ଦୁଇ ଜଣଙ୍କ ପାଇଁ ରେଳ ଗାଡ଼ି ! ଦୈନିକ ଆୟ ୨୦ ଟଙ୍କା, ଓଡ଼ିଶାର ଆଶ୍ଚର୍ଯ୍ୟ

ବଲାଙ୍ଗିର(ମନରଞ୍ଜନ ଯୋଶୀ):ମାତ୍ର ୨ ଜଣ ଯାତ୍ରୀରେ ଚାଲୁଛି ପାସେଞ୍ଜର ଟ୍ରେନ୍। ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ । ବଲାଙ୍ଗିରରୁ ବିଛୁପାଲ୍ଲୀ ୧୯ କିଲୋମିଟର ରୁଟ୍‌ରେ ଦୈନିକ ଦୁଇ ଥର ଯାଆସ୍ କରୁଥିବା ଟ୍ରେନ୍‌ରେ କେତେବେଳେ ୨ଜଣ ଯାତ୍ରୀ ଯାଉଛନ୍ତି ତ କେତେବେଳେ ପୁରା ଖାଲି । ଏହା ହେଉଛି ରେଳ ଇତିହାସରେ ଅବିଶ୍ୱସନୀୟ,ବିରଳ । ଦିନକୁ ମାତ୍ର ୨୦ ଟଙ୍କା ଆୟରେ ଚାଲୁଛି ପାସେଞ୍ଜର ଟ୍ରେନ୍ । ମାସେ କି ଦୁଇ ମାସ ନୁହେଁ ବର୍ଷେ […]

67890

Tapas Behera
  • Published: Wednesday, 15 January 2020
  • , Updated: 15 January 2020, 07:36 PM IST

ବଲାଙ୍ଗିର(ମନରଞ୍ଜନ ଯୋଶୀ):ମାତ୍ର ୨ ଜଣ ଯାତ୍ରୀରେ ଚାଲୁଛି ପାସେଞ୍ଜର ଟ୍ରେନ୍। ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ । ବଲାଙ୍ଗିରରୁ ବିଛୁପାଲ୍ଲୀ ୧୯ କିଲୋମିଟର ରୁଟ୍‌ରେ ଦୈନିକ ଦୁଇ ଥର ଯାଆସ୍ କରୁଥିବା ଟ୍ରେନ୍‌ରେ କେତେବେଳେ ୨ଜଣ ଯାତ୍ରୀ ଯାଉଛନ୍ତି ତ କେତେବେଳେ ପୁରା ଖାଲି ।

ଏହା ହେଉଛି ରେଳ ଇତିହାସରେ ଅବିଶ୍ୱସନୀୟ,ବିରଳ । ଦିନକୁ ମାତ୍ର ୨୦ ଟଙ୍କା ଆୟରେ ଚାଲୁଛି ପାସେଞ୍ଜର ଟ୍ରେନ୍ । ମାସେ କି ଦୁଇ ମାସ ନୁହେଁ ବର୍ଷେ ହେଲାଣି ଦୈନିକ ଚାଲୁଛି ଦୁଇଥର । ଠିକ୍ ବର୍ଷେ ତଳେ ଆଜିର ଦିନରେ ଏହି ଟ୍ରେନ୍‌କୁ ଶୁଭାରମ୍ଭ କରିଥିଲେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଖୋର୍ଦ୍ଧା-ବଲାଙ୍ଗିର ରୁଟ୍‌ରେ ବଲାଙ୍ଗିର ପଟୁ ବିଛୁପାଲ୍ଲି ଯାଏଁ ରେଳ ଧାରଣା କାମ ସରିବା ପରେ ନୂଆ କରି ଗଡ଼ିଥିଲା ଗାଡ଼ି । ଅଞ୍ଚଳବାସୀଙ୍କ ସ୍ୱପ୍ନ ସାକାର ହୋଇଥିଲା । ହେଲେ ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ତଥ୍ୟ ଆଖି ତରାଟିଲା ଭଳି । ୧୨ ମାସ ପରେ ଆଉ ଇଞ୍ଚେ ବି ଆଗକୁ ଯାଇନି ରେଳ ଲାଇନ୍ । ବିଛୁପାଲ୍ଲୀକୁ ଯାତ୍ରୀ ସଂଖ୍ୟା ବି ବଢୁନି । ଏମିତିକି ଏହି ରୁଟ୍ ପାଇଁ ଟ୍ରେନ୍‌ରେ ୩ ଜଣ ଓ ଷ୍ଟେସନରେ ୪ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଟ୍ରେନ୍ ଚାଲିବାକୁ ମାସକୁ ଖର୍ଚ୍ଚ ହେଉଛି ପ୍ରାୟ ସାଢ଼େ ୩ ଲକ୍ଷ ଟଙ୍କା ।

ହେଲେ ଆୟ ଦିନକୁ ମାତ୍ର ୨୦ଟଙ୍କା ହିସାବରେ ହାରାହାରି ପ୍ରାୟ ୬ଶହ ଟଙ୍କା । ଏବେ ପ୍ରଶ୍ନ ଏକଥା କଣ, ରେଳ କର୍ତ୍ତପକ୍ଷ ଜାଣି ପାରୁନାହଁନ୍ତି।  ଯଦିଓ ଏନେଇ କୌଣସି ବିଧିବଦ୍ଧ ପ୍ରତିକ୍ରିୟା ମିଳିନାହିଁ ତେବେ ଏତେ କ୍ଷତିରେ ଚାଲୁଥିବା ଏ ଟ୍ରେନ୍‌କୁ ତୁରନ୍ତ ବନ୍ଦ କରି ଦିଆଯାଉ, ନଚେତ୍ ଶୀଘ୍ର ବୌଦ୍ଧ ଓ ସୋନପୁର ପର୍ଯ୍ୟନ୍ତ ଲାଇନ୍ କାମ ସାରି ଏକ୍ସଟେନ୍ସନ ପାଇଁ ଉଠିଛି ଦାବି।

Related story