ଖେଳୁଛି ବୁଲ୍‌ବୁଲ୍‌, କେଉଁଠି ସ୍ଥଳଭାଗ ଛୁଇଁବ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବୁଲ୍‌ବୁଲ୍‌କୁ ନେଇ ସସ୍ପେନ୍ସ। ସମ୍ଭାବ୍ୟ ବାତ୍ୟା ବୁଲ୍‌ବୁଲ୍ ନିର୍ଦ୍ଦିଷ୍ଟ ଭାବେ କେଉଁ ଉପକୂଳ ଛୁଇଁବ ସେ ନେଇ ଏଯାଏଁ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିନାହିଁ । ଆହୁରି ୫ ଦିନ ଏହା ସମୁଦ୍ର ଉପରେ ହିଁ ରହିବ ବୋଲି ପୂର୍ବାନୁମାନ କରିଛି ଆଇଏମ୍‌ଡି। ଏହାର ପ୍ରଭାବରେ ୯-୧୦ ତାରିଖରେ ଉତ୍ତର ଉପକୂଳ ଓଡ଼ିଶାରେ ପବନ ସହ ବର୍ଷା ସମ୍ଭାବନା ରହିଛି। ଆଇଏମ୍‌ଡିର ସଦ୍ୟ ବୁଲେଟିନ୍ ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଆଡ଼କୁ […]

gc90

gc90

Tapas Behera
  • Published: Wednesday, 06 November 2019
  • Updated: 06 November 2019, 08:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବୁଲ୍‌ବୁଲ୍‌କୁ ନେଇ ସସ୍ପେନ୍ସ। ସମ୍ଭାବ୍ୟ ବାତ୍ୟା ବୁଲ୍‌ବୁଲ୍ ନିର୍ଦ୍ଦିଷ୍ଟ ଭାବେ କେଉଁ ଉପକୂଳ ଛୁଇଁବ ସେ ନେଇ ଏଯାଏଁ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିନାହିଁ । ଆହୁରି ୫ ଦିନ ଏହା ସମୁଦ୍ର ଉପରେ ହିଁ ରହିବ ବୋଲି ପୂର୍ବାନୁମାନ କରିଛି ଆଇଏମ୍‌ଡି। ଏହାର ପ୍ରଭାବରେ ୯-୧୦ ତାରିଖରେ ଉତ୍ତର ଉପକୂଳ ଓଡ଼ିଶାରେ ପବନ ସହ ବର୍ଷା ସମ୍ଭାବନା ରହିଛି। ଆଇଏମ୍‌ଡିର ସଦ୍ୟ ବୁଲେଟିନ୍ ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଆଡ଼କୁ ମୁହାଁଇପାରେ । ଏପଟେ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ SRCଙ୍କ ଚିଠି ପରେ ଗ୍ରାଉଣ୍ଡ ଲେଭେଲରେ ପ୍ରକାଶ ପାଇଛି ତତ୍ପରତା।

କେଉଁ ଉପକୂଳକୁ କେତେବେଳେ ଅତିକ୍ରମ କରିବ? ସମ୍ଭାବ୍ୟ ବାତ୍ୟା ବୁଲ୍‌ବୁଲ୍‌ର ପ୍ରଭାବ କଣ ରହିବ? ସେ ନେଇ ଏପର୍ଯ୍ୟନ୍ତ କରିହେଉନି ସଠିକ୍ ପୂର୍ବାନୁମାନ। ଏହାଭିତରେ ଡିପ୍ ଡିପ୍ରେସନ୍ର ରୂପ ନେଇସାରିଛି ଅବପାତ। ଆସନ୍ତାକାଲି ସକାଳ ସୁଦ୍ଧା ଏହା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି। ଶେଷ ଖବର ସୁଦ୍ଧା ଡିପ୍ ଡିପ୍ରେସନ୍ ପାରାଦ୍ୱୀପଠାରୁ ପ୍ରାୟ ୮୦୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ଥିଲା । ଏହା ଅତି ମନ୍ଥର ବେଗରେ ଗତି କରୁଛି । ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଏହା ଉତ୍ତର ଓଡ଼ିଶା, ପଶ୍ଚିମ ବଙ୍ଗ ଓ ବାଂଲାଦେଶ ଉପକୂଳ ଆଡକୁ ଧୀରେ ଧୀରେ ମୁହାଁଇବ ବୋଲି ପୂର୍ବାନୁମାନ କରିଛି ଆଇଏମ୍‌ଡି। ତେବେ ବାତ୍ୟା ପ୍ରଭାବରେ ୯-୧୦ ତାରିଖ ବେଳକୁ ଉତ୍ତର ଉପକୂଳ ଓଡ଼ିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହିତ ୮ ତାରିଖ ସଂଧ୍ୟାରୁ ପବନର ବେଗ ବଢ଼ିବ।

ସେପଟେ ସମ୍ଭାବ୍ୟ ବର୍ଷା-ପବନର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଧାନ ଅମଳ ସମୟ ହୋଇଥିବାରୁ ଚାଷୀଙ୍କ ମଧ୍ୟରେ ଛନକା ପଶିଛି। ଅମଳକ୍ଷମ ଫସଲକୁ କିପରି ସୁରକ୍ଷିତ ରଖିବେ ସେ ନେଇ ଆଡ଼ଭାଇଜରି ଜାରି କରି ସତର୍କ କରିଛି କୃଷି ବିଭାଗ । ମତ୍ସ୍ୟଜୀବୀମାନଙ୍କୁ ୮ ତାରିଖ ସକାଳ ସୁଦ୍ଧା ସମୁଦ୍ରରୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି। ପୁଣିଥରେ ସମ୍ଭାବ୍ୟ ବାତ୍ୟା ନେଇ ଭୟଭୀତ ନହେବାକୁ ଅପିଲ୍ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର୍। ଏପଟେ ଜିଲ୍ଲାସ୍ତରରେ ୨୪ ଘଣ୍ଟିଆ କୋଣ୍ଟ୍ରୋଲ୍ ରୁମ୍, ଶୁଖିଲା ଖାଦ୍ୟ, ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଉଛି।

ଆସନ୍ତା ୫ ଦିନ ମଧ୍ୟରେ ସମ୍ଭାବ୍ୟ ବାତ୍ୟା ସମୁଦ୍ର ଉପରେ ହିଁ ରହିବାର ସମ୍ଭାବନା ଥିବାରୁ, ଏହାର ଗତିପଥକୁ ନେଇ ଏବେ ବି ସସ୍ପେନ୍ସ ଲାଗି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos