଚାର କରିବା ଓ ଅସହାୟ, ବୃଦ୍ଧ, ଆସନ୍ନପ୍ରସବା ମହିଳାମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି । ଜୱାଦ ପ୍ରଭାବରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ କଟକ, ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକ, ଯାଜପୁର ଆଦି ସହରରେ ବର୍ଷା ଜଳ ନିଷ୍କାସନ ପାଇଁ ଅଧିକ ପମ୍ପ ପ୍ରସ୍ତୁତ ରଖିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ବାତ୍ୟା ‘ଜୱାଦ’ ପ୍ରଭାବରେ ଆସନ୍ତା ୨ତାରିଖ ରାତିରୁ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ଓ ୩ତାରିଖରୁ ବର୍ଷା ସହ ଘଣ୍ଟାପ୍ରତି ୭୦ରୁ ୯୦କିମି ବେଗରେ ପବନ ବୋହିବାର ଆଶଙ୍କା ରହିଛି । ଏହି ପବନ ବୃଦ୍ଧି ପାଇଁ ଡିସେମ୍ବର ୪ତାରିଖ ସକାଳେ ଘଣ୍ଟା ପ୍ରତି ୧୧୦ରୁ ୧୨୦କିମି ବେଗରେ ପବନ ବୋହିବ ବୋଲି ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story