ଡି’ ବ୍ରଦର୍ସଙ୍କ ଘରୁ ୨୦ ଜଣଙ୍କ ମୋବାଇଲ୍ କଲ୍ ଡିଟେଲ୍ ଜବତ, ପୋଲିସ୍ ତାଜୁବ୍

କଟକ: ପଲିଗ୍ରାଫ୍ ଟେଷ୍ଟ୍ ନେଇ ରାଜି ନ ହେବାରୁ ଧଳସାମନ୍ତ ଭ୍ରାତା ବା ଡି ବ୍ରଦର୍ସ ସୁଶୀଲ ଓ ସୁଶାନ୍ତଙ୍କୁ ଚୌଦ୍ୱାର ଜେଲ୍ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ଏହି ଦୁଇ ଭାଇଙ୍କ ଅପରାଧ ପରିଚାଳନା ନେଇ ପୋଲିସ୍ ହାତରେ ଲାଗିଛି ନୂଆ ତଥ୍ୟ। ଡି’ ବ୍ରଦର୍ସଙ୍କ ଘର ସର୍ଚ୍ଚ ବେଳେ ମିଳିଛି ୨୦ ଜଣଙ୍କ ମୋବାଇଲ୍ କଲ୍ ଡିଟେଲ୍। ଏମାନଙ୍କ ମଧ୍ୟରେ କିଛି ଡି-ଗ୍ୟାଙ୍ଗର ସଦସ୍ୟ ହୋଇଥିବା ବେଳେ ଆଉ କିଛି ପ୍ରତିପ’ ଗ୍ୟାଙ୍ଗ୍‌ର ସୁଟର ମଧ୍ୟ […]

dhalasamanta

Rakesh Mallick
  • Published: Saturday, 13 February 2016
  • , Updated: 13 February 2016, 02:04 PM IST

କଟକ: ପଲିଗ୍ରାଫ୍ ଟେଷ୍ଟ୍ ନେଇ ରାଜି ନ ହେବାରୁ ଧଳସାମନ୍ତ ଭ୍ରାତା ବା ଡି ବ୍ରଦର୍ସ ସୁଶୀଲ ଓ ସୁଶାନ୍ତଙ୍କୁ ଚୌଦ୍ୱାର ଜେଲ୍ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ଏହି ଦୁଇ ଭାଇଙ୍କ ଅପରାଧ ପରିଚାଳନା ନେଇ ପୋଲିସ୍ ହାତରେ ଲାଗିଛି ନୂଆ ତଥ୍ୟ। ଡି’ ବ୍ରଦର୍ସଙ୍କ ଘର ସର୍ଚ୍ଚ ବେଳେ ମିଳିଛି ୨୦ ଜଣଙ୍କ ମୋବାଇଲ୍ କଲ୍ ଡିଟେଲ୍। ଏମାନଙ୍କ ମଧ୍ୟରେ କିଛି ଡି-ଗ୍ୟାଙ୍ଗର ସଦସ୍ୟ ହୋଇଥିବା ବେଳେ ଆଉ କିଛି ପ୍ରତିପ’ ଗ୍ୟାଙ୍ଗ୍‌ର ସୁଟର ମଧ୍ୟ ଅଛନ୍ତି। ଏପରିକି ଏମାନଙ୍କ ମଧ୍ୟରେ କିଛି ପୋଲିସ୍ ଅଫିସର୍ ବି ଅଛନ୍ତି। ଏହି ପୋଲିସ୍ ଅଧିକାରୀଙ୍କ ମୋବାଇଲ୍ କଲ୍ ଡିଟେଲ୍ସ ବା ସିଡିଆର୍ ସଂଗ୍ରହ କରି ସେମାନଙ୍କ ଉପରେ ସତର୍କ ନଜର ରଖିଥିଲେ ସୁଶାନ୍ତ ଓ ସୁଶୀଲ ଧଳସାମନ୍ତ। ଏହି ମୋବାଇଲ୍ କଲ୍ ଡିଟେଲ୍ ପାଇବା ପରେ ପୋଲିସ୍ ଚକିତ ହୋଇଯାଇଛି। ଏବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଜଣେ ବ୍ୟକ୍ତିଙ୍କ ସିଡିଆର୍ ପାଇବା ପାଇଁ ସିର୍ଭସ୍ ପ୍ରୋଭାଇଡରଙ୍କୁ ପୋଲିସ୍‌ର ରିକ୍ୟୁଜିସନ୍ ଆବଶ୍ୟକ ଥିବା ବେଳେ ଡି’ବ୍ରଦର୍ସ ଏଇ ସିଡିଆର୍ ପାଇଲେ କେମିତି? କାହିଁକି ଏତେ ଲୋକଙ୍କୁ ସର୍ଭେଲାନ୍ସରେ ରଖୁଥିଲେ ଡି’ପ୍ରଦର୍ସ। କମିଶନରେଟ୍ ପୋଲିସ୍ ଏବେ ଏସବୁ ଦିଗରେ ଖୋଳତାଡ଼ କରୁଛି।

Related story