ବ୍ରହ୍ମପୁର:(ଓଡ଼ିଶା ରିପୋର୍ଟର):କରୋନା ପାଇଁ ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡ ଯାତ୍ରା ବନ୍ଦ ରହିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଦଣ୍ଡ ମେଳଣ ଆୟୋଜନ ଉପରେ ରୋକ ଲଗାଇବା ପରେ ଦଣ୍ଡଯାତ୍ରା ବନ୍ଦ ରହିଛି।
ଆସନ୍ତାକାଲି ମେରୁ ସଂକ୍ରାନ୍ତି ପରମ୍ପରା ଅନୁସାରେ ଦଣ୍ଡ ଦଳ ସଂକ୍ରାନ୍ତି ପୂର୍ବରୁ ୧୩ଦିନ ଧରି ନୀତି ପାଳନ କରି ମନ୍ଦିର ଭିତରେ ବନ୍ଦ ହୋଇ ରହିଥିବା ପାଟ ଭୋକ୍ତାଙ୍କୁ ପଞ୍ଚାମୃତରେ ସ୍ନାନ କରାଇ ମେରୁ ଖୁଣ୍ଟର ଅଗ୍ନିକୁଣ୍ଡରେ ଝୁଲାଇଥାନ୍ତି।
କିନ୍ତୁ ଏଥର ଲକଡାଉନ ଯୋଗୁ ଏସବୁ ବନ୍ଦ ରଖାଯାଇଛି ପାଟ ଭୋକ୍ତା କେବଳ ମାନସିକ ଧାରଣ କରି ପୂଜା ପାଠ କରୁଛନ୍ତି। ଯେଉଁ ଭକ୍ତମାନେ ଏହି ୧୩ଦିନର ଦଣ୍ଡ ଯାତ୍ରାର ନିୟମ ପାଳନ କରି ରହିଥିଲେ ସେମାନେ ଭୋରରୁ ଆସି ମନ୍ଦିର ନିକଟରେ ନଡ଼ିଆ ଭୋଗ କରି ନୀତି ପାଳନ କରିପାରିବେ। ଦଣ୍ଡ ଦଳ ସେବକମାନଙ୍କ ପକ୍ଷରୁ ଏହା କୁହାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
୮ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି
୮ ତାରିଖ ରାତିରେ ରାଜଭବନରେ ରାତ୍ରୀଯାପନ କରିବେ। ୯ ତାରିଖ ଜନତା ମଇଦାନରେ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ସାମିଲ ହେବେ।
Miscellaneous
ମାର୍ଚ୍ଚ ୩୧ ସୁଦ୍ଧା 'ସୁଭଦ୍ରା' ଆବେଦନ କଲେ ୨ଟି କିସ୍ତି ମିଳିବ
୨୦୨୪-୨୦୨୫ ପାଇଁ ଆବେଦନର ଶେଷ ତାରିଖ ରହିଛି ଆସନ୍ତା ମାର୍ଚ୍ଚ ୩୧ ତାରିଖ। ତା’ଭିତରେ ଯେଉଁମାନେ ବି ଆବେଦନ କରିବେ, ସମସ୍ତଙ୍କୁ ୨ଟି କିସ୍ତି ପ୍ରଦାନ କରାଯିବ ବୋଲି କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି।
Miscellaneous
ମୋରମ ଖଣିରେ ଫସିଛି ହାତୀ ଛୁଆ, ଜଗି ରହିଛି ମା’
ପାଖରେ ମା’ ହାତୀ ଏବଂ ହାତୀପଲ ଥିବାରୁ ଉଦ୍ଧାର କାର୍ଯ୍ୟ ହୋଇପାରିନି।
Crime
ମଣପୁରମ ଫାଇନାନ୍ସ ଅଫିସରୁ ଲୁଟ୍ ଘଟଣା, ଅଭିଯୁକ୍ତଙ୍କ ଟେର୍ ପାଉନି ପୁଲିସ
ପ୍ରାୟ ୨୮ କେଜି ୨୦୦ ଗ୍ରାମ ସୁନା ଏବଂ ୪ ଲକ୍ଷ ୮୦ ହଜାର ଟଙ୍କା ଲୁଟ୍ ହୋଇଛି। ସିସିସିଟିଭି ଫୁଟେଜ ଆଧାରରେ ପୁଲିସ ତଦନ୍ତ ଜାରି ରଖିଛି।
Weather
ଆଜି ବି ଥରାଇବ ଶୀତ, କାଲି ବଢ଼ିବ କୁହୁଡ଼ି
ବିଶେଷକରି ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି, ନୟାଗଡ଼ କେନ୍ଦୁଝର ମୟୂରଭଂଜରେ କୁହୁଡ଼ି ସମ୍ଭାବନା ରହିଛି।