‘ରାଜ୍ୟରେ ଦୈନିକ ସଂକ୍ରମଣ ୩୦ହଜାର ଛୁଇଁବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଜାନୁଆରୀ ଶେଷ ସୁଦ୍ଧା ଏହା ପିକ୍‌ରେ ରହିବ। ପିକ୍‌ ସମୟରେ ଦୈନିକ ୩୦ ହଜାରରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ ହେବେ।’ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡା. ଅଶୋକ ମହାପାତ୍ର ଏହି ଆକଳନ କରିଛନ୍ତି। ସେ କହିଛନ୍ତି, କରୋନା ସଂକ୍ରମଣର ପିକ୍‌ ସମୟରେ ଦୈନିକ ୩୦ରୁ ୪୦ ଜଣଙ୍କ ମୃତ୍ୟୁ ହେବା ନେଇ ଆଶଙ୍କା କରାଯାଉଛି। ୬ ମାସ ତଳେ ଟିକା ନେଇଥିଲେ ବି ଏହା […]

Corona

Tapaswini Nayak
  • Published: Thursday, 13 January 2022
  • , Updated: 13 January 2022, 02:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଜାନୁଆରୀ ଶେଷ ସୁଦ୍ଧା ଏହା ପିକ୍‌ରେ ରହିବ। ପିକ୍‌ ସମୟରେ ଦୈନିକ ୩୦ ହଜାରରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ ହେବେ।’ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡା. ଅଶୋକ ମହାପାତ୍ର ଏହି ଆକଳନ କରିଛନ୍ତି।

ସେ କହିଛନ୍ତି, କରୋନା ସଂକ୍ରମଣର ପିକ୍‌ ସମୟରେ ଦୈନିକ ୩୦ରୁ ୪୦ ଜଣଙ୍କ ମୃତ୍ୟୁ ହେବା ନେଇ ଆଶଙ୍କା କରାଯାଉଛି। ୬ ମାସ ତଳେ ଟିକା ନେଇଥିଲେ ବି ଏହା କାମ କରିବ ନାହିଁ। ବୁଷ୍ଟର ଡୋଜର ଆବଶ୍ୟକତା ରହିଛି। ସେହିପରି ଡେଲଟା ଠାରୁ ଓମିକ୍ରନ ୪ଗୁଣ ଅଧିକ ସଂକ୍ରମିତ କରୁଛି।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ରାଜ୍ୟରେ କୋଭିଡ ସଂକ୍ରମଣ ଟ୍ରେଣ୍ଡରେ ରହିଛି।  ଅଳ୍ପ ଦିନ ଭିତରେ ଆମେ ପିକ୍‌କୁ ଅତିକ୍ରମ କରି ଯାଇପାରୁ। ଗୋଟିଏ ମହାମାରୀରେ ପ୍ରଥମେ ସଂକ୍ରମଣ ବଢ଼ିବ, ତା’ପରେ କିଛି ଦିନ ସମାନ୍ତରାଳରେ ରହିବ ଓ ଏହାପରେ କମିବ। ବର୍ତ୍ତମାନ ଦେଶରେ ସଂକ୍ରମଣ ବଢୁଛି, ସେହି ହିସାବରେ ରାଜ୍ୟରେ ମଧ୍ୟ ସଂକ୍ରମଣ ବଢ଼ୁଛି।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଆହୁରି କହିଛନ୍ତି, ସଂକ୍ରମଣ ବଢ଼ିଲେ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ବହୁତ କମ୍‌ ରହିଛି।ଜେନେରାଲ ବେଡ୍‌ରେ ୬.୫୧%, ଆଇସିୟୁରେ ୧୨.୫୧% ଓ କ୍ରିଟିକାଲ କେୟାରରେ ୩.୬୨% ରୋଗୀ ଅଛନ୍ତି। ବର୍ତ୍ତମାନ ୫ଟି ଦିଗ ଉପରେ ନଜର ରଖାଯାଇଛି। ଟେଷ୍ଟ, ପଜିଟିଭିଟି ରେଟ୍‌, ହସ୍ପିଟାଲାଇଜେସନ, ମୃତ୍ୟୁ ହାର ଓ ଲୋକଙ୍କ ବ୍ୟବହାରକୁ ଦେଖି ଆଗାମୀ ପଦକ୍ଷେପ ନିଆଯିବ।

କେବଳ ଓଡ଼ିଶାରେ ନୁହେଁ ଭାରତରେ ମଧ୍ୟ ହସ୍ପିଟାଲାଇଜେସନ୍‌ କମ୍‌ ରହିଛି। ଦ୍ୱିତୀୟ ଲହର ତୁଳନାରେ ଏବେ ହସ୍ପିଟାଲାଇଜେସନ ବହୁତ କମ୍‌ ରହିଛି। ଔଷଧ, ଅକ୍ସିଜେନ ଓ ବେଡ୍‌ ପ୍ରସ୍ତୁତ କରି ରଖାଯାଇଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦,୦୫୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୮୭୨ ଜଣ ଅଛନ୍ତି।

 

Related story