ବାର୍‌ ଡ୍ୟାନ୍ସର କହିଲେ ମନର କଥା...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜଧାନୀରେ ପୁଣି ଖୋଲିବ ଡ୍ୟାନ୍ସ ବାର୍‌। ବାର୍‌ ଗାର୍ଲଙ୍କ ନାଚ ଗୀତରେ ରାଜଧାନୀର ରାତି ହେବ ରଙ୍ଗୀନ୍‌। ଖୁଲମ୍‌ଖୁଲା ଜମିବ ଆସର। ଦେଢ଼ମାସ ବନ୍ଦ ରହିବା ପରେ ଏବେ ୭ଟି ଡ୍ୟାନ୍ସ ବାର୍‌ ଖୋଲିବାକୁ ଅନୁମତି ଦେଇଛନ୍ତି ଅବକାରୀ କମିଶନର। ବାର୍‌ ଖୋଲିବା ଉପରେ କେତୋଟି ସର୍ତ୍ତ ରଖାଯାଇଛି। ତେବେ ଏହି ଲାଇସେନ୍ସ ମିଳିବା ପରେ ଖୁସି ବ୍ୟକ୍ତ କରିଛନ୍ତି ବାର ଡ୍ୟାନ୍ସର। ଏନେଇ ଦୁଇ ଜଣ ବାରଗାର୍ଲ କହିଛନ୍ତି ଯେ, ଏବେ ସରକାରଙ୍କ ନିଷ୍ପତ୍ତିକୁ ନେଇ […]

Bar-dancer-1

Tapas Behera
  • Published: Wednesday, 25 September 2019
  • , Updated: 25 September 2019, 07:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜଧାନୀରେ ପୁଣି ଖୋଲିବ ଡ୍ୟାନ୍ସ ବାର୍‌। ବାର୍‌ ଗାର୍ଲଙ୍କ ନାଚ ଗୀତରେ ରାଜଧାନୀର ରାତି ହେବ ରଙ୍ଗୀନ୍‌। ଖୁଲମ୍‌ଖୁଲା ଜମିବ ଆସର। ଦେଢ଼ମାସ ବନ୍ଦ ରହିବା ପରେ ଏବେ ୭ଟି ଡ୍ୟାନ୍ସ ବାର୍‌ ଖୋଲିବାକୁ ଅନୁମତି ଦେଇଛନ୍ତି ଅବକାରୀ କମିଶନର। ବାର୍‌ ଖୋଲିବା ଉପରେ କେତୋଟି ସର୍ତ୍ତ ରଖାଯାଇଛି। ତେବେ ଏହି ଲାଇସେନ୍ସ ମିଳିବା ପରେ ଖୁସି ବ୍ୟକ୍ତ କରିଛନ୍ତି ବାର ଡ୍ୟାନ୍ସର।

ଏନେଇ ଦୁଇ ଜଣ ବାରଗାର୍ଲ କହିଛନ୍ତି ଯେ, ଏବେ ସରକାରଙ୍କ ନିଷ୍ପତ୍ତିକୁ ନେଇ ଆମେ ଖୁସି ଅଛୁ। ଦେଢ଼ମାସ ହେଲା ଡ୍ୟାନ୍ସବାର ବନ୍ଦ ହେବା ଯୋଗୁ ଆମେ ଅନେକ ହଇରାଣ ହେଉଥଲୁ। ଚଳିବା ମୁସକିଲ ହୋଇଯାଉଥିଲା।  ଯେଉଁ ସମୟରେ ବନ୍ଦ ହୋଇଥିଲା ସେତେବଳେ ଆମେ କେବଳ ହାତବାନ୍ଧି ବସିଥିଲୁ। କୌଣସି ଇନ୍‌କମ୍ ହେଉ ନଥିଲା। କାରଣ ଆମର କାମ ହେଉଛି ଡ୍ୟାନ୍ସ କରିବା। ଆମର ଯେଉଁଥିରେ ଟ୍ୟାଲେଣ୍ଟ ଅଛି ଆମେ ତାକୁ ହିଁ ମାଧ୍ୟମ କରି ପଇସା ରୋରଜଗାର କରୁ। ଯେତେବେଳେ ଆମ ପାଖରେ କାମ ନରହିବ ଆମେ ଚଳିବୁ କେମିତି। ଦେଢମାସ ହେଲା ବନ୍ଦ ଥିଲା। ଆମେ କେମିତି କଷ୍ଟରେ ଚଳୁଥିଲୁ ତାହା କେବଳ ଆମକୁ ହିଁ ଜଣା। । ସେମାନେ କହିଛନ୍ତି ଯେ, ଏବେ ଯେଉଁ ନିୟମ ସହ ଡ୍ୟାନ୍ସବାର ଖୋଲିବା ନେଇ ଲାଇସେନ୍ସ ମିଳିବ ବୋଲି ସରକାର କହିଛନ୍ତି ଆମେ ସେ ସବୁ ମାନିବୁ।

ସବୁକ୍ଷେତ୍ରରେ କିଛି ରୁଲରେଗୁଲେସନ୍‌ ଥାଏ। ଅମେ ବି ନିମୟ ମାନିବୁ। ଆମେ ପୂର୍ବରୁ ବି ନିୟମ ମାନି ଆସୁଥିଲୁ। ଯାହା ଅଭିଯୋଗ ହେଉଛି ଆମେ ନେକେଡ ଡ୍ୟାନ୍ସ ହେଉଛି ତାହା ହେଉନଥିଲା। ଆମେ କିଛି ସେଭଳି ନୃତ୍ୟ କରୁ ନଥିଲୁ। କିନ୍ତୁ ଏହି ନିମୟ କେବଳ ଆମରି କ୍ଷେତ୍ରରେ ଲାଗୁ ହେଉଥିଲା ହେଲେ ସମସ୍ତେ ଏହି ନିମୟକୁ ଅନୁସରଣ କରୁନଥିଲେ। ତେଣୁ ଏହା ବନ୍ଦ ଥିଲା। ଆମେ ରୁଲ୍‌ରେଗୁଲେସନ ମାନୁଥିଲୁ । ହେଲେ ଲାଇସେନ୍ସ ନଥିଲା । ଏବେ ଲାଇସେନ୍ସ ମିଳିଗଲା ଖୁସି ଲାଗୁଛି।

Related story