ଦାବି ପୂରଣ ନହେଲେ ରାଜରାସ୍ତାକୁ ଓହ୍ଲାଇବାକୁ  ଓମସାର ଚେତାବନୀ

ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନ ବା ଓମସା। ଡାକ୍ତରମାନଙ୍କ ବିଭିନ୍ନ ସମସ୍ୟାକୁ ସରକାର ଅଣଦେଖା କରୁଥିବା ସଂଘ ପକ୍ଷରୁ ଏକ ସାମ୍ୱାଦିକ ସମ୍ମୀଳନୀରେ କୁହାଯାଇଛି। ପଦୋନ୍ନତି, ଅବସର ପରେ ସେହି ସ୍ଥାନରେ ନୂଆ ଡାକ୍ତର ନିଯୁକ୍ତି, ଚୁକ୍ତି ଭିତ୍ତିକ ଡାକ୍ତରଙ୍କୁ ନିୟମିତ କରିବା ଆଦି ଦାବି କରିଛି ସଂଘ। ଦାବି ପୂରଣ ନ ହେଲେ ସମସ୍ତ ଡାକ୍ତର ୯ ତାରିଖରୁ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଆଗରେ […]

vlcsnap-2015-09-07-08h45m13s050

Rakesh Mallick
  • Published: Monday, 07 September 2015
  • , Updated: 07 September 2015, 01:43 PM IST

ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନ ବା ଓମସା। ଡାକ୍ତରମାନଙ୍କ ବିଭିନ୍ନ ସମସ୍ୟାକୁ ସରକାର ଅଣଦେଖା କରୁଥିବା ସଂଘ ପକ୍ଷରୁ ଏକ ସାମ୍ୱାଦିକ ସମ୍ମୀଳନୀରେ କୁହାଯାଇଛି। ପଦୋନ୍ନତି, ଅବସର ପରେ ସେହି ସ୍ଥାନରେ ନୂଆ ଡାକ୍ତର ନିଯୁକ୍ତି, ଚୁକ୍ତି ଭିତ୍ତିକ ଡାକ୍ତରଙ୍କୁ ନିୟମିତ କରିବା ଆଦି ଦାବି କରିଛି ସଂଘ। ଦାବି ପୂରଣ ନ ହେଲେ ସମସ୍ତ ଡାକ୍ତର ୯ ତାରିଖରୁ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି କହିଛନ୍ତି ସଂଘର ସଭାପତି। ଏହି ଦାବି ପୂରଣ ପାଇଁ ଆସନ୍ତା ଅକ୍ଟୋବର ୨ ତାରିଖଠାରୁ ରୋଗୀ ଚିକିତ୍ସା ବ୍ୟତିତ ଅନ୍ୟ ସମସ୍ତ କାର୍ଯ୍ୟ ବନ୍ଦ କରି କଳା ବ୍ୟାଜ ପରିଧାନ କରିବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

Related story