୨୩ରେ ବାଂଲାଦେଶ ଛୁଇଁବ ବାତ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୩ ତାରିଖରେ ବାଂଲାଦେଶ ଛୁଇଁବ ବାତ୍ୟା । ୨୩ ତାରିଖ ସନ୍ଧ୍ୟାରେ ବାତ୍ୟା ଆକାରରେ ଏହା  ବାଂଲାଦେଶ ଉପକୂଳ ଅତିକ୍ରମ କରିବ ବୋଲି ସୂଚନା ଦେଇଛନ୍ତି  IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ପାଣିପାଗ ବିଭାଗ ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଆସନ୍ତା ୧୯ ସୁଦ୍ଧା ତାହା ଆଣ୍ଡାମାନ ସାଗରରେ ଲୋ-ପ୍ରେସର ରୂପନେବ। କାଳକ୍ରମେ ଦିଗ ବଦଳାଇ ତାହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ […]

cyclone

Niharika Rout
  • Published: Wednesday, 16 March 2022
  • , Updated: 16 March 2022, 01:13 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୩ ତାରିଖରେ ବାଂଲାଦେଶ ଛୁଇଁବ ବାତ୍ୟା । ୨୩ ତାରିଖ ସନ୍ଧ୍ୟାରେ ବାତ୍ୟା ଆକାରରେ ଏହା  ବାଂଲାଦେଶ ଉପକୂଳ ଅତିକ୍ରମ କରିବ ବୋଲି ସୂଚନା ଦେଇଛନ୍ତି  IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ପାଣିପାଗ ବିଭାଗ ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଆସନ୍ତା ୧୯ ସୁଦ୍ଧା ତାହା ଆଣ୍ଡାମାନ ସାଗରରେ ଲୋ-ପ୍ରେସର ରୂପନେବ। କାଳକ୍ରମେ ଦିଗ ବଦଳାଇ ତାହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ । ୨୦ରେ ଅବପାତ ଓ ୨୧ରେ ବାତ୍ୟାର ରୂପ ନେବା ସମ୍ଭାବନା । ବାତ୍ୟା ଆକାରରେ ୨୩ ସଂଧ୍ୟାରେ ବାଂଲାଦେଶ ଉପକୂଳ ଅତିକ୍ରମ କରିବ ।

ଓଡ଼ିଶା ଉପରେ ଏହି ବାତ୍ୟାର  କୌଣସି ପ୍ରଭାବ ପଡ଼ିବ ନାହିଁ ।  ଏପରିକି ପବନ କି ବର୍ଷା ହେବନି ବୋଲି କହିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

Related story