ମାଡ଼ି ଆସୁଛି ‘ସିତ୍ରାଙ୍ଗ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି। ଯାହା ଉପକୂଳ ଆଡ଼କୁ ମାଡ଼ି ଆସୁଛି। ଆଜି ସଂଧ୍ୟା ସାଢ଼େ ୫ଟା ସୁଦ୍ଧା ଏହା ବାତ୍ୟାରେ ପରିଣତ ହୋଇଥିବା ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଭାଗ। ଘଣ୍ଟା ପ୍ରତି ଏହାର ବେଗ ୧୧ କିଲୋମିଟର ରହିଛି। ଏହା ସାଗର ଦ୍ୱୀପର ଦକ୍ଷିଣକୁ ୫୮୦ କିଲୋମିଟର ଦୂରରେ ଥିବା ବେଳେ ବାଂଲାଦେଶର ବରିସାରଠାରୁ ଏହା ୭୪୦ କିଲୋମିଟର ଦୂରରେ ରହିଛି। ବାତ୍ୟା ‘ସିତ୍ରାଙ୍ଗ’ ଉତ୍ତର, ଉତ୍ତର-ପଶ୍ଚିମ […]

sitrang

  • Published: Sunday, 23 October 2022
  • , Updated: 24 October 2022, 03:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି। ଯାହା ଉପକୂଳ ଆଡ଼କୁ ମାଡ଼ି ଆସୁଛି। ଆଜି ସଂଧ୍ୟା ସାଢ଼େ ୫ଟା ସୁଦ୍ଧା ଏହା ବାତ୍ୟାରେ ପରିଣତ ହୋଇଥିବା ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଭାଗ।

ଘଣ୍ଟା ପ୍ରତି ଏହାର ବେଗ ୧୧ କିଲୋମିଟର ରହିଛି। ଏହା ସାଗର ଦ୍ୱୀପର ଦକ୍ଷିଣକୁ ୫୮୦ କିଲୋମିଟର ଦୂରରେ ଥିବା ବେଳେ ବାଂଲାଦେଶର ବରିସାରଠାରୁ ଏହା ୭୪୦ କିଲୋମିଟର ଦୂରରେ ରହିଛି। ବାତ୍ୟା ‘ସିତ୍ରାଙ୍ଗ’ ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଗତି କରି ବାଂଲାଦେଶ ଉପକୂଳ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏହା ୨୫ ତାରିଖ ଭୋର୍ ସମୟରେ ତିନ୍‌କୋନା ଓ ସାନଦ୍ୱୀପ ଅଞ୍ଚଳରେ ସ୍ଥଳଭାଗକୁ ଅତିକ୍ରମ କରିବ।

ବାତ୍ୟା ପ୍ରଭାବରେ ଆସନ୍ତାକାଲି ଓଡ଼ିଶାର ୬ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଯାହା ମଧ୍ୟରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ ପ୍ରଭୃତି ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଉପକୂଳ ଓଡିଶାରେ ପବନର ବେଗ ଘଣ୍ଟାପ୍ରତି ୩୫ରୁ ୪୫ କିଲୋମିଟର ରହିପାରେ। ସିତ୍ରାଙ୍ଗ ପାଇଁ ରାଜ୍ୟର ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି।

https://twitter.com/mcbbsr/status/1584206835896098816?s=20&t=ldL5CkWTp_PMv1QgqP-rig

 

https://twitter.com/Indiametdept/status/1584217513239662593?s=20&t=ldL5CkWTp_PMv1QgqP-rig

Related story