ଦେବଗିରି ଶୈବ ପୀଠରେ କାଉଡିଆଙ୍କ ଭିଡ
କଲ୍ୟାଣସିଂହପୁର : ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଦେବ ଗିରି ଶୈବପିଠରେ କାଉଡିଆଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଦେବଗିରି ଶୈବ ପୀଠଟି ହେଉଛି ଗୋଟିଏ ପଥରର ୮୦୦ଫୁଟ୍ ଉଚ୍ଚ ବିଶିଷ୍ଠ ବିରାଟ ପାହାଡ଼। ୫୩୫ଟି ପାହାଚ ଚଢି ଉପରକୁ ଗଲାପରେ ଗୁମ୍ପା ଭିତରେ ପଞ୍ଚମୁଖି ନିଳକଣ୍ଠେଶ୍ୱରଙ୍କ ଲିଙ୍ଗ ଦର୍ଶନ ମିଳିଥାଏ।
କଲ୍ୟାଣସିଂହପୁର : ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଦେବ ଗିରି ଶୈବପିଠରେ କାଉଡିଆଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଦେବଗିରି ଶୈବ ପୀଠଟି ହେଉଛି ଗୋଟିଏ ପଥରର ୮୦୦ଫୁଟ୍ ଉଚ୍ଚ ବିଶିଷ୍ଠ ବିରାଟ ପାହାଡ଼। ୫୩୫ଟି ପାହାଚ ଚଢି ଉପରକୁ ଗଲାପରେ ଗୁମ୍ପା ଭିତରେ ପଞ୍ଚମୁଖି ନିଳକଣ୍ଠେଶ୍ୱରଙ୍କ ଲିଙ୍ଗ ଦର୍ଶନ ମିଳିଥାଏ। ସକାଳୁ ନାଗାବଲି ନଦୀର ଦୁଇ ମୁହାଣ ଘାଟ ଠାରେ ପୂଜା ଅର୍ଚନା କରି ଜଳ ଉଠାଇ ଦେବଗିରି ଶୈବ ପୀଠ ଅଭିମୁଖେ କାଉଡିଆ ମାନେ ଯାଇଥିନ୍ତି। ରାଜ୍ୟ ଓ ରାଜ୍ୟ ବାହାରରୁ ଅଧିକ ଭକ୍ତ ଆସିଛନ୍ତି।