ତିତ୍‌ଲି ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି

ଗଜପତି (ଓଡ଼ିଶା ରିପୋର୍ଟର): ବାତ୍ୟା ତିତ୍‌ଲିର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗଜପତି ଜିଲ୍ଲାରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଥିବା ଏସ୍‌ଆରସି ସୂଚନା ଦେଇଛନ୍ତି। ଜୋର୍ ପବନରେ ଉପୁଡ଼ି ପଡ଼ିଛି ବଡ଼ ବଡ଼ ଗଛ। ଏଯାଏ ଗଛ ସଫା କରାଯାଇ ନଥିବାରୁ ରାସ୍ତା ଅବରୋଧ ହୋଇଛି ।  ସେହିପରି ଖୁଣ୍ଟ ଭାଙ୍ଗି ପଡ଼ିଥିବାରୁ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଛି । ଟେଲି ଯୋଗାଯୋଗ ମଧ୍ୟ ପ୍ରଭାବିତ ହୋଇଛି। ପାରଳାଖେମୁଣ୍ଡିରୁ ବିଭିନ୍ନ ସ୍ଥାନକୁ ଯୋଗାଯୋଗ ପୂରା ବିଚ୍ଛିନ୍ନ ହୋଇ […]

gg

Tapas Behera
  • Published: Thursday, 11 October 2018
  • , Updated: 11 October 2018, 05:33 PM IST

ଗଜପତି (ଓଡ଼ିଶା ରିପୋର୍ଟର): ବାତ୍ୟା ତିତ୍‌ଲିର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗଜପତି ଜିଲ୍ଲାରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଥିବା ଏସ୍‌ଆରସି ସୂଚନା ଦେଇଛନ୍ତି। ଜୋର୍ ପବନରେ ଉପୁଡ଼ି ପଡ଼ିଛି ବଡ଼ ବଡ଼ ଗଛ। ଏଯାଏ ଗଛ ସଫା କରାଯାଇ ନଥିବାରୁ ରାସ୍ତା ଅବରୋଧ ହୋଇଛି ।  ସେହିପରି ଖୁଣ୍ଟ ଭାଙ୍ଗି ପଡ଼ିଥିବାରୁ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଛି । ଟେଲି ଯୋଗାଯୋଗ ମଧ୍ୟ ପ୍ରଭାବିତ ହୋଇଛି।

ପାରଳାଖେମୁଣ୍ଡିରୁ ବିଭିନ୍ନ ସ୍ଥାନକୁ ଯୋଗାଯୋଗ ପୂରା ବିଚ୍ଛିନ୍ନ ହୋଇ ପଡ଼ିଛି । ପାରଳାଖେମୁଣ୍ଡିରେ ଭୋର ସାଢ଼େ ୪ଟାରୁ ସାଢ଼େ ୬ଟା ଯାଏ ଜୋର୍ ପବନ ହୋଇଥିଲା। ଏହା ପରେ ପବନର ବେଗ ଟିକେ କମିଯାଇଥିଲା । ଏଥିରେ ବହୁ ବିଦ୍ୟୁତ୍‌ ଖୁଣ୍ଟ ଓ ଗଛ ଉପୁଡ଼ି ପଡ଼ିଛି । ବସ୍ତି ଅଞ୍ଚଳରେ ଭାଙ୍ଗି ପଡ଼ିଛି ଝାଟିମାଟି ଘର।  ଛଣ ଛପର ଉଡ଼ି ଯାଇଛି।

Related story