ଗଜପତିରେ ରାସ୍ତା ଉପରରୁ ଧସିଛି ମାଟି ଅତଡ଼ା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ଗୁଲାବ’ ଲ୍ୟାଣ୍ଡଫଲ୍‌ ପୂର୍ବରୁ ଗଜପତି ଜିଲ୍ଲାରେ ଅଘଟଣ ଘଟିଛି। ଗୁମ୍ମା ବ୍ଳକରେ ରାସ୍ତା ଉପରରୁ ଧସିଛି ମାଟି ଅତଡ଼ା। ଭୂସ୍ଖଳନ ଫଳରେ ନାମନଗଡରୁ ଅଜୟଗଡ଼ ମଧ୍ୟରେ ଯାତାୟାତରେ ସମସ୍ୟା ଉପୁଜିଛି। ଜିଲ୍ଲା ପ୍ରଶାସନ ଓ ରେସ୍‌କ୍ୟୁ ଟିମ୍‌ ସ୍ଥିତି ସ୍ୱଭାବିକ କରିବାରେ ଲାଗିଛନ୍ତି। ସେପଟେ ବାତ୍ୟା ସହ ଭୁସ୍ଖଳନ ବିପଦ ଏଡ଼ାଇବାକୁ ରାଇପାଙ୍କା ଅଂଚଳର ପାହାଡ଼ ତଳେ ବସବାସ କରୁଥିବା ଲୋକଙ୍କୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ରାଇପାଙ୍କା ପଞ୍ଚୟତର […]

Gajapati

Gajapati

Manoranjan Sial
  • Published: Sunday, 26 September 2021
  • Updated: 26 September 2021, 07:53 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ଗୁଲାବ’ ଲ୍ୟାଣ୍ଡଫଲ୍‌ ପୂର୍ବରୁ ଗଜପତି ଜିଲ୍ଲାରେ ଅଘଟଣ ଘଟିଛି। ଗୁମ୍ମା ବ୍ଳକରେ ରାସ୍ତା ଉପରରୁ ଧସିଛି ମାଟି ଅତଡ଼ା। ଭୂସ୍ଖଳନ ଫଳରେ ନାମନଗଡରୁ ଅଜୟଗଡ଼ ମଧ୍ୟରେ ଯାତାୟାତରେ ସମସ୍ୟା ଉପୁଜିଛି। ଜିଲ୍ଲା ପ୍ରଶାସନ ଓ ରେସ୍‌କ୍ୟୁ ଟିମ୍‌ ସ୍ଥିତି ସ୍ୱଭାବିକ କରିବାରେ ଲାଗିଛନ୍ତି। ସେପଟେ ବାତ୍ୟା ସହ ଭୁସ୍ଖଳନ ବିପଦ ଏଡ଼ାଇବାକୁ ରାଇପାଙ୍କା ଅଂଚଳର ପାହାଡ଼ ତଳେ ବସବାସ କରୁଥିବା ଲୋକଙ୍କୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ରାଇପାଙ୍କା ପଞ୍ଚୟତର କଡ଼କଡ଼ମା, ମାନ୍ଦ୍ରାବାଜୁ ଗାଁର ପ୍ରାୟ ୫୦ଟି ଘରକୁ ଆଶ୍ରୟସ୍ଥଳୀକୁ ଅଣାଯାଇଥିବା ବେଳେ କେ.ସୀତାପୁର ସ୍କୁଲରେ ମଧ୍ୟ ଶତାଧିକ ଲୋକଙ୍କୁ ଆଶ୍ରୟ ଦିଆଯାଇଛି। ଗଜପତି ଜିଲ୍ଲାପାଳ ନିଜେ କେ.ସୀତାପୁର ବାତ୍ୟା ଆଶ୍ରୟସ୍ଥଳକୁ ଯାଇ ସ୍ଥିତି ପରଖିଛନ୍ତି।

ସେପଟେ ଲ୍ୟାଣ୍ଡଫଲ୍‌ ନେଇ ଏସ୍‌ଆର୍‌ସି ପ୍ରଦୀପ ଜେନା କହିଛନ୍ତି-“ବାତ୍ୟା ‘ଗୁଲାବ’ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ଦୀର୍ଘ ୩ ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା। ଆଜି ରାତି ୯ଟାରୁ ୯ଟା ୩୦ ମଧ୍ୟରେ ସରିବ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା। ବାତ୍ୟା ‘ଗୁଲାବ’ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମଠାରୁ ୨୫ କିମି ଦୂର ଟେକାଲି ଓ ମୋଡ଼ିଗୁଡ଼ା ମଝିରେ ସ୍ଥଳଭାଗ ଅତିକ୍ରମ କରିବ।”

ସେ କହିଛନ୍ତି-“ଦିନ ୧୨ଟାରୁ ବାତ୍ୟାର ବେଗ ବଢ଼ିବାରୁ ୩ ଘଣ୍ଟା ଆଗରୁ ଲ୍ୟାଣ୍ଡଫଲ ହୋଇଛି। ଏହାର ପ୍ରଭାବରେ ଗଜପତିରେ ସାମାନ୍ୟରୁ ମଧ୍ୟମ ବର୍ଷା ଆରମ୍ଭ ହୋଇଛି। ଗଜପତିରେ ୩୦/୪୦ କିମି ବେଗରେ ପବନ ବହୁଛି। କୌଣସିଠାରେ ଅତି ବର୍ଷା ଓ ପବନର ସୂଚନା ନାହିଁ। ତେବେ ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କୋରାପୁଟରେ ଅଧିକ ବର୍ଷା ଓ ପବନ ନାହିଁ। ବର୍ଷା ଓ ପବନ ନଥିବାରୁ ଲୋକେ ସ୍ଥାନାନ୍ତର ପାଇଁ ଆଗ୍ରହ ଦେଖାଉ ନାହାନ୍ତି।”

ଲୋକଙ୍କୁ ସ୍ଥାନାନ୍ତର ନେଇ ଶ୍ରୀ ଜେନା କହିଛନ୍ତି-“ବର୍ତ୍ତମାନ ସୁଦ୍ଧା ୧୬ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୬୦୦ ଜଣ ଗର୍ଭବତୀ, ବୃଦ୍ଧ ଓ ଭିନ୍ନକ୍ଷମଙ୍କୁ ସ୍ଥାନାନ୍ତର କରାଯାଇଛି। ଆସନ୍ତା କାଲି ପୂର୍ବାହ୍ନ ସୁଦ୍ଧା ବାତ୍ୟା ‘ଗୁଲାବ’ ଓଡ଼ିଶା ଅତିକ୍ରମ କରିବ। ତେବେ କାଲି ମଧ୍ୟାହ୍ନ ଯାଏଁ ସତର୍କ ରହିବାକୁ ପଡ଼ିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story