ଜୋତା ଧରି ରାସ୍ତାରେ ଚାଲ

ମୋହନା(ମିହିର ଜତି): ଆଣ୍ଠୁଏ ଉଚ୍ଚର କାଦ ପଚ ପଚ। ଗାଡ଼ି ଘୋଡ଼ାତ ଦୂରର କଥା ପାହୁଲା ଟିଏ ପକାଇଲେ ଫୁଟେ ଭିତରକୁ ପଶି ଯାଉଛି। ତେଣୁ ଲୋକେ ଅତି ସତର୍କତାର ହାତରେ ଚପଲ ଧରି ଯିବା ଆସିବା କରୁଛନ୍ତି। ଗଜପତି ଜିଲ୍ଲା ମୋହନା ବ୍ଳକ ଲୁହାଗୁଡି ପଂଚାୟତ କେଚ୍ଚାପଙ୍କା ଗାଁର ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି। କାଦୁଅ ପଚ ପଚ ରାସ୍ତା ହିଁ ଗ୍ରାମବାସୀଙ୍କ ପାଇଁ ସାହା ଭରସା। ଜାତୀୟ ରାଜପଥଠାରୁ ଗାଁକୁ ସଲଗ୍ନ କରୁଥିବା […]

7bn-0

Tapas Behera
  • Published: Tuesday, 06 October 2020
  • , Updated: 06 October 2020, 06:11 PM IST

ମୋହନା(ମିହିର ଜତି): ଆଣ୍ଠୁଏ ଉଚ୍ଚର କାଦ ପଚ ପଚ। ଗାଡ଼ି ଘୋଡ଼ାତ ଦୂରର କଥା ପାହୁଲା ଟିଏ ପକାଇଲେ ଫୁଟେ ଭିତରକୁ ପଶି ଯାଉଛି। ତେଣୁ ଲୋକେ ଅତି ସତର୍କତାର ହାତରେ ଚପଲ ଧରି ଯିବା ଆସିବା କରୁଛନ୍ତି। ଗଜପତି ଜିଲ୍ଲା ମୋହନା ବ୍ଳକ ଲୁହାଗୁଡି ପଂଚାୟତ କେଚ୍ଚାପଙ୍କା ଗାଁର ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି। କାଦୁଅ ପଚ ପଚ ରାସ୍ତା ହିଁ ଗ୍ରାମବାସୀଙ୍କ ପାଇଁ ସାହା ଭରସା। ଜାତୀୟ ରାଜପଥଠାରୁ ଗାଁକୁ ସଲଗ୍ନ କରୁଥିବା ଏହି ୨ କିମି ରାସ୍ତା ଉପରେ କେଚ୍ଚାପଙ୍କା ଗାଁ ସମେତ ରାମଚନ୍ଦ୍ରପୁରୁ, ସାମଚନ୍ଦ୍ରପୁର, ଟିମାଆ ଓ ପାଦ୍ରିମା ଗାଁ ସମେତ ପ୍ରୟ ୧୦ ଖଣ୍ଡ ନର୍ଭରଶୀଳ ଅଛନ୍ତି।

ବର୍ଷା ଦିନରେ  ଆମ୍ୱୁଲାନ୍ସ ସେବା ପାଇବା ତ ଦୂରର କଥା ଲୋକେ ଚାଲି କି ଯିବା ମୁସ୍କିଲ ହେଉଛି। ସ୍କୁଲ ଛାତ୍ରଛାତ୍ରୀ, ଗ୍ରାମବାସୀ ଓ ପଂଚାୟତ କାର୍ଯ୍ୟାଳୟକୁ ଭତା ଓ ଚାଉଳ ପାଇଁ ଯିବାକୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ରାସ୍ତା ମରାମତି ପାଇଁ ବାରମ୍ୱାର ପ୍ରଶାସନ ନିକଟରେ ଗୁହାରୀ କଲେ ବି ଆଜି ଯାଏଁ ସମସ୍ୟାର ସମାଧାନ ହୋଇପାରୁନାହିଁ । ଏ ନେଇ ବିଡିଓ କହିଛନ୍ତି, ତୁରନ୍ତ ମନରେଗା ଯୋଜନାରେ ରାସ୍ତାକୁ ମରାମତି କରିବା ସହ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଅନ୍ତର୍ଭୁକ୍ତ କରି ରାସ୍ତା କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ପ୍ରସ୍ତାବ ଦିଆଯିବ।

Related story