ଯେବେ ମଥୁରା ନରେଶ ରାଜ ସିଂହାସନରେ ନଥାନ୍ତି...

ବରଗଡ଼(ଓଡ଼ିଶା ରିପୋର୍ଟର):ମାତ୍ର ୧୧ ଦିନ ପାଇଁ ସେ ସାଜନ୍ତି ବରଡ଼ର ରାଜା। ତାଙ୍କ ଇସାରାରେ ଚାଲେ ମଥୁରା ନଗରୀ। କାହାକୁ ପୁରସ୍କାର ତ  କାହାକୁ ଦଣ୍ଡ ପାଇଁ ତାଙ୍କର ଥାଏ ଅଧିକାର।  ଆମେ କହୁଛୁ ବିଶ୍ୱର ସବୁଠୁ ବଡ଼ ଖୋଲା ରଙ୍ଗମଞ୍ଚରେ ଧନୁଯାତ୍ରାରେ କଂସ ଭୂମିକାରେ  ଅଭିନୟ କରୁଥିବା ଭୁବନେଶ୍ୱର ପ୍ରଧାନଙ୍କ କଥା। ବାସ୍ତବ ଜୀବନରେ ଚାଷୀଟିଏ ହେଲେ ବି ୧୧ ଦିନ ଯାତ୍ରାରେ ମହାପରାକ୍ରମୀ କଂସ  ଭୂମିକାରେ ଅଭିନୟ ବେଳେ କେମିତି ଥାଏ ତାଙ୍କ ଦିନଚଯର୍ୟା, […]

n-9751

Tapas Behera
  • Published: Wednesday, 08 January 2020
  • , Updated: 08 January 2020, 08:24 PM IST

ବରଗଡ଼(ଓଡ଼ିଶା ରିପୋର୍ଟର):ମାତ୍ର ୧୧ ଦିନ ପାଇଁ ସେ ସାଜନ୍ତି ବରଡ଼ର ରାଜା। ତାଙ୍କ ଇସାରାରେ ଚାଲେ ମଥୁରା ନଗରୀ। କାହାକୁ ପୁରସ୍କାର ତ  କାହାକୁ ଦଣ୍ଡ ପାଇଁ ତାଙ୍କର ଥାଏ ଅଧିକାର।  ଆମେ କହୁଛୁ ବିଶ୍ୱର ସବୁଠୁ ବଡ଼ ଖୋଲା ରଙ୍ଗମଞ୍ଚରେ ଧନୁଯାତ୍ରାରେ କଂସ ଭୂମିକାରେ  ଅଭିନୟ କରୁଥିବା ଭୁବନେଶ୍ୱର ପ୍ରଧାନଙ୍କ କଥା। ବାସ୍ତବ ଜୀବନରେ ଚାଷୀଟିଏ ହେଲେ ବି ୧୧ ଦିନ ଯାତ୍ରାରେ ମହାପରାକ୍ରମୀ କଂସ  ଭୂମିକାରେ ଅଭିନୟ ବେଳେ କେମିତି ଥାଏ ତାଙ୍କ ଦିନଚଯର୍ୟା, ଆସନ୍ତୁ ଜାଣିବା। କଂସ ତଥା ଭୁବନେଶ୍ୱର ସକାଳ ୯ଟାରେ ନିଦ  ଭାଙ୍ଗେ। ଶ୍ରୀହସ୍ତ ଦର୍ଶନ କରି ଶଯ୍ୟା ଛାଡ଼ନ୍ତି ସେ । ଭୂମିକୁ ପ୍ରଣମି ଆରମ୍ଭ କରନ୍ତି ଦିନଚର୍ଯ୍ୟା। ଅଭିନୟ ବେଳେ କଂସ। ହେଲେ ଘରେ ଦୁଇ କୂଳବଧୂଙ୍କ ସମ୍ମାନସ୍ପଦ ଶ୍ୱଶୁର ସେ। ତେଣୁ ସେଇ ମାନ୍ୟ। କିଛି କ୍ଷଣ ନାତି ସହ ଗେଲ  ପରେ ପହଞ୍ଚି ଯାଏ ସକାଳର ଚା। ତା ପରେ ସ୍ନାନ ପାଇଁ ଗ୍ରାମ୍ୟ ପୁଷ୍କରିଣୀ ବିଜେ ହୁଏ। ଏହା ପରେ ଗାଁ ଶିବ ମନ୍ଦିରରେ ଦେବ ଦର୍ଶନ ସାରି ପୁଣି  ଘରେ କିଛି ସମୟ ଦେବକାର୍ଯ୍ୟ କରନ୍ତି।

ଦିନ ଠିକ୍ ୧୧ଟାରେ ଭୋଜନ ପର୍ବ ହୁଏ। ସବୁଦିନ ଭଳି ମହାରାଜଙ୍କ ପ୍ରଥମ ଭୋଜନରେ ଥାଏ ଓଡ଼ିଆ ଘରର ସୁଆଦିଆ ଖାଦ୍ୟ ପଖାଳ।  ଚଟାଣ ଉପରେ ବେଶ୍ ରାଜକୀୟ ଠାଣିରେ ହୁଏ ଖାନାପିନା । ଅପରାହ୍ନ ୩ଟାରୁ ଅଭିନୟ ପାଇଁ ସରଲା ଗାଁରୁ ବରଗଡ଼ ରାଜ ଦରବାର ଅଭିମୁଖେ ଯାତ୍ରା ଆରମ୍ଭ ହୁଏ। ସେଇଠି ଅପେକ୍ଷା କରିଥାଏ ରଙ୍ଗ। ଆଉ  ରାଜକୀୟ ପରିପାଟି ବେଶ ଧରୁ ଧରୁ ପୂରା କଂସ ପାଲଟିଯାନ୍ତି ଭୁବନେଶ୍ୱର। ଅପରାହ୍ନ ୪ଟା ବେଳକୁ ଆରମ୍ଭ ହୁଏ କଂସ ମହାରାଜଙ୍କ ନଗର ପରିକ୍ରମା । ହାତୀ ପିଠିରେ ବସି ମନ୍ତ୍ରୀ, ପାରିଷଦଙ୍କ ସହ ନଗର  ଭ୍ରମଣ କରନ୍ତି ସେ।

ଚାଷକୁ ପେଷା ଆଉ ଅଭିନୟକୁ ନିଶା କରିଥିବା ଭୁବନେଶ୍ୱର ଏଥର ତୃତୀୟ ଥର ପାଇଁ ବିଶ୍ୱର ସବୁଠୁ ବଡ଼ ଖୋଲା ରଙ୍ଗମଞ୍ଚରେ  ମୁଖ୍ୟ ଭୂମିକାରେ ଅଭିନୟର ସୁଯୋଗ ପାଇଛନ୍ତି ।  ତେବେ ଏ ୧୧ ଦିନର ଜୀବନ ଚର୍ଯ୍ୟା ଓ ଅନୁଭୂତି ବେଶ୍ ନିଆରା ଆଉ ଅଭୂଲା କୁହନ୍ତି  ଭୁବନେଶ୍ୱର।

Related story