ଗାଡ଼ି ଡିଏଲ ପାଇଁ ଆରଟିଓ କାର୍ଯ୍ୟାଳୟରେ ଦଲାଲଙ୍କ ହେବି ଡିମାଣ୍ଡ, ଲୋକେ ନାଚାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ଦଲାଲଙ୍କ କବ୍‌ଜାରେ ରାଜ୍ୟର ଅଧିକାଂଶ ପରିବହନ କାର୍ଯ୍ୟାଳୟ ବା ଆରଟିଓ। ନୂଆ ମୋଟର ଯାନ ଆଇନ୍ ଲାଗୁ ପରେ ଏମାନଙ୍କ ଭାଉ ଏବେ କାହିଁରେ କଣା ଲୋକେ ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ଠିଆ ହେଉଛନ୍ତି।  ହେଲେ ଦଲାଲ ଭିତରେ ପଶି କାମ କରାଇ ନେଉଛନ୍ତି। ଯିଏ ମୋଟା ଅଙ୍କର ଟଙ୍କା ଦେଲା ତା କାମ ହେଲା। ଏମିତିକି ଦଲାଲ ହାବୁଡ଼ରେ ପଡ଼ି ଲର୍ଣ୍ଣିଂ ଲାଇସେନ୍ସ ପାଇଁ ୨୨୨ ଜାଗାରେ ୧୮ ଶହରୁ ୨୨ ଶହ […]

650

Tapas Behera
  • Published: Monday, 16 September 2019
  • , Updated: 16 September 2019, 07:39 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ଦଲାଲଙ୍କ କବ୍‌ଜାରେ ରାଜ୍ୟର ଅଧିକାଂଶ ପରିବହନ କାର୍ଯ୍ୟାଳୟ ବା ଆରଟିଓ। ନୂଆ ମୋଟର ଯାନ ଆଇନ୍ ଲାଗୁ ପରେ ଏମାନଙ୍କ ଭାଉ ଏବେ କାହିଁରେ କଣା ଲୋକେ ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ଠିଆ ହେଉଛନ୍ତି।  ହେଲେ ଦଲାଲ ଭିତରେ ପଶି କାମ କରାଇ ନେଉଛନ୍ତି। ଯିଏ ମୋଟା ଅଙ୍କର ଟଙ୍କା ଦେଲା ତା କାମ ହେଲା। ଏମିତିକି ଦଲାଲ ହାବୁଡ଼ରେ ପଡ଼ି ଲର୍ଣ୍ଣିଂ ଲାଇସେନ୍ସ ପାଇଁ ୨୨୨ ଜାଗାରେ ୧୮ ଶହରୁ ୨୨ ଶହ ଟଙ୍କା ଗଣୁଛନ୍ତି ଲୋକେ। ଚଣ୍ଡିଖୋଲ, କଟକ, ନୟାଗଡ଼ଠୁ ନେଇ ରାଜଧାନୀ ଭୁବନେଶ୍ୱର ଯାଏ, ସବୁଠି ଏମିତି ସ୍ଥିତି।

ଆରଟିଓରେ ଦଲାଲ ରାଜ୍। ସାଧାରଣ ଲୋକଙ୍କୁ ଚୁନ ଲଗାଇ ଲୁଟୁଛନ୍ତି ଧୂର୍ତ୍ତ ଦଲାଲ। ନୟାଗଡ଼, କଟକ, ଚଣ୍ଡିଖୋଲ ଏମିତିକି ରାଜଧାନୀ ଭୁବନେଶ୍ୱର ଖୋଲାମେଲାରେ ଲୁଟୁଛନ୍ତି ଦଲାଲ୍। ତୁନି ବସିଛି ପ୍ରଶାସନ। ଲାଇସେନ୍ସ ପାଇଁ ଅଫିସରେ ଭିଡ଼ ଯେତିକି ବଢୁଛି, ସେତିକି ଚିକ୍କଣ ହେଉଛି ଏମାନଙ୍କ ହାତ।  ଏ ଦୃଶ୍ୟ ନୟାଗଡ଼ ପରିବହନ କାର୍ଯ୍ୟାଳୟର।  ଭିତରେ ଭିଡ, ହେଲେ ବାହାରେ ମୋଟର ସାଇକେଲ ଉପରେ ଯେମିତି ଚାଲିଛି ଆଉ ଗୋଟେ ଅଫିସ।

ବଡ଼ କଥା ହେଉଛି ନୂଆ ଆଇନ୍ ଲାଗୁ ହେବା ପରେ ଖୋଦ୍ ପରିବହନ ସଚିବ ଏଠାକୁ ଅଚାନକ ପରିଦର୍ଶନରେ ଆସିଥଲେ। ଆଉ ଦଲାଲଙ୍କୁ ଜଗିବାକୁ ପୁଲିସ ବି ମୁତୟନ ଅଛନ୍ତି।  ତା’ସତ୍ତ୍ୱେ ଚାଲିଛି ଖୁଲ୍ଲମଖୁଲ୍ଲା ଦଲାଲ୍ ରାଜ୍।

ନିୟମ ଅନୁସାରେ କେବଳ ଦୁଇ ଚକିଆ ଯାନ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ୨୨୨ ଟଙ୍କା ଏବଂ ଉଭୟ ଦୁଇ ଚକିଆ ଓ କାର୍ ଲର୍ଣ୍ଣିଂ ପାଇଁ ୩୭୨ ଟଙ୍କା ଦେୟ ରହିଛି । ହେଲେ ଏଥିପାଇଁ ସାଧାରଣ ଲୋକଙ୍କଠୁ ଦଲାଲ ଲୁଟୁଛନ୍ତି ୧୮୦୦ରୁ ୨୨୦୦ ଟଙ୍କା।

Related story