ଶ୍ୱଶୂର ଘର ଆଗରେ ଧାରଣାରେ ବସିଲେ ବୋହୂ

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଶ୍ୱଶୂର ଘର ଆଗରେ ଧାରଣା ଦେଇଛନ୍ତି ବୋହୂ। ଆଜି ବିଶ୍ୱମହିଳା ଦିବସରେ ଏପରି ଚିତ୍ର ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଛି। ବାହାଘର ସମୟରେ ଶାଶୁ ପାଇଁ ସୁନା ଆଣିନଥିବାରୁ ବୋହୂକୁ ଏପରି ଦଶା ଭୋଗିବାକୁ ପଡ଼ିଛି ବୋଲି ଅଭିଯୋଗ ହେଉଛି। ପୂରା ଘଟଣାଟି ଏମିତି। ୨୦୧୫ ମସିହାରେ ରଣ୍ଢା ଅଞ୍ଚଳର ନିବେଦିତା ସାହୁ ଖୋଡ଼ାସିଙ୍ଗି ବାଞ୍ଚାନିଧି ଅଞ୍ଚଳର ଡା. ଶାନ୍ତି ଭୂଷଣ ପାଠୀଙ୍କୁ ବିବାହ କରିଥିଲେ। ବୈଦିକ ରୀତିନୀତିରେ ବିବାହ ହୋଇଥିଲା। ବିବାହ […]

ganjam

ganjam

Manoranjan Sial
  • Published: Monday, 08 March 2021
  • Updated: 08 March 2021, 05:31 PM IST

Sports

Latest News

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଶ୍ୱଶୂର ଘର ଆଗରେ ଧାରଣା ଦେଇଛନ୍ତି ବୋହୂ। ଆଜି ବିଶ୍ୱମହିଳା ଦିବସରେ ଏପରି ଚିତ୍ର ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଛି। ବାହାଘର ସମୟରେ ଶାଶୁ ପାଇଁ ସୁନା ଆଣିନଥିବାରୁ ବୋହୂକୁ ଏପରି ଦଶା ଭୋଗିବାକୁ ପଡ଼ିଛି ବୋଲି ଅଭିଯୋଗ ହେଉଛି।

ପୂରା ଘଟଣାଟି ଏମିତି। ୨୦୧୫ ମସିହାରେ ରଣ୍ଢା ଅଞ୍ଚଳର ନିବେଦିତା ସାହୁ ଖୋଡ଼ାସିଙ୍ଗି ବାଞ୍ଚାନିଧି ଅଞ୍ଚଳର ଡା. ଶାନ୍ତି ଭୂଷଣ ପାଠୀଙ୍କୁ ବିବାହ କରିଥିଲେ। ବୈଦିକ ରୀତିନୀତିରେ ବିବାହ ହୋଇଥିଲା। ବିବାହ ସମୟରେ ଦାବି ମୁତାବକ ଯୌତୁକ ଦିଆଯାଇଥିଲା। କିନ୍ତୁ ଶାଶୁଙ୍କ ପାଇଁ ସୁନା ନ ଆଣିବାରୁ ନିବେଦିତାଙ୍କୁ ବାରମ୍ବାର ନିର୍ଯାତନା ଦିଅଯାଉଥିବା ଅଭିଯୋଗ ହୋଇଛି। ଏପରିକି ରନ୍ଧାରେ ଟିକେ ଭୁଲ ହେଲେ କାନ ଧରି ଉଠବସ୍‌ କରାଉଥିବା ନେଇ ଅଭିଯୋଗ କରିଛନ୍ତି ନିବେଦିତା।

ନିବେଦିତା ଏନେଇ ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ତାଙ୍କ ଶ୍ୱଶୂର ଘରୁ ବାହାର କରି ଦିଆଯାଇଥିଲା। ଏହା ପରେ ସେ ତାଙ୍କ ବାପ ଘରକୁ ଚାଲି ଯାଇଥିଲେ। ଆଜି ନିବେଦିତା ଶାଶୁ ଘରକୁ ଆସିଥିଲେ। ମାତ୍ର କେହି କବାଟ ଖୋଲି ନଥିଲେ। ଶେଷରେ ନିବେଦିତା ଶ୍ୱଶୂର ଘର ସାମ୍ନାରେ ଧାରଣାରେ ବସିଛନ୍ତି। ତାଙ୍କ ସହ ମହିଳା ନେତ୍ରୀ ପ୍ରମିଳା ତ୍ରିପାଠୀ ମଧ୍ୟ ଧାରଣାରେ ବସିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos