ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ବେକାବୁ ହେବା ସହ ରେକର୍ଡ ଭାଙ୍ଗି ଚାଲିଛି କରୋନା। ଆଜି ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ପାର ହୋଇଥିବା ବେଳେ ରାଜ୍ୟରେ ବି ୫୦୦ ଡେଇଁଛି। ଗତ ୩ ଦିନ ହେଲା ଏହା ୫୦୦ ମୁହାଁ ହୋଇଥିବା ବେଳେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୫୭୩ରେ ପହଞ୍ଚି ଯାଇଛି।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନୁେଗାଳରୁ ୩୨, କଟକରୁ ୨୮, କଳାହାଣ୍ଡିରୁ ୨୪ ଓ ବଲାଙ୍ଗିରରୁ ୨୦ ଜଣ ଚିହ୍ନଟ ହୋଇଛନ୍ତି। ଏଥିସହ ରାୟଗଡ଼ାରୁ ୧୬, ମୟୂରଭଞ୍ଜରୁ ୧୩, ବାଲେଶ୍ୱରରୁ ୧୧, କେନ୍ଦୁଝରରୁ ୮ ଚିହ୍ନଟ ହୋଇଛନ୍ତି।
ଗତ ତିନି ଦିନ ଧରି ରାଜ୍ୟରେ ଦୈନିକ ସଂକ୍ରମଣ ୪୫୦ ଉପରେ ରହିଥିଲା। ଗତ ୩ ଦିନ ଧରି ଆସିଥିବା ରିପୋର୍ଟରେ ଏହି ସଂଖ୍ୟା ଯଥାକ୍ରମେ ୪୬୧ ଓ ୪୫୨ ଓ ୪୭୧ ରହିଥିଲା।
Covid-19 Report For 4th April
New Positive Cases: 573
In quarantine: 337
Local contacts: 236(Details of local contacts will be shared by concerned District Administration)
District Wise Cases:
1. Angul: 32
2. Balasore: 11
3. Bargarh: 43
4. Bhadrak: 3
5. Balangir: 20— I & PR Department, Odisha (@IPR_Odisha) April 5, 2021
6. Boudh: 1
7. Cuttack: 28
8. Deogarh: 1
9. Gajapati: 3
10. Ganjam: 8
11. Jagatsinghpur: 4
12. Jajpur: 13
13. Jharsuguda: 39
14. Kalahandi: 24
15. Kandhamal: 1
16. Kendrapada: 1
17. Keonjhar: 8
18. Khurda: 96
19. Koraput: 3
20. Mayurbhanj: 13
21. Nawarangpur: 3
22. Nayagarh: 1— I & PR Department, Odisha (@IPR_Odisha) April 5, 2021
23. Nuapada: 60
24. Puri: 16
25. Rayagada: 16
26. Sambalpur: 21
27. Sonepur: 2
28. Sundargarh: 80
29. State Pool: 22New recoveries: 300
Cumulative tested: 9188038
Positive: 343268
Recovered: 337935
Active cases: 3358— I & PR Department, Odisha (@IPR_Odisha) April 5, 2021
ସୂଚନାଯୋଗ୍ୟ ଯେ, ଦେଶରେ ୨ୟ ଲହର ଜାରି ରହିଥିବାରୁ ଏବେଠାରେ ସାଂଘାତିକ ଅବସ୍ଥା ସୃଷ୍ଟି ହେଲାଣି । ଆଜି ଦେଶରେ ମଧ୍ୟ ପ୍ରଥମ ଥର ପାଇଁ ରେକର୍ଡ କରିଛି ମହାମାରୀ । ଦିନକରେ ଲକ୍ଷେ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୩ ହଜାର ୫୫୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୪୭୮ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଏହାପୂର୍ବରୁ ସର୍ବାଧିକ ଦୈନିକ ସଂକ୍ରମଣ ୯୭, ୮୯୪ ଥିଲା ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଇଥିବା ତଥ୍ୟ ଅନୁସାରେ, ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୫ ଲକ୍ଷ ୮୯ ହଜାର ୬୭କୁ ବୃଦ୍ଧି ପାଇଛି। ସେହିପରି ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୫ ହଜାର ୧୦୧ରେ ପହଞ୍ଚିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।