ଉଚ୍ଛେଦ ପରେ ଚିନ୍ତାରେ ଶ୍ରୀମନ୍ଦିର ଦରଜୀ ସେବକ

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ତୃତୀୟ ଦିନରେ ପୁରୀ ଶ୍ରୀମନ୍ଦିର ନିକଟରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ତେବେ ଯୋଜନା ମୁତାବକ ୭୫ ମିଟର ପର୍ଯ୍ୟନ୍ତ ଉଚ୍ଛେଦ ପ୍ରକ୍ରିୟା ଚାଲିଥିବାରୁ ଦକ୍ଷିଣଦ୍ୱାର ନିକଟରେ ବାସ କରୁଥିବା ଶ୍ରୀମନ୍ଦିରର ଦରଜୀ ସେବାୟତଙ୍କ ପରିବାର ଆତଙ୍କିତ ହୋଇପଡ଼ିଛନ୍ତି। କିଭଳି ୭ଟି ପରିବାର ଗୁଜୁରାଣ ମେଣ୍ଟାଇବେ ଓ ବାସହରା ହେଲେ କିଭଳି ମହାପ୍ରଭୁଙ୍କୁ ସେବା ଯୋଗାଇବେ, ତାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି। ରଥଯାତ୍ରାରେ ତିନିରଥର କନା ମୁଣ୍ଡଣି କାର୍ଯ୍ୟ ଦରଜୀ ପରିବାର ଉପରେ […]

puri

Manoranjan Sial
  • Published: Wednesday, 21 August 2019
  • , Updated: 21 August 2019, 07:34 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ତୃତୀୟ ଦିନରେ ପୁରୀ ଶ୍ରୀମନ୍ଦିର ନିକଟରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ତେବେ ଯୋଜନା ମୁତାବକ ୭୫ ମିଟର ପର୍ଯ୍ୟନ୍ତ ଉଚ୍ଛେଦ ପ୍ରକ୍ରିୟା ଚାଲିଥିବାରୁ ଦକ୍ଷିଣଦ୍ୱାର ନିକଟରେ ବାସ କରୁଥିବା ଶ୍ରୀମନ୍ଦିରର ଦରଜୀ ସେବାୟତଙ୍କ ପରିବାର ଆତଙ୍କିତ ହୋଇପଡ଼ିଛନ୍ତି। କିଭଳି ୭ଟି ପରିବାର ଗୁଜୁରାଣ ମେଣ୍ଟାଇବେ ଓ ବାସହରା ହେଲେ କିଭଳି ମହାପ୍ରଭୁଙ୍କୁ ସେବା ଯୋଗାଇବେ, ତାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି।

ରଥଯାତ୍ରାରେ ତିନିରଥର କନା ମୁଣ୍ଡଣି କାର୍ଯ୍ୟ ଦରଜୀ ପରିବାର ଉପରେ ନ୍ୟସ୍ତ ରହିଥାଏ। ୨୦୧୫ ନବକଳେବର ପାଇଁ ୧୭ ଫୁଟ ପର୍ଯ୍ୟନ୍ତ ଘର ଭଙ୍ଗାଯାଇଥିଲା। ଏବେ ୭୫ ମିଟର ଭିତରେ ଥିବା ସବୁ ନିର୍ମାଣ ଭଙ୍ଗାଯିବା ଶୁଣି ରାତିରେ ନିଦ ଆସୁନଥିବା ବୋଲି କହିଛନ୍ତି ଦରଜୀ ସେବକ ସୁରେନ୍ଦ୍ର ମହାପାତ୍ର। ଜିଲ୍ଲା ପ୍ରଶାସନ କହିଛି, ସମସ୍ତଙ୍କ ସୁବିଧା ଅସୁବିଧା ଉପରେ ଦୃଷ୍ଟି ନିକ୍ଷେପ କରାଯାଇ ପଦକ୍ଷେପ ନିଆଯିବ।

ସେପଟେ ୧୯୩୪ ମସିହାରେ ସ୍ଥାପିତ ଉତ୍କମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିକୁ ସିଂହଦ୍ୱାର ନିକଟରେ ସ୍ଥାପନ କରିବା ପାଇଁ ଅଡି ବସିଛନ୍ତି ଗୋପବନ୍ଧୁ ସ୍ମୃତି ସଂସଦର କାର୍ଯ୍ୟକର୍ତ୍ତା। ଯେପରି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସୁରକ୍ଷିତ ରହିବ ସେଥିପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗର କୋଠାକୁ ଅତି ସାବଧାନତାର ସହିତ ଭଙ୍ଗାଯାଇଛି। କାରଣ ଏପର୍ଯ୍ୟନ୍ତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିକୁ ଅନ୍ୟ କେଉଁ ସ୍ଥାନକୁ ସ୍ଥାନାନ୍ତରିତ କରାଯିବ ନା ନିକଟବର୍ତ୍ତୀ ସ୍ଥାନରେ ପୁନଃ ସ୍ଥାପନ କରାଯିବ, ତାହା ନିଷ୍ପତ୍ତି ହୋଇପାରିନାହିଁ। ତେବେ ଏ ସମ୍ପର୍କରେ ବୁଦ୍ଧିଜୀବୀଙ୍କ ସହ ଆଲୋଚନା ଚାଲିଥିବା ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି।

Related story