ବାଲିଗୁଡ଼ାରେ ୩୧ ଦଣ୍ଡର ମହାମିଳନ

ବାଲିଗୁଡ଼ା(ଓଡ଼ିଶା ରିପୋର୍ଟର): ‘ଦଣ୍ଡନାଚ’।  ଏହି ନୃତ୍ୟ  ମାଧ୍ୟମରେ ମାଆ କାଳୀଙ୍କୁ ଆରାଧନା କରାଯାଏ। ଏହି ନୃତ୍ୟ  କନ୍ଧମାଳ ଜିଲ୍ଲାରେ କାହିଁ କେଉଁ କାଳରୁ ହୋଇ ଆସୁଛି। ଏହି ନାଚ ଚୈତ୍ର ମାସରୁ ଆରମ୍ଭ ହୋଇଥିଏ। ଦଣ୍ଡନାଚ ଏଠାକାର ଲୋକଙ୍କ ମନରେ ବିଶ୍ୱାସର ଏକ ପ୍ରତୀକ ଭାବେ ଜଣାଶୁଣା। ଏଥିପାଇଁ  କନ୍ଧମାଳ ଜିଲ୍ଲା  ବାଲିଗୁଡ଼ାରେ ଅନୁଷ୍ଠିତ ହୋଇଯାଇଛି ‘୩୧ ଦଣ୍ଡ’। ଏକ ନିର୍ଦ୍ଧିଷ୍ଠ  ସ୍ଥାନରେ ୩୧ଟି ଦଣ୍ଡର ମହାମିଳନ ହୋଇଯାଇଛି। କନ୍ଧମାଳ ଜିଲ୍ଲା ବାଲିଗୁଡାର  ସହରର  ଅଧିଷ୍ଠାତ୍ରୀ ଦେବୀ […]

danda

Rakesh Mallick
  • Published: Tuesday, 10 April 2018
  • , Updated: 10 April 2018, 04:36 PM IST

ବାଲିଗୁଡ଼ା(ଓଡ଼ିଶା ରିପୋର୍ଟର): ‘ଦଣ୍ଡନାଚ’।  ଏହି ନୃତ୍ୟ  ମାଧ୍ୟମରେ ମାଆ କାଳୀଙ୍କୁ ଆରାଧନା କରାଯାଏ। ଏହି ନୃତ୍ୟ  କନ୍ଧମାଳ ଜିଲ୍ଲାରେ କାହିଁ କେଉଁ କାଳରୁ ହୋଇ ଆସୁଛି। ଏହି ନାଚ ଚୈତ୍ର ମାସରୁ ଆରମ୍ଭ ହୋଇଥିଏ। ଦଣ୍ଡନାଚ ଏଠାକାର ଲୋକଙ୍କ ମନରେ ବିଶ୍ୱାସର ଏକ ପ୍ରତୀକ ଭାବେ ଜଣାଶୁଣା। ଏଥିପାଇଁ  କନ୍ଧମାଳ ଜିଲ୍ଲା  ବାଲିଗୁଡ଼ାରେ ଅନୁଷ୍ଠିତ ହୋଇଯାଇଛି ‘୩୧ ଦଣ୍ଡ’। ଏକ ନିର୍ଦ୍ଧିଷ୍ଠ  ସ୍ଥାନରେ ୩୧ଟି ଦଣ୍ଡର ମହାମିଳନ ହୋଇଯାଇଛି।

କନ୍ଧମାଳ ଜିଲ୍ଲା ବାଲିଗୁଡାର  ସହରର  ଅଧିଷ୍ଠାତ୍ରୀ ଦେବୀ ମାଆ ପାଟଖଣ୍ଡାଙ୍କଠାରୁ ଆଶିଷ ନେବା ପରେ  ଆରମ୍ଭ ହୋଇଥିଲା ଦଣ୍ଡ ଯାତ୍ରା।ଏକ ବିଶାଳ ପଟୁଆରରେ ୩୧ ଦଳ ଦଣ୍ଡ ସହର  ପରିଭ୍ରମଣ କରିଥିଲେ।ମଧ୍ୟାହ୍ନରେ ଭିନ୍ନଭିନ୍ନ  ସ୍ଥାନରେ ୩୧ଦଳ ଦଣ୍ଡୁଅଙ୍କ ଧୁଳି ଦଣ୍ଡ ଭିନ୍ନ  ପରିବେଶ  ସୃଷ୍ଟି କରିଥିଲା। ପ୍ରଚଣ୍ଡ ଖରାରେ  ମାନସିକଧାରୀମାନେ କିଛି ପାରମ୍ପାରିକ ନୃତ୍ୟ   ପରିବେଷଣ  କରିଥିଲେ। ଏଥିପାଇଁ  ଚଳଚଞ୍ଚଳ ହୋଇଉଠିଥିଲା ବାଲିଗୁଡ଼ା ସହର। ଢୋଲ ଏବଂ ମହୁୀରର ତାଳରେ ଫାଟି ପଡ଼ୁଥିଲା ପୁରା ସହର। ମାଆଙ୍କ ଦର୍ଶନ ପାଇଁ ଶହଶହ  ଶ୍ରଦ୍ଧାଳୁଙ୍କ ଭିଡ  ଜମିଥିଲା।

ବାଲିଗୁଡା ସହରରେ ୩୧ଦଣ୍ଡର ମହାମିଳନ ସମାରୋହରେ  ଶାନ୍ତିଶୃଙ୍ଖଳା ସହ ସାରିବା ପାଇଁ ପଂଚୁ ଦଣ୍ଡ କମିଟି ଦିର୍ଘ ଦିନ ଆଗରୁ  ପ୍ରକ୍ରିୟା ଆରମ୍ଭ କରିଥିଲା।

Related story