ବିକଳ୍ପ ନ ଥିବାରୁ ମନ ନ ଥିଲେ ବି ଲୋକେ ପୁଣି ନବୀନଙ୍କୁ ବାଛିବେ: ଦାମୋଦର ରାଉତ

ଭୁବନଶ୍ୱର; ୟୁପି ରାଜନୀତିରେ ମୋଦି ଝଡ଼କୁ ନେଇ ସବୁ ରାଜନୈତିକ ଦଳରେ ଏବେ କମ୍ପନ। ୟୁପିରେ ବିଜେପି ବିପୁଳ ସଫଳତା ପାଇବା ପରେ ବିଭିନ୍ନ ଦଳ ପକ୍ଷରୁ ଭିନ୍ନ ଭିନ୍ନ ମନ୍ତବ୍ୟ ଦିଆଯାଉଛି। ତେବେ ଓଡ଼ିଶାର ଏହାର ପ୍ରଭାବ ପଡ଼ିବ ନାହିଁ ବୋଲି ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି। ସେ କହିଛନ୍ତି,“ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ବିକଳ୍ପ ନାହିଁ। ମନ ନ ଥିଲେ ବି ପୁଣି ଲୋକେ ନବୀନଙ୍କୁ ବାଛିବେ।” ସେ କହିଛନ୍ତି,“ସବୁବେଳ ସରକାର ବିରୋଧୀ ହାୱା କାମ […]

dama

Rakesh Mallick
  • Published: Sunday, 12 March 2017
  • , Updated: 12 March 2017, 08:18 PM IST

ଭୁବନଶ୍ୱର; ୟୁପି ରାଜନୀତିରେ ମୋଦି ଝଡ଼କୁ ନେଇ ସବୁ ରାଜନୈତିକ ଦଳରେ ଏବେ କମ୍ପନ। ୟୁପିରେ ବିଜେପି ବିପୁଳ ସଫଳତା ପାଇବା ପରେ ବିଭିନ୍ନ ଦଳ ପକ୍ଷରୁ ଭିନ୍ନ ଭିନ୍ନ ମନ୍ତବ୍ୟ ଦିଆଯାଉଛି। ତେବେ ଓଡ଼ିଶାର ଏହାର ପ୍ରଭାବ ପଡ଼ିବ ନାହିଁ ବୋଲି ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି। ସେ କହିଛନ୍ତି,“ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ବିକଳ୍ପ ନାହିଁ। ମନ ନ ଥିଲେ ବି ପୁଣି ଲୋକେ ନବୀନଙ୍କୁ ବାଛିବେ।”

ସେ କହିଛନ୍ତି,“ସବୁବେଳ ସରକାର ବିରୋଧୀ ହାୱା କାମ କରେ। ଏହି ସମସୟରେ ଯଦି ସାଧାରଣ ଲୋକ ଗୋଟିଏ ସରକାର ଉପରେ ଅସନ୍ତୋଷ ହୋଇଥାଆନ୍ତି ତେବେ ସରକାର ବଦଳାଇବାକୁ ଚାହିଁଥାନ୍ତି। ଲୋକେ ସରକାର ବଦଳାଇବାକୁ ଚାହିଁଲେ କିଏ ବିକଳ୍ପ ହେବ ଭାବିଥାନ୍ତି। ଉତ୍ତରପ୍ରଦଶରେ ସେମିତି କିଛି ପରିସ୍ଥିତି ସୃଷ୍ଟି  ହୋଇଥିଲା। ତେବେ ଓଡ଼ିଶାରେ ଏପରି କୌଣସି ଆଭାସ ନାହିଁ।”

ସେ କହିଛନ୍ତି,“ବିଜେଡି ସଭାପତି ଯେଉଁଦିନ ଠାରୁ ବିଜେପି ହାତ ଛାଡ଼ିଦେଲେ ସେବେ ଠାରୁ ବିଜେପି ଓ କଂଗ୍ରେସ ଠାରୁ ବିଜେଡି ସମ ଦୂରତା ବଜାୟ ରଖିଆସିଛି। ଏଥିରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଏକ ଆଞ୍ଚଳିକ ଦଳର ସୁପ୍ରିମ ହେଉଛନ୍ତି ନବୀନ ପଟ୍ଟନାୟକ। ତାଙ୍କ ତୁଣ୍ଡରୁ କିଛି ନ ବାହାରିବା ପର୍ଯ୍ୟନ୍ତ ବିଜେଡି ଉଭୟ ବିଜେପି ଓ କଂଗ୍ରେସ ଠାରୁ ସମ ଦୂରତା ବଜାଇ ରଖିବ।”

ସେ ଆହୁରି କହିଛନ୍ତି,“ଅତୀତରେ ମୋଦି ଅନେକ ଥର ଓଡ଼ିଶା ଆସିଛନ୍ତି। ହେଲେ ଏହାର ପ୍ରଭାବ ଓଡ଼ିଶାରେ କିଛି ପଡିନାହିଁ। ଗତ ସାଧାରଣ ନିର୍ବାଚନ ଏହାର ପ୍ରମାଣ। ଏଥିରେ ବିଜେପି ସାଂସଦ ଆସନରେ ଜିତିଥିବା ବେଳେ ବିଜେଡି ୨୦ଟିରେ ବିଜୟୀ ହୋଇଥିଲା।”

Related story