ଚକଲେଟ୍‌ ଦେଇ ନାବାଳିକାକୁ ବଳାତ୍କାର! ଅଭିଯୁକ୍ତ ଗିରଫ

ବାଲିଗୁଡ଼ା(ଅଜିତ ନାୟକ): କନ୍ଧମାଳ ଜିଲ୍ଲାରେ ପୁଣି ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ନାବାଳିକାକୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ ହେବା ପରେ ପୁଲିସ ଜଣେ ୪୦ ବର୍ଷର ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ବିରାଗାଡା ଗାଁର ନିହିଶ୍ୱର ପ୍ରଧାନ। ଗତ ୯ ତାରିଖରେ ବାପା-ମାଆ ନାବାଳିକାକୁ ଘରେ ଛାଡି କାମକୁ ଯାଇଥିଲେ। ଏହି ସମୟରେ ଅଭିଯୁକ୍ତ ନିହିଶ୍ୱର ପ୍ରଧାନ […]

baliguda-rape

baliguda-rape

Manoranjan Sial
  • Published: Wednesday, 14 October 2020
  • Updated: 14 October 2020, 04:33 PM IST

Sports

Latest News

ବାଲିଗୁଡ଼ା(ଅଜିତ ନାୟକ): କନ୍ଧମାଳ ଜିଲ୍ଲାରେ ପୁଣି ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ନାବାଳିକାକୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ ହେବା ପରେ ପୁଲିସ ଜଣେ ୪୦ ବର୍ଷର ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ବିରାଗାଡା ଗାଁର ନିହିଶ୍ୱର ପ୍ରଧାନ।

ଗତ ୯ ତାରିଖରେ ବାପା-ମାଆ ନାବାଳିକାକୁ ଘରେ ଛାଡି କାମକୁ ଯାଇଥିଲେ। ଏହି ସମୟରେ ଅଭିଯୁକ୍ତ ନିହିଶ୍ୱର ପ୍ରଧାନ ନାବାଳିକାକୁ ବିସ୍କୁଟ ଚକଲେଟ ଦେବା ବାହାନାରେ ନିକଟସ୍ଥ ବୁଦା ମୂଳକୁ ଟେକି ନେଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ନାବାଳିକା ଜଣକ ଏ ନେଇ ବାପା-ମାଆଙ୍କୁ ଜଣାଇଥିଲା। ପରେ ନାବାଳିକାଙ୍କ ବାପା-ମା ଏନେଇ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତିକରି ଅଭିଯୁକ୍ତକୁ ତେରାବାଡି ଅଂଚଳରୁ ଗିରଫ କରି କୋର୍ଟ ଚାଲାଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos