ୱାଦା ପ୍ରଭାବରେ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ସାମାନ୍ୟ ବର୍ଷା ହେବ

ଭୁବନେଶ୍ୱର: ପଶ୍ଚିମ-ଦକ୍ଷିଣ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଝଡ଼ ବାତ୍ୟା “ୱାର୍ଦା”ର ରୂପ ନେଇଛି। ଏହାର ପ୍ରଭାବ ଓଡ଼ିଶା ଉପରେ ନଥିଲେ ମଧ୍ୟ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଗୋପାଳପୁରଠାରୁ ୬୮୫ କିମି ଦୂର ବଙ୍ଗପସାଗରରେ ସୃଷ୍ଟି ହୋଇଥିବା ୱାର୍ଦା ଆସନ୍ତାକାଲି ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ଉତ୍ତର ତାମିଲନାଡ଼ୁ ଉପକୂଳ ଅତିକ୍ରମ କରିବ। ଏହାର ପ୍ରଭାବରେ ଓଡ଼ିଶାର କେତେକ ସ୍ଥାନରେ […]

cyclone-2

Rakesh Mallick
  • Published: Sunday, 11 December 2016
  • , Updated: 11 December 2016, 08:37 PM IST

ଭୁବନେଶ୍ୱର: ପଶ୍ଚିମ-ଦକ୍ଷିଣ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଝଡ଼ ବାତ୍ୟା “ୱାର୍ଦା”ର ରୂପ ନେଇଛି। ଏହାର ପ୍ରଭାବ ଓଡ଼ିଶା ଉପରେ ନଥିଲେ ମଧ୍ୟ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି।

ଗୋପାଳପୁରଠାରୁ ୬୮୫ କିମି ଦୂର ବଙ୍ଗପସାଗରରେ ସୃଷ୍ଟି ହୋଇଥିବା ୱାର୍ଦା ଆସନ୍ତାକାଲି ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ଉତ୍ତର ତାମିଲନାଡ଼ୁ ଉପକୂଳ ଅତିକ୍ରମ କରିବ। ଏହାର ପ୍ରଭାବରେ ଓଡ଼ିଶାର କେତେକ ସ୍ଥାନରେ ସାମାନ୍ୟ ବର୍ଷା ହେବା ସହିତ ପାଗ ମେଘୁଆ ରହିବ। ରାତିରେ ତାପମାତ୍ରା ହ୍ରାସ ପାଇବ। ଏହି ସମୟରେ ଉତ୍ତର ଓ ଉପକୂଳ ଓଡ଼ିଶାର ଜିଲ୍ଲାରେ ୩୫ରୁ ୪୫ କିମି ବେଗରେ ପବନ ବୋହିବା ସଙ୍ଗେସଙ୍ଗେ କେତେକ ସ୍ଥାନରେ ୫୫ କିମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି। ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଘଣ୍ଟାପ୍ରତି ୬୫ କିମି ବେଗରେ ପବନ ବୋହିବ। ଏହି ସମୟରେ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ଏହାଛଡ଼ା ଗୋପାଳପୁର ଓ ପାରାଦୀପ ବନ୍ଦରରେ ଦୁଇ ନମ୍ୱର ବିପଦ ସଙ୍କେତ ଦିଆଯାଇଛି।

Related story