ଦାମୋଦର ରାଉତ ଏବେ ବି ସମବାୟ ଓ ଅବକାରୀ ମନ୍ତ୍ରୀ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମନ୍ତ୍ରିମଣ୍ଡଳରୁ ବିଦା ହେବାର ଦେଢ଼ ମାସ ପରେ ବି ଦାମୋଦର ରାଉତ ସମବାୟ ମନ୍ତ୍ରୀ ଅଛନ୍ତି। ଏକଥା ଆମେ କହୁନୁ ଖୋଦ୍ ସରକାରଙ୍କ ସମବାୟ ବିଭାଗର ୱେବସାଇଟ୍‌ କହୁଛି। ବିଭାଗ ଅଧୀନରେ ଥିବା ରେଜିଷ୍ଟ୍ରାର ଅଫ୍ କୋ-ଅପରେଟିଭ ସୋସାଇଟିର ୱେବସାଇଟରେ ଦାମୋଦର ରାଉତ ଏବେ ବି ସମବାୟ ଓ ଅବକାରୀ ମନ୍ତ୍ରୀ ଥିବା ଦର୍ଶାଯାଇଛି। ସେହିପରି ସମବାୟ ବିଭାଗର ସଚିବ ଭାବେ ରଞ୍ଜନା ଚୋପ୍ରା ଦାୟିତ୍ୱ ନେବାର ଦୁଇମାସ ପରେ ବି ବିଭାଗର ୱେବସାଇଟରେ ମନୋଜ ଆହୁଜା ସଚିବ ଅଛନ୍ତି।

ତେବେ ସମବାୟ ବିଭାଗର ୱେବସାଇଟ୍‌ରେ କିନ୍ତୁ ସୂର୍ଯ୍ୟ ନାରାୟଣ ପାତ୍ର ସମବାୟ ମନ୍ତ୍ରୀ ଅଛନ୍ତି। ଥ୍ରି-ଟି ଅର୍ଥାତ ଟେକୋନଲୋଜି, ଟ୍ରାସପରେନ୍ସି, ଟିମ୍ ଓ୍ୱାର୍କର କଥା କହୁଥିବା ସରକାର ନିଜ ତଥ୍ୟ ଦେବାରେ କେତେ ଅପଡେଟ୍ ଏଥିରୁ ସ୍ପଷ୍ଟ ହେଉଛି। ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟପାତ୍ର କହିଛନ୍ତି,“ ୱେବସାଇଟ୍‌ ପ୍ରସ୍ତୁତ ସଂସ୍ଥାର ଏହା ଖାମଖିଆଲ ଭାବ। ଏନେଇ ରିପୋର୍ଟ ମଗାଯିବ।”