ସପ୍ତାହେ ସୁଦ୍ଧା କେନ୍ଦ୍ରକୁ ‘ବୁଲବୁଲ’ କ୍ଷୟକ୍ଷତି ରିପୋର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ସପ୍ତାହକ ମଧ୍ୟରେ କେନ୍ଦ୍ର ସରକାରଙ୍କୁ ‘ବୁଲବୁଲ୍ ’ କ୍ଷୟକ୍ଷତି ଆକଳନର ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି। ସାମୁଦ୍ରିକ ଝଡ଼ ‘ବୁଲବୁଲ’ ପ୍ରଭାବିତ ଅଞ୍ଚଳରେ ଦୁଇଦିନ ଧରି କେନ୍ଦ୍ର ସରକାରଙ୍କ ଆନ୍ତଃ ମନ୍ତ୍ରଣାଳୟ ଟିମ୍ କ୍ଷୟକ୍ଷତି ଆକଳନ କରି ଆଜି ଅପରାହ୍ନରେ ରାଜ୍ୟ ସରକାରଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ଓ ବରିଷ୍ଠ ଅଧିକାରୀମାନଙ୍କ ସହ […]

bulbul

Manoranjan Sial
  • Published: Friday, 15 November 2019
  • , Updated: 15 November 2019, 08:48 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ସପ୍ତାହକ ମଧ୍ୟରେ କେନ୍ଦ୍ର ସରକାରଙ୍କୁ ‘ବୁଲବୁଲ୍ ’ କ୍ଷୟକ୍ଷତି ଆକଳନର ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି।

ସାମୁଦ୍ରିକ ଝଡ଼ ‘ବୁଲବୁଲ’ ପ୍ରଭାବିତ ଅଞ୍ଚଳରେ ଦୁଇଦିନ ଧରି କେନ୍ଦ୍ର ସରକାରଙ୍କ ଆନ୍ତଃ ମନ୍ତ୍ରଣାଳୟ ଟିମ୍ କ୍ଷୟକ୍ଷତି ଆକଳନ କରି ଆଜି ଅପରାହ୍ନରେ ରାଜ୍ୟ ସରକାରଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ଓ ବରିଷ୍ଠ ଅଧିକାରୀମାନଙ୍କ ସହ କେନ୍ଦ୍ରୀୟ ଟିମ୍ ଆଲୋଚନା କରିବା ପରେ ରାଜ୍ୟ ସରକାରଙ୍କ ଭୂମିକାକୁ ପ୍ରଶଂସା କରିଥିଲେ। କେନ୍ଦ୍ରୀୟ ଟିମର ନେତୃତ୍ୱ ନେଉଥିବା କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସହେଲି ଘୋଷ ରୟ କହିଥିଲେ ଯେ, କ୍ଷତିଗ୍ରସ୍ତ ଅଞ୍ଚଳରେ ପୁନଃସ୍ଥାପନ ଓ ରିଲିଫ କାର୍ଯ୍ୟ ବାସ୍ତବରେ ପ୍ରଶଂସନୀୟ। ୨୪ଘଣ୍ଟା ମଧ୍ୟରେ ସମସ୍ତ ୨୧୨ଟି ଅବରୋଧ ରାସ୍ତା ସଫା କରି ଗମନାଗମନ ସ୍ୱାଭାବିକ କରାଯାଇଛି। ଏବେସୁଦ୍ଧା ପ୍ରଭାବିତ ଅଞ୍ଚଳରେ ୧୫ଲକ୍ଷ ବିଦ୍ୟୁତ ଉପଭୋକ୍ତାଙ୍କୁ ବିଦ୍ୟୁତ ଯୋଗାଣ ସମ୍ଭବପର ହୋଇଛି। ପୂର୍ବ ପ୍ରସ୍ତୁତି ଓ ରାଜ୍ୟର ପ୍ରମାଣିକ ଡ୍ରିଲ ଯୋଗୁ ଏହା ସମ୍ଭବପର ହୋଇପାରିଛି। ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଆଦି ଜିଲ୍ଲାରେ ଫସଲ ବିଶେଷ ପରିମାଣରେ କ୍ଷତି ହୋଇଛି। ବିଦ୍ୟୁତ ବଣ୍ଟନ ବ୍ୟବସ୍ଥା ଓ ଅନ୍ୟାନ୍ୟ ଭିତ୍ତିଭୂମି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ସେହିପରି ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ଜେନା କହିଥିଲେ ଯେ, ବୁଲବୁଲ୍ ପ୍ରଭାବରେ ୫୦ଟି ବ୍ଲକ୍ ଓ ୧୨ଟି ସହରାଞ୍ଚଳର ୩୭.୪୯ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ୨.୩ଲକ୍ଷ ହେକ୍ଟର ଜମିରେ ବିଭିନ୍ନ ଫସଲ ନଷ୍ଟ ହୋଇଛି। ୨ଲକ୍ଷ ହେକ୍ଟରରୁ ଅଧିକ ଜମିରେ ୩୩ ପ୍ରତିଶତରୁ ବେଶୀ ଫସଲ ନଷ୍ଟ ହୋଇଛି। କୃଷି ଓ ରାଜସ୍ୱ ବିଭାଗ ମାଧ୍ୟମରେ ଯୁଗ୍ମ ସର୍ଭେ କରାଯାଉଛି। ସେହିପରି ୫୫୦୦ ଘର ଭାଙ୍ଗିଥିବା ପ୍ରାଥମିକ ଆକଳନ କରାଯାଇଛି । ଘର ଭାଙ୍ଗିଥିବା ଲୋକଙ୍କ ତାଲିକାକୁ ପଞ୍ଚାୟତ କାର୍ଯ୍ୟାଳୟରେ ନୋଟିସ୍ ବୋର୍ଡରେ ଲଗାଯିବ। ତା’ପରେ ଏନେଇ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣାଯିବା ପରେ ସେହି ତାଲିକା ଆଧାରରେ ଯାଞ୍ଚ କରାଯାଇ ଚୂଡ଼ାନ୍ତ ଘରଭଙ୍ଗା ତାଲିକା ପ୍ରକାଶ କରାଯିବ। କେନ୍ଦ୍ର ସରକାର ୧୦ତାରିଖ ଦିନ ଓଡ଼ିଶାକୁ କେନ୍ଦ୍ରୀୟ ଟିମ୍ ପଠାଇବା ନେଇ ସୂଚନା ଦେଇଥିଲେ। ଓଡ଼ିଶା ସରକାର ମଧ୍ୟ ଏହାକୁ ଗ୍ରହଣ କରିଥିଲା। ଆସନ୍ତା ସପ୍ତାହକ ମଧ୍ୟରେ ଓଡ଼ିଶା ସରକାର ବୁଲବୁଲ୍ କ୍ଷୟକ୍ଷତି ସଂକ୍ରାନ୍ତ ସ୍ମାରକପତ୍ର ଦେବାପରେ ଉଚ୍ଚସ୍ତରୀୟ ବୈଠକରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ସୂଚନାଯୋଗ୍ୟ, ଗତକାଲି ୭ଜଣିଆ କେନ୍ଦ୍ରୀୟ ଟିମ୍ ଓଡ଼ିଶାରେ ପହଞ୍ôଚବା ପରେ ୨ଟି ଭାଗରେ ବିଭକ୍ତ ହୋଇ ୪ଟି ପ୍ରଭାବିତ ଜିଲ୍ଲାରେ କ୍ଷୟକ୍ଷତି ଆକଳନ କରିଥିଲେ।

Related story