ରାମଚନ୍ଦ୍ର ହତ୍ୟାକାଣ୍ଡ ମାମଲା: ବଦ୍ରି ପାତ୍ରଙ୍କୁ ଟାଣିଲେ ଦାମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ଘସିପୁରାର ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରା ହତ୍ୟାକାଣ୍ଡ ମାମଲାରେ ପୁଲିସ ବର୍ତ୍ତମାନ ଯାଏଁ ମାତ୍ର ୩ଜଣଙ୍କୁ ଗିରଫ କରିଛି। ଘଟଣାରେ ୪ଟି ଟିମ୍ ଗଠନ କରାଯାଇ ଛାନଭିନ୍ ଜାରି ରଖିଛି ପୋଲିସ।   ତେବେ ଅନ୍ୟ ଅଭିଯୁକ୍ତ ମାନେ ବର୍ତ୍ତମାନ ସୁଦ୍ଧା ଧରାପଡ଼ିନଥିବାରୁ ଏବେ ବି ଚାପା ଉତ୍ତେଜନା ଲାଗିରହିଛି । ସେପଟେ ରାମଚନ୍ଦ୍ର ବେହେରାଙ୍କ ମୃତ୍ୟୁ ଘଟଣାକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ବରିଷ୍ଠ ବିଜେପି ନେତା ଦାମୋଦର ରାଉତ। ଏହି ଘଟଣାରେ ମନ୍ତ୍ରୀ […]

6vv

6vv

Tapas Behera
  • Published: Wednesday, 27 March 2019
  • Updated: 27 March 2019, 01:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ଘସିପୁରାର ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରା ହତ୍ୟାକାଣ୍ଡ ମାମଲାରେ ପୁଲିସ ବର୍ତ୍ତମାନ ଯାଏଁ ମାତ୍ର ୩ଜଣଙ୍କୁ ଗିରଫ କରିଛି। ଘଟଣାରେ ୪ଟି ଟିମ୍ ଗଠନ କରାଯାଇ ଛାନଭିନ୍ ଜାରି ରଖିଛି ପୋଲିସ।   ତେବେ ଅନ୍ୟ ଅଭିଯୁକ୍ତ ମାନେ ବର୍ତ୍ତମାନ ସୁଦ୍ଧା ଧରାପଡ଼ିନଥିବାରୁ ଏବେ ବି ଚାପା ଉତ୍ତେଜନା ଲାଗିରହିଛି । ସେପଟେ ରାମଚନ୍ଦ୍ର ବେହେରାଙ୍କ ମୃତ୍ୟୁ ଘଟଣାକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ବରିଷ୍ଠ ବିଜେପି ନେତା ଦାମୋଦର ରାଉତ।

ଏହି ଘଟଣାରେ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କୁ ସେ କଡ଼ା ଆକ୍ଷେପ କରିଛନ୍ତି । କହିଛନ୍ତି ଟିକେଟ୍‌କୁ ନେଇ ବଦ୍ରିନାରାୟଣ ପାତ୍ରଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ପାଣ୍ଡିଆନଙ୍କ ଭିତିରି ଡିଲ୍ ହୋଇଛି। ଦାମ ଅଭିଯୋଗ କରିଛନ୍ତି ଯେ, କିଛି ମାସ ପୂର୍ବରୁ ବଦ୍ରି ପାତ୍ରଙ୍କ ବଡ଼ ପୁଅ ହତ୍ୟା ମକଦ୍ଦମାରେ ଗିରଫ ହୋଇଥିଲେ। ଏହାର କିଛି ଦିନ ଭିତରେ ଗାଡ଼ି ଭିତରେ ପୁରେଇ ଜଣଙ୍କୁ ଆକ୍ରମଣ କଲେ।

ତେବେ ଏସବୁ ଘଟଣାର ତଦନ୍ତ ହେବା ଉଚିତ୍‌। କିନ୍ତୁ  ଶାସକ ଦଳ ପୁଲିସକୁ ହାତବାରିସୀ କରି ଆତଙ୍କରାଜ ସୃଷ୍ଟି କରି ଭୋଟ ନେବାକୁ ଚେଷ୍ଟା କରୁଛି। ଷଡ଼ଯନ୍ତ୍ର ପଛରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ପାଣ୍ଡିଆନ୍ ଏବଂ ଯାଜପୁର ବିଧାୟକ ବବି ଦାସ ରହିଛନ୍ତି ବୋଲି ସେ କହିଛନ୍ତି । ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିନଥିବାବେଳେ ହତ୍ୟାକାଣ୍ଡରେ କୌଣସି ସମ୍ପୃକ୍ତି ଅଭିଯୋଗକୁ ଗତକାଲି ଖଣ୍ଡନ କରିଥିଲେ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର।

https://youtu.be/FrBq-zKRjSM

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos