ନିର୍ବାଚନ ସମୟରେ ମୋତେ ହେଲିକପ୍ଟରରେ ବୁଲାଇଲେ, ଏବେ ପଚାରୁ ନାହାନ୍ତି: ଦାମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କିଛି ଦିନର ନିରବତା ପରେ ପୁଣି ତୁଣ୍ଡ ଖୋଲିଛନ୍ତି ଦାମ। ଏଥର ବିଜେଡି କି କଂଗ୍ରେସ ନୁହେଁ ଖୋଦ୍‌ ନିଜ ଦଳ ବିଜେପି ବିରୋଧରେ ବାଣ ଛାଡ଼ିଛନ୍ତି ଦାମ। ଦଳରେ ତାଙ୍କୁ ପଚରାଯାଉ ନଥିବା କହି ଅସନ୍ତୋଷ ଝାଡ଼ିଛନ୍ତି ଦାମ। ଅଭିଯୋଗ କରିଛନ୍ତି ବିଜେପି ନେତାମାନେ ତାଙ୍କୁ ଆଉ ପଚାରୁ ନାହାନ୍ତି। ଦାମ କହିଛନ୍ତି ଯେ, ନିର୍ବାଚନ ବେଳେ ବିଜେପି ମୋତେ ଡାକିଲା, ମୁଁ ଯିବାକୁ ସହମତ ହେଲି। ନିର୍ବାଚନରେ ଷ୍ଟାର ପ୍ରଚାରକ କଲେ, ହେଲିକପ୍ଟରରେ […]

dama

dama

Tapas Behera
  • Published: Thursday, 29 August 2019
  • Updated: 29 August 2019, 04:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କିଛି ଦିନର ନିରବତା ପରେ ପୁଣି ତୁଣ୍ଡ ଖୋଲିଛନ୍ତି ଦାମ। ଏଥର ବିଜେଡି କି କଂଗ୍ରେସ ନୁହେଁ ଖୋଦ୍‌ ନିଜ ଦଳ ବିଜେପି ବିରୋଧରେ ବାଣ ଛାଡ଼ିଛନ୍ତି ଦାମ। ଦଳରେ ତାଙ୍କୁ ପଚରାଯାଉ ନଥିବା କହି ଅସନ୍ତୋଷ ଝାଡ଼ିଛନ୍ତି ଦାମ। ଅଭିଯୋଗ କରିଛନ୍ତି ବିଜେପି ନେତାମାନେ ତାଙ୍କୁ ଆଉ ପଚାରୁ ନାହାନ୍ତି।

ଦାମ କହିଛନ୍ତି ଯେ, ନିର୍ବାଚନ ବେଳେ ବିଜେପି ମୋତେ ଡାକିଲା, ମୁଁ ଯିବାକୁ ସହମତ ହେଲି। ନିର୍ବାଚନରେ ଷ୍ଟାର ପ୍ରଚାରକ କଲେ, ହେଲିକପ୍ଟରରେ ବୁଲାଇଲେ। ମୁଁ ବିଭିନ୍ନ ନିର୍ବାଚନମଣ୍ଡଳୀରେ ବୁଲି ପ୍ରଚାର କଲି। ନିର୍ବାଚନରେ ଏସରମା-ବାଲିକୁଦାରୁ ପ୍ରାର୍ଥୀ ହେବା ପରେ ମୁଁ ପରାଜିତ ହେଲି । ପରାଜିତ ହେବାର ଅନେକ କାରଣ ରହିଛି । ସେ ସବୁ କହି କିଛି ଲାଭ ନାହିଁ। ହାରିଲା ପରେ ମୋତେ ଦଳର କୌଣସି କାର୍ଯ୍ୟକ୍ରମରେ ସାମିଲ କରାଯାଇନି।

ଯେବେ ଦରକାର ପଡ଼େ ଖୋଜିବେ। ତାଙ୍କ ଦଳର କାର୍ଯ୍ୟକଳାପ ଏମିତି ବୋଲି କହି ଦାମ କଟାକ୍ଷ କରିଛନ୍ତି। ଏବେ ସଦସ୍ୟ ସଂଗ୍ରହ ଅଭିଯାନ ସରିଛି। ମୋତେ କିଛି ଦାୟିତ୍ୱ ଦେଇପାରନ୍ତି। ଦାମ କହିଛନ୍ତି ଯେ, ମୁଁ ଦଳରେ ଅଛି, ମୋତେ ଦାୟିତ୍ୱ ଦେବେ କି ନାହିଁ ସେଯାଏଁ ଅପେକ୍ଷା କରିଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos