ରଙ୍ଗ୍‌ ରୁଟ୍‌ରେ ଆସି ବାଇକ୍‌କୁ ପିଟିଲା; ଝିଅ ମୃତ, ବାପ-ପୁଅ ଗୁରୁତର

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ବାପ, ପୁଅ ଓ ଝିଅ ବାଇକ୍‌ରେ ଯାଉଥିଲେ। ହେଲେ ଅଧା ରାସ୍ତାରେ ସେମାନଙ୍କ ଗାଡ଼ିକୁ ରଙ୍ଗ୍‌ ରୁଟ୍‌ରେ ଆସୁଥିବା ଟ୍ରକ୍‌ ଧକ୍କା ଦେଲା। ଫଳରେ ଘଟଣାସ୍ଥଳରେ ଝିଅର ମୃତ୍ୟୁ ଘଟିଥିବା ବେଳେ ବାପା-ପୁଅ ଗୁରୁତର ଆହତ ହୋଇଛନ୍ତି। ଆଜି ଏମିତି ଦୁର୍ଘଟଣା ନୟାଗଡ଼ ଜିଲ୍ଲାରେ ଘଟିଛି। ପୂରା ଘଟଣା ଏମିତି। ଇଟାମାଟି ଥାନା ଲାଠିପଡ଼ା ଗାଁର ସାଗର ମହାରଣା(୩୫), ତାଙ୍କ ପୁଅ ଚିନୁ(୧୦) ଓ ଝିଅ ଲକ୍ଷ୍ମୀ(୭)ଙ୍କ ସହ ଏକ ବାଇକ୍‌ରେ ଯାଉଥିଲେ। […]

daughter-killed-and-father-son-duo-seriously-injured-in-a-road-accident-near-nayagarh

Manoranjan Sial
  • Published: Saturday, 06 April 2019
  • , Updated: 06 April 2019, 05:08 PM IST

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ବାପ, ପୁଅ ଓ ଝିଅ ବାଇକ୍‌ରେ ଯାଉଥିଲେ। ହେଲେ ଅଧା ରାସ୍ତାରେ ସେମାନଙ୍କ ଗାଡ଼ିକୁ ରଙ୍ଗ୍‌ ରୁଟ୍‌ରେ ଆସୁଥିବା ଟ୍ରକ୍‌ ଧକ୍କା ଦେଲା। ଫଳରେ ଘଟଣାସ୍ଥଳରେ ଝିଅର ମୃତ୍ୟୁ ଘଟିଥିବା ବେଳେ ବାପା-ପୁଅ ଗୁରୁତର ଆହତ ହୋଇଛନ୍ତି। ଆଜି ଏମିତି ଦୁର୍ଘଟଣା ନୟାଗଡ଼ ଜିଲ୍ଲାରେ ଘଟିଛି।

ପୂରା ଘଟଣା ଏମିତି। ଇଟାମାଟି ଥାନା ଲାଠିପଡ଼ା ଗାଁର ସାଗର ମହାରଣା(୩୫), ତାଙ୍କ ପୁଅ ଚିନୁ(୧୦) ଓ ଝିଅ ଲକ୍ଷ୍ମୀ(୭)ଙ୍କ ସହ ଏକ ବାଇକ୍‌ରେ ଯାଉଥିଲେ। ତେବେ ଘଡୁଆଳ ପେଟ୍ରୋଲ ପମ୍ପ ନିକଟରେ ରଙ୍ଗ ରୁଟ୍‌ରେ ଆସୁଥିବା ଏକ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଲକ୍ଷ୍ମୀଙ୍କର ମୃତ୍ୟୁ ଘଟିଥିବା ବେଳେ ସାଗର ଓ ତାଙ୍କ ପୁଅ ଚିନୁ ଗୁରୁତର ଆହତ ହୋଇଥିଲେ।

ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପକ୍ଷରେ ଗୁରୁତର ଥିବା ବାପ ଓ ପୁଅଙ୍କୁ ଉଦ୍ଧାର କରି ଭୁବନେଶ୍ୱରରେ ଏକ ମେଡିକାଲ୍‌ରେ ଭର୍ତ୍ତି କରିଛି। ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି।

Related story