କାକିନାଡ଼ା ପାଖରେ ଉପକୂଳ ଛୁଇଁବ ବାତ୍ୟା ଅସାନି: ଓଡ଼ିଶା ଛୁଇଁବନି, ତଥାପି ଜୋରଦାର ପ୍ରସ୍ତୁତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅସାନି’ ଏବେ ଉପକୂଳ ଆଡ଼େ ମୁହାଁଇଛି । ଆସନ୍ତାକାଲି ମଧ୍ୟାହ୍ନରେ ଏହା ଆନ୍ଧ୍ରପ୍ରଦେଶର କାକିନାଡ଼ା ଓ ବିଶାଖାପାଟଣା ନିକଟରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି। ଆଜି ସନ୍ଧ୍ୟାରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଜେନା କହିଛନ୍ତି ଯେ, ଏହି ବାତ୍ୟା କାକିନାଡ଼ା ନିକଟରେ ଉପକୂଳ ଛୁଇଁବା ପରେ ପୁଣିଥରେ ଗତିପଥ ବଦଳାଇ ଉତ୍ତର ଉତ୍ତପଶ୍ଚିମ […]

asani

asani

Ordigital Desk
  • Published: Tuesday, 10 May 2022
  • Updated: 10 May 2022, 08:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅସାନି’ ଏବେ ଉପକୂଳ ଆଡ଼େ ମୁହାଁଇଛି । ଆସନ୍ତାକାଲି ମଧ୍ୟାହ୍ନରେ ଏହା ଆନ୍ଧ୍ରପ୍ରଦେଶର କାକିନାଡ଼ା ଓ ବିଶାଖାପାଟଣା ନିକଟରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି।

ଆଜି ସନ୍ଧ୍ୟାରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଜେନା କହିଛନ୍ତି ଯେ, ଏହି ବାତ୍ୟା କାକିନାଡ଼ା ନିକଟରେ ଉପକୂଳ ଛୁଇଁବା ପରେ ପୁଣିଥରେ ଗତିପଥ ବଦଳାଇ ଉତ୍ତର ଉତ୍ତପଶ୍ଚିମ ଦିଗରେ ସମୁଦ୍ରକୁ ଯିବ । ତେବେ ସେତେବେଳକୁ ବାତ୍ୟା ଦୁର୍ବଳ ହୋଇ ଡିପ୍ ଡିପ୍ରେସନରେ ପରିଣତ ହୋଇସାରିଥିବ । ଏହି ବାତ୍ୟା ମେ’ ୧୨ ରାତି କିମ୍ବା ୧୩ତାରିଖ ସକାଳେ ଓଡ଼ିଶା ଉପକୂଳର ନିକଟରେ ଅତିକ୍ରମ କରିବ କିନ୍ତୁ ଓଡ଼ିଶା ଉପକୂଳ ଛୁଇଁବ ନାହିଁ ବୋଲି ଅନୁମାନ କରାଯାଉଛି । ତେବେ ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି । ବିଶେଷକରି ଗଞ୍ଜାମ, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ।

ସେହିପରି ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁର ଜିଲ୍ଲାରେ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଏହି ବାତ୍ୟା କାକିନାଡ଼ା ନିକଟରେ ଉପକୂଳ ଛୁଇଁବା ପରେ ୧୧ ତାରିଖ ମଧ୍ୟାହ୍ନ ସୁଦ୍ଧା ଉତ୍ତର- ଉତ୍ତର-ପୂର୍ବ ଦିଗକୁ ପୁଣିଥରେ ରିକର୍ଭ କରି ସମୁଦ୍ର ଭିତରକୁ ଯିବ । ଏହାର ପ୍ରଭାବରେ ଓଡ଼ିଶାରେ ଘଣ୍ଟାପ୍ରତି ପବନର ବେଗ ୫୦ରୁ ୬୦ କିମି ରହିବ । ବିଶେଷ ପବନ ହୋଇନପାରେ, କିନ୍ତୁ ସତର୍କ ରହିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କରିଛନ୍ତି । ଓଡ୍ରାଫ ଓ ଅଗ୍ନିଶମ ବାହିନୀକୁ ବିଭିନ୍ନ ଜିଲ୍ଲାକୁ ପଠାଯାଇଛି । ଗଞ୍ଜାମ ଜିଲ୍ଲାରେ ୬ଟି ଓଡ୍ରାଫ ଟିମ୍ ମୁତୟନ ହୋଇଥିବାବେଳେ କେରାପୁଟରେ ୬ଟି ଓଡ୍ରାଫ ଟିମ୍‌, ମାଲକାନଗିରିରେ ୨ଟି, ଗଜପତି ଓ ରାୟଗଡ଼ାରେ ୩ଟି ଲେଖାଏଁ ଓଡ୍ରାଫ ଟିମକୁ ମୁତୟନ କରାଯାଇଛି । କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ମଧ୍ୟ ଅଗ୍ନିଶମ ବାହିନୀ ଟିମକୁ ପଠାଯାଇଛି।

ସମୁଦ୍ର ଭିତରକୁ ନଯିବା ପାଇଁ ବାରଣ ସତ୍ତ୍ୱେ କିଛି ମତ୍ସ୍ୟଜୀବୀ ଲୋଭରେ ମାଛ ଧରିବାକୁ ସମୁଦ୍ର ଭିତରକୁ ଯାଉଥିବାରୁ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାର ଚେତାବନୀ ଦେଇଛନ୍ତି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ କେହି ଯେପରି ନଯିବେ ସେଥିପାଇଁ ଶ୍ରୀ ଜେନା ଚେତାବନୀ ଦେଇଛନ୍ତି । ସମୁଦ୍ର ଭିତରକୁ ଯାଉଥିବା ଲୋକଙ୍କ ବିରୁଦ୍ଧରେ ବିପର୍ଯ୍ୟୟ ପ୍ରଶମନ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ଅନ୍ୟପକ୍ଷରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଆଜି କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି । କାକିନାଡ଼ା ନିକଟରେ ବାତ୍ୟା ସ୍ଥଳଭାଗ ଛୁଇଁବାର ସମ୍ଭାବନା ଥିବାରୁ କୋରାପୁଟ, ମାଲକାନଗିରି, ଗଜପତି, ରାୟଗଡ଼ା ଓ ଗଞ୍ଜାମ ଜିଲ୍ଲାକୁ ହାଇଆଲର୍ଟରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏସବୁ ଜିଲ୍ଲାରେ ବର୍ଷା ଓ ପବନର ଆଶଙ୍କା ରହିଛି । ଓଡ଼ିଶା ସରକାରଙ୍କ ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ଉପରେ କେନ୍ଦ୍ର ସରକାର ସନ୍ତୁଷ୍ଟ ଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ଏପଟେ ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସୂଚନା ଅନୁସାରେ, ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଭୀଷଣ ବାତ୍ୟା ‘ଅସାନି’ ଆନ୍ଧ୍ରପ୍ରଦେଶ ଉପକୂଳରେ କାକିନାଡ଼ା ଓ ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗ ଛୁଇଁବାର ଆଶଙ୍କା କରାଯାଉଛି । ଏବେ ବାତ୍ୟା ଗତ ୬ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୨୫କିମି ବେଗରେ ଗତି କରି ଆଜି ଦିନ ସାଢ଼େ ୧୧ଟା ବେଳକୁ କାକିନାଡ଼ାଠୁ ୨୧୦କିମି, ବିଶାଖାପଟଣାର ଦକ୍ଷିଣ-ପଶ୍ଚିମରେ ୩୧୦କିମି, ଗୋପାଳପୁରର ଦକ୍ଷିଣ ପଶ୍ଚିମରେ ୫୩୦ କିମି ଓ ପୁରୀଠାରୁ ଦକ୍ଷିଣ ପଶ୍ଚିମରେ ୬୩୦କିମି ଦୂରରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି । ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ୧୧ ତାରିଖ ସକାଳ ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ତଥା ସମୁଦ୍ର ଭିତରେ କାକିନାଡ଼ା-ବିଶାଖାପାଟଣା ଉପକୂଳ ପହଂଚିବାର ସମ୍ଭାବନା ରହିଛି।

ପରବର୍ତ୍ତୀ ସମୟରେ ଧୀରେ ଧୀରେ ଗତିପଥ ପରିବର୍ତ୍ତନ କରି ଉତ୍ତର ଉତ୍ତର-ପୂର୍ବ ଦିଗରେ ଗତି କରିବା ସହ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ କାକିନାଡ଼ା ଓ ବିଶଖାପାଟଣା ମଧ୍ୟରେ ଗତି କରିବ । ପରବର୍ତ୍ତୀ ସମୟରେ ଏହା ପୁଣି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ମଧ୍ୟରେ ଉତ୍ତର-ଆନ୍ଧ୍ର ଓ ଓଡ଼ିଶା ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି । ଏହା ୧୧ ତାରିଖ ସକାଳ ସନ୍ଧ୍ୟା ଭୀଷଣ ବାତ୍ୟାରୁ ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହେବା ସହ ୧୨ ତାରିଖ ସକାଳ ସୁଦ୍ଧା ଆହୁରି ଅଧିକ ଦୁର୍ବଳ ହୋଇ ଅବପାତରେ ରୂପାନ୍ତରିତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story