Advertisment

ମାଡ଼ି ଆସୁଛି ବାତ୍ୟା ୟାସ, ପାରାଦୀପ ଠାରୁ ଆଉ ୨୨୦ କିମି ଦୂରରେ

ନୂଆଦିଲ୍ଲୀ: ପଶ୍ଚିମକେନ୍ଦ୍ରୀୟ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟି ଭୀଷଣ ବାତ୍ୟା ୟାସ ଦ୍ରୁତ ଗତିରେ ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି। ଘଣ୍ଟାପ୍ରତି ୧୬ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଥିବା ବାତ୍ୟା ୟାସ ଏବେ ପାରାଦୀପ ଠାରୁ ୨୨୦ କିମି, ବାଲେଶ୍ୱର ଠାରୁ ୩୩୦ କିମି, ଦିଘା ଠାରୁ ୩୨୦ କିମି ଓ ସାଗର ଦ୍ୱୀପ ଠାରୁ ୨୨୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ସନ୍ଧ୍ୟା ସୁଦ୍ଧା ଆହୁରି ଘନୀଭୂତ ହୋଇ […]

author-image
Hemant Lenka
ଅଦ୍ୟତନ ହୋଇଛି
ମାଡ଼ି ଆସୁଛି ବାତ୍ୟା ୟାସ, ପାରାଦୀପ ଠାରୁ ଆଉ ୨୨୦ କିମି ଦୂରରେ

Cyclone

ନୂଆଦିଲ୍ଲୀ: ପଶ୍ଚିମକେନ୍ଦ୍ରୀୟ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟି ଭୀଷଣ ବାତ୍ୟା ୟାସ ଦ୍ରୁତ ଗତିରେ ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି। ଘଣ୍ଟାପ୍ରତି ୧୬ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଥିବା ବାତ୍ୟା ୟାସ ଏବେ ପାରାଦୀପ ଠାରୁ ୨୨୦ କିମି, ବାଲେଶ୍ୱର ଠାରୁ ୩୩୦ କିମି, ଦିଘା ଠାରୁ ୩୨୦ କିମି ଓ ସାଗର ଦ୍ୱୀପ ଠାରୁ ୨୨୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି।

Advertisment

ଏହା ସନ୍ଧ୍ୟା ସୁଦ୍ଧା ଆହୁରି ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳ ଭାଗର ନିକଟବର୍ତ୍ତୀ ହେବ। ୨୬ ତାରିଖ ସକାଳେ ଏହା ଭଦ୍ରକର ଧାମରା ଓ ବାଲେଶ୍ୱରର ଦକ୍ଷିଣ ଉପକୂଳ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି।

ବାତ୍ୟା ୟାସ୍‌ ସମ୍ବନ୍ଧୀୟ ଲାଇଭ୍‌ ଅପଡେଟ୍ ପାଇଁ କ୍ଲିକ କରନ୍ତୁ

ବିଭାଗ କହିଛି ଯେ ଅତି ଭୀଷଣ ବାତ୍ୟା ୟାସର ଲ୍ୟାଣ୍ଡଫଲ ପ୍ରକ୍ରିୟା ପ୍ରାୟ ୨୬ ତାରିଖ ସକାଳୁ ଆରମ୍ଭ ହୋଇଯିବ। ଉତ୍ତର ଧାମରା ଓ ଦକ୍ଷିଣ ବାଲେଶ୍ୱର ନିକଟବର୍ତ୍ତୀ ଅଞ୍ଚଳରେ ଏହା ସ୍ଥଳଭାଗ ଅତିକ୍ରମ କରିବାର ଯଥେଷ୍ଟ ଆଶଙ୍କା ରହିଛି। ସବୁଠାରୁ ଅଧିକ ପ୍ରଭାବିତ ଧାମରା ହୋଇପାରେ।

Advertisment

ବାତ୍ୟା ସ୍ଥଳ ଭାଗ ଅତିକ୍ରମ କରିବା ବେଳେ ପବନର ଘଣ୍ଟାପ୍ରତି ବେଗ ୧୫୫ରୁ ୧୬୫ କିମି ଓ ବେଳେବେଳେ ଏହା ୧୮୫ କିମି ଛୁଇଁବାର ଆଶଙ୍କା ରହିଛି। ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି। ଏଥିପାଇଁ ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଓ ଜଗତସିଂହପୁର ଜିଲ୍ଲା ପାଇଁ ରେଡୱାର୍ଣ୍ଣିଂ ଜାରି କରାଯାଇଛି।

ବାତ୍ୟା ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଥିବାରୁ ଗତକାଲି ରାତିରୁ ହିଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଧୀରେଧୀରେ ବର୍ଷାର ପରିମାଣ ମଧ୍ୟ ବୃଦ୍ଧି ପାଉଛି। ସେହିପରି ମଧ୍ୟରାତ୍ରକୁ ବର୍ଷା ସହ ପବନର ପରିମାଣ ମଧ୍ୟ ବୃଦ୍ଧି ପାଇବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଉପକୂଳ ଓଡ଼ିଶାରେ ମଧ୍ୟ ବର୍ଷାର ପରିମାଣ ବୃଦ୍ଧି ପାଇବ। ପୁରୀ ଓ ଖୋର୍ଦ୍ଧାରେ ମଧ୍ୟ ପ୍ରବଳ ବର୍ଷା ସହ ପବନର ଘଣ୍ଟା ପ୍ରତି ବେଗ ୯୦ରୁ ୧୦୦ କିମି ରହିବ।

ବାତ୍ୟା ଯୋଗୁ ସମୁଦ୍ର ଜୁଆର ୨ରୁ ୪ ମିଟିର ଉଚ୍ଚକୁ ଉଠିପାରେ। ଅର୍ଥାତ ଏହା କିଛି ସ୍ଥାନରେ ସ୍ଥଳ ଭାଗକୁ ୨.୫ କିମି ମାଡ଼ି ଯିବାର ମଧ୍ୟ ଆଶଙ୍କା ରହିଛି।

Cyclone Yaas