ତୁମୁଡ଼ିବନ୍ଧ ବ୍ଲକରେ ଝାଡ଼ାବାନ୍ତି ଆତଙ୍କ

କନ୍ଧମାଳ(ଓଡ଼ିଶା ରିପୋର୍ଟର): କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକରେ ଝାଡ଼ାବାନ୍ତି ଆତଙ୍କ ଦେଖାଦେଇଛି। ମୁଣ୍ଡିଗଡ଼ ପଞ୍ଚୟାତର ଘୁମୁରା ଗାଁରେ ୧୮ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତଙ୍କୁ ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅସୁସ୍ଥଙ୍କ ମଧ୍ୟରେ ୫ ଜଣ ଶିଶୁ ଓ ୧୧ ଜଣ ମହିଳା ଅଛନ୍ତି। କେଉଁ କାରଣକୁ ଗାଁରେ ଝାଡ଼ାବାନ୍ତି ବ୍ୟାପିଛି ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଗାଁକୁ ଯାଇ ସ୍ଥିତି ପରଖିବା ସହ ଫୁଡ୍ ସାମ୍ପଲ ସଂଗ୍ରହ କରିବ।