କରୋନା ଯୁଦ୍ଧରେ ସାମିଲ ହେଲେ ଡଙ୍ଗରିଆ କନ୍ଧ, ତିଆରି କଲେ ମାସ୍କ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘କରୋନା’ଠୁ ଦୂରେଇ ରହିବାକୁ ଏବେ ଲୋକଙ୍କର ସବୁଠୁ ବଡ଼ ଆବଶ୍ୟକତା ମାସ୍କ। ଗାଁରୁ ସହର, ଦେଶରୁ ବିଶ୍ୱ ସବୁଠି ଏହାର ପ୍ରବଳ ଚାହିଦା ରହିଛି। ଏହାକୁ ଦୃଷ୍ଟିରେ ରଖି ରାୟଗଡ଼ାର ଡଙ୍ଗରିଆ କନ୍ଧମାନେ ମାସ୍କ ପ୍ରସ୍ତୁତିରେ ସାମିଲ ହୋଇଛନ୍ତି। ସେମିତି ମାସ୍କ ଆବଶ୍ୟକତା ପୂରଣ ପାଇଁ ସମ୍ବଲପୁର ହସ୍ତତନ୍ତ କାରିଗର ମଧ୍ୟ ଏ ଆଡ଼କୁ ମନ ବଳାଇଛନ୍ତି। ନିୟମଗିରି ଡଙ୍ଗରିଆ କନ୍ଧ ହାତରେ ସାମାଜିକ ସୁରକ୍ଷାର ଦାୟିତ୍ୱ। ମହାମାରୀ ‘କରୋନା’ ହଟାଅ ଅଭିଯାନରେ […]

mask

Manoranjan Sial
  • Published: Tuesday, 26 May 2020
  • , Updated: 26 May 2020, 08:28 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘କରୋନା’ଠୁ ଦୂରେଇ ରହିବାକୁ ଏବେ ଲୋକଙ୍କର ସବୁଠୁ ବଡ଼ ଆବଶ୍ୟକତା ମାସ୍କ। ଗାଁରୁ ସହର, ଦେଶରୁ ବିଶ୍ୱ ସବୁଠି ଏହାର ପ୍ରବଳ ଚାହିଦା ରହିଛି। ଏହାକୁ ଦୃଷ୍ଟିରେ ରଖି ରାୟଗଡ଼ାର ଡଙ୍ଗରିଆ କନ୍ଧମାନେ ମାସ୍କ ପ୍ରସ୍ତୁତିରେ ସାମିଲ ହୋଇଛନ୍ତି। ସେମିତି ମାସ୍କ ଆବଶ୍ୟକତା ପୂରଣ ପାଇଁ ସମ୍ବଲପୁର ହସ୍ତତନ୍ତ କାରିଗର ମଧ୍ୟ ଏ ଆଡ଼କୁ ମନ ବଳାଇଛନ୍ତି।

ନିୟମଗିରି ଡଙ୍ଗରିଆ କନ୍ଧ ହାତରେ ସାମାଜିକ ସୁରକ୍ଷାର ଦାୟିତ୍ୱ। ମହାମାରୀ ‘କରୋନା’ ହଟାଅ ଅଭିଯାନରେ ସାମିଲ ହୋଇଛନ୍ତି ଉପାନ୍ତ ଅଞ୍ଚଳର ଏହି ମହିଳା ଯୋଦ୍ଧା। ‘କରୋନା’ ସଂକ୍ରମଣର ଡ଼ର ଏବେ ସାରା ବିଶ୍ୱକୁ ଘାରିଥିବା ବେଳେ ଏଭଳି ସମୟରେ ସମାଜର ସୁରକ୍ଷା ଲାଗି ଆଗେଇ ଆସିଛନ୍ତି ବଣ ମୁଲକରେ ରହୁଥିବା ଏହି ଡଙ୍ଗରିଆ ଆଦିବାସୀ ମହିଳା।

ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ କୁର୍ଲି ପଞ୍ଚାୟତର ୩୦ରୁ ଅଧିକ ପରିବାରର ପରିବର୍ତ୍ତିତ ପେଷା ପାଲଟିଛି ମାସ୍କ ତିଆରି। ଆଗରୁ ଡଙ୍ଗରିଆ ଆଦିବାସୀର ହାତବୁଣା ସାଲ’ର ବେଶ୍‌ ଚାହିଦା ରହିଛି। ଆଉ ଏବେ ସମୟର ଆହ୍ୱାନ କ୍ରମେ ମାସ୍କ ତିଆରିକୁ ଆଦରି ନେଇଛନ୍ତି ଅନେକ। ଏମାନଙ୍କ ହାତ ତିଆରି ମାସ୍କ ଯେତିକି ସୁନ୍ଦର, ସେତିକି ସୌଖୀନ। ତେଣୁ ଏମାନଙ୍କୁ କଞ୍ଚାମାଲ ସହ ପାରିଶ୍ରମିକ ଦେଇ ପ୍ରସ୍ତୁତ ଉତ୍ପାଦକୁ ରାଜ୍ୟ ବାହାରକୁ ପଠାଇବାର ଦାୟିତ୍ୱ ନେଇଛି ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା।

‘କରୋନା’ ସଂକ୍ରମଣ ଭୟ ଓ ଲକ୍‌ଡାଉନ କଟକଣା ଯୋଗୁଁ କର୍ମଶୂନ୍ୟ ହୋଇ ଯାଇଛି ପ୍ରସିଦ୍ଧ ସମ୍ବଲପୁରୀ ହସ୍ତତନ୍ତର କାରୀଗରଙ୍କ ହାତ। ତେଣୁ ଏ ସମୟରେ ହସ୍ତତନ୍ତ କାରୀଗରଙ୍କୁ କାମ ସହ ମାସ୍କ ଆବଶ୍ୟକତା ପୂରଣ ପାଇଁ ଆଗେଇ ଆସିଛନ୍ତି ସମ୍ବଲପୁର ସହରର ବହୁ ପୁରୁଣା ହସ୍ତତନ୍ତ ବ୍ୟବସାୟୀ। ଆଗରୁ ଶାଢ଼ୀରେ ପରୀକ୍ଷା ନିରୀକ୍ଷା ଚାଲିଥିବା ବେଳେ ଏବେ ମାସ୍କ ତିଆରିରେ ଆପଣାଯାଉଛି ଭିନ୍ନ ଭିନ୍ନ ତରିକା। ସେହିଭଳି ସମ୍ବଲପୁରୀ ମାସ୍କର ଚାହିଦା ପାଇଁ ଏହାର ପ୍ରସ୍ତୁତି ଓ ବ୍ୟବସାୟ କ୍ଷେତ୍ରରେ ଅଧିକ ମନୋନିବେଶ କରିଛନ୍ତି। ସୋନପୁରର ଜଣାଶୁଣା ବୁଣାକାର ପରିବାର ମେହେର୍ସ ଫ୍ୟାମିଲି।

Related story