ଦାମ ରୋକଠୋକ୍‌ କହିଲେ, ‘ମତେ ବୈଠକକୁ କେହି ଡାକିନାହାନ୍ତି’

ଭୁବନେଶ୍ୱର(ଓଡିଶା ରିପୋର୍ଟର): ‘ପୁଅ କଣ ବିଧାୟକ ପ୍ରତିନିଧି ? ମୁଁ ହେଉଛି ବିଧାୟକ। ସେଥିପାଇଁ ମତେ ବୈଠକକୁ ଡାକିବାର ଥିଲା। ହେଲେ ମତେ କେହି ଡାକିଲେନି। ପୁଅ ଦଳରେ ଗୋଟେ ଦାୟିତ୍ୱରେ ଅଛି। ସେଥିପାଇଁ ସେ ଯାଇଥିବ।’ ଏମିତି କଥା କହିଛନ୍ତି ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ। ଗତକାଲି ଜଗତସିଂହପୁର ଜିଲାରେ ଦଳର ସାଂଗଠନିକ ସ୍ଥିତିର ସମୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକ ଡାକିଥିଲେ। କିନ୍ତୁ ଏହି ବୈଠକରେ ଜିଲାର ସମସ୍ତ ବିଧାୟକ ଉପସ୍ଥିତ ଥିଲେ ମଧ୍ୟ […]

ok dama

Rakesh Mallick
  • Published: Tuesday, 08 May 2018
  • , Updated: 08 May 2018, 10:11 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ‘ପୁଅ କଣ ବିଧାୟକ ପ୍ରତିନିଧି ? ମୁଁ ହେଉଛି ବିଧାୟକ। ସେଥିପାଇଁ ମତେ ବୈଠକକୁ ଡାକିବାର ଥିଲା। ହେଲେ ମତେ କେହି ଡାକିଲେନି। ପୁଅ ଦଳରେ ଗୋଟେ ଦାୟିତ୍ୱରେ ଅଛି। ସେଥିପାଇଁ ସେ ଯାଇଥିବ।’ ଏମିତି କଥା କହିଛନ୍ତି ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ। ଗତକାଲି ଜଗତସିଂହପୁର ଜିଲାରେ ଦଳର ସାଂଗଠନିକ ସ୍ଥିତିର ସମୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକ ଡାକିଥିଲେ। କିନ୍ତୁ ଏହି ବୈଠକରେ ଜିଲାର ସମସ୍ତ ବିଧାୟକ ଉପସ୍ଥିତ ଥିଲେ ମଧ୍ୟ ଅନୁପସ୍ଥିତ ଥିଲେ ଦାମବାବୁ।

ସମସ୍ତେ ଭାବିଥିଲେ ବୋଧେ ନବୀନ ନିବାସରୁ ଡାକରା ଥିଲା କିନ୍ତୁ ଦାମବାବୁ ନିଜେ ନ ଯାଇ ପୁଅକୁ ପଠେଇ ଦେଲେ। ହେଲେ ଆଜି ସତ କଥା ଧରାପଡିଛି । ଦାମବାବୁ ରୋକଠୋକ କହିଛନ୍ତି ତାଙ୍କୁ କେହି ଡାକି ନଥିଲେ। ବୈଠକ ସମ୍ପର୍କରେ ସେ ଜାଣିଥିଲେ ବି ଡକରା ନ ଥିବାରୁ ସେ ସେଠାକୁ ଯାଇ ନାହାନ୍ତି ବୋଲି ଖୋଲାଖୋଲି କହିଛନ୍ତି। ହେଲେ ତାଙ୍କୁ କାହିଁକି ଡକା ଗଲାନି ସେ ସମ୍ପର୍କରେ ସେ କିଛି କହି ପାରିବେ ନାହିଁ ବୋଲି କହିଛନ୍ତି।

ସେ ଅଭିଯୋଗ କରିଛନ୍ତି ପୂର୍ବରୁ ବିଧାନସଭାରେ ମହାନଦୀ ପ୍ରସଙ୍ଗରେ ମଧ୍ୟ ତାଙ୍କୁ କହିବାକୁ ଦିଆଯାଇ ନ ଥିଲା।  ଏଣୁ ତାଙ୍କୁ ଏଥର ଡାକିବାର ଥିଲା। ପୁଅ ଯାଇଥିବା ସମ୍ପର୍କରେ ପଚରାଯିବାକୁ ସେ କହିଛନ୍ତି – ‘ସେ ବିଧାୟକ ପ୍ରତିନିଧି ନୁହେଁ। ନିର୍ବାଚନ ମଣ୍ଡଳି ସମସ୍ୟା ବିଷୟରେ ସେ କଣ କହିବ ? ଏଥିପାଇଁ ମୁଁ ପ୍ରସନ୍ନ ଆଚାର୍ଯ୍ୟଙ୍କ ସହ କଥା ମଧ୍ୟ ହୋଇଛି। ମୋତେ କାହିଁକି ଡାକିଲନି ବୋଲି ପଚାରିଛି।”

Related story