ଦାରୁ ଚୟନରୁ ବ୍ରହ୍ମ ବିଭ୍ରାଟର କ୍ରାଇମବ୍ରାଞ୍ଚ କିମ୍ବା ବିଚାର ବିଭାଗୀୟ ତଦନ୍ତ ହେଉ: ନିଲମ୍ବିତ ଦଇତାପତି ଜୟକୃଷ୍ଣ

ଭୁବନେଶ୍ୱର: ଦାରୁ ଚୟନରୁ ବ୍ରହ୍ମ ବିଭ୍ରାଟ ପର୍ଯ୍ୟନ୍ତ ସବୁ ଘଟଣାର ତଦନ୍ତ କରାଯାଉ ବୋଲି ନିଲମ୍ବିତ ଦଇତାପତି ଜୟକୃଷ୍ଣ ମହାପାତ୍ର ଦାବି କରିଛନ୍ତି । ଭୁବନେଶ୍ୱରରେ ଏକ ପ୍ରେସମିଟରେ ସେ କହିଛନ୍ତି ଯେ, ଏହାର କ୍ରାଇମ ବ୍ରାଞ୍ଚ କିମ୍ବା ବିଚାର ବିଭାଗୀୟ ତଦନ୍ତ କରାଯାଉଛି । ରେକର୍ଡ ଅଫ ରାଇଟ୍ସକୁ ଆଧାର କରି ଜୟକୃଷ୍ଣ ଦର୍ଶାଇଛନ୍ତି ଯେ, ବ୍ରହ୍ମ ପରିବର୍ତ୍ତନ ବେଳେ ଅନ୍ୟ ବାଡଗ୍ରାହୀମାନେ ରହି ପାରିବେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି […]

jayakrushnadasmohapatra-701x418

Rakesh Mallick
  • Published: Sunday, 02 August 2015
  • , Updated: 02 August 2015, 03:16 PM IST

ଭୁବନେଶ୍ୱର: ଦାରୁ ଚୟନରୁ ବ୍ରହ୍ମ ବିଭ୍ରାଟ ପର୍ଯ୍ୟନ୍ତ ସବୁ ଘଟଣାର ତଦନ୍ତ କରାଯାଉ ବୋଲି ନିଲମ୍ବିତ ଦଇତାପତି ଜୟକୃଷ୍ଣ ମହାପାତ୍ର ଦାବି କରିଛନ୍ତି । ଭୁବନେଶ୍ୱରରେ ଏକ ପ୍ରେସମିଟରେ ସେ କହିଛନ୍ତି ଯେ, ଏହାର କ୍ରାଇମ ବ୍ରାଞ୍ଚ କିମ୍ବା ବିଚାର ବିଭାଗୀୟ ତଦନ୍ତ କରାଯାଉଛି । ରେକର୍ଡ ଅଫ ରାଇଟ୍ସକୁ ଆଧାର କରି ଜୟକୃଷ୍ଣ ଦର୍ଶାଇଛନ୍ତି ଯେ, ବ୍ରହ୍ମ ପରିବର୍ତ୍ତନ ବେଳେ ଅନ୍ୟ ବାଡଗ୍ରାହୀମାନେ ରହି ପାରିବେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ।

ସୂଚନାଯୋଗ୍ୟ, ଶେଷ ହୋଇଥିବା ଶ୍ରୀଜିଉଙ୍କ ନବକଳେବର ରଥଯାତ୍ରା ଆରମ୍ଭରୁ ବିଭ୍ରାଟ ଦେଖା ଦେଇଥିଲା। ଦାରୁ ଚୟନଠାରୁ ଆରମ୍ଭ କରି ବ୍ରହ୍ମ ପରିବର୍ତ୍ତନରେ ବ୍ୟାପକ ଅନିୟମିତତା ହୋଇଥିଲା । ଠିକରେ ଦାରୁ ଚୟନ ହୋଇ ନ ଥିବା ବେଳେ ଦାରୁ ଶ୍ରୀକ୍ଷେତ୍ର ଅଣାଯିବା ବେଳେ ଏକାଧିକ ସ୍ଥାନରେ ରଖାଯିବାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ସେହିପରି ନିଶଦ୍ଧରେ ହେବାକୁ ଥିବା ବ୍ରହ୍ମ ପରିବର୍ତ୍ତନ ପରଦିନ ଅପରାହ୍ନରେ ଶେଷ ହୋଇଥିଲା। ବ୍ରହ୍ମ ପରିବର୍ତ୍ତନରେ ୪ଜଣ ବାଡଗ୍ରାହୀ ଭିତରକୁ ଯିବାକୁ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା। ତେବେ ବ୍ରହ୍ମ ପରିବର୍ତ୍ତନ ବେଳେ ଅନ୍ୟ କିଛି ବାଡଗ୍ରାହୀ ଭିତରକୁ ଯିବାକୁ ଉଦ୍ୟମ କରିଥିଲେ। ଏହାକୁ ନେଇ ଶ୍ରୀମନ୍ଦିର ଭିତରେ ଦଇତାପତିଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ଫଳରେ ନିର୍ଦ୍ଧାରିତ ସମୟର ବହୁ ବିଳମ୍ବରେ ବ୍ରହ୍ମ ପରିବର୍ତ୍ତିନ ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସକ ଏହାର ତଦନ୍ତ ଆରମ୍ଭ କରିଥିଲା। ବିଭିନ୍ନ ଦଇତାପତି ଓ ଅନ୍ୟ ସେବାୟତଙ୍କ ବୟାନ ରେକର୍ଡ କରିବା ପରେ ଶ୍ରୀମନ୍ଦିର ପ୍ରଶାସକ ଜୟକୃଷ୍ଣ ଏବଂ ତାଙ୍କ ପିତାଙ୍କୁ ନିଲମ୍ବିତ କରିଥିଲେ। ଏହାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ଦେଖା ଦେବା ସହ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଥିଲା । କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଥିଲା। ସେହିପରି ବିଜେପି ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ରଥ ବାହାର କରିଥିଲା। ଏହି ରଥ ୭ଦିନ ରାଜ୍ୟର ବିଭିନ୍ନ ଜିଲ୍ଲା ପରିକ୍ରମା କରିବା ସହ ବିଜେପି ନେତା ଓ କର୍ମୀମାନେ ବ୍ରହ୍ମ ପରିବର୍ତ୍ତନରେ ହୋଇଥିବା ବିଭ୍ରାଟ ଲୋକଙ୍କ ପାଖରେ ପହଞ୍ଚାଇବା ସହ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସକ ଓ ରାଜ୍ୟ ସରକାରଙ୍କୁ ଦାୟୀ କରିବାକୁ ପ୍ରୟାସ କରିଥିଲେ ।

Related story