ଘରେ ପ୍ରଧାନ ଶିକ୍ଷୟିତ୍ରୀ ମା’, ସ୍କୁଲରେ ଝିଅ ପଢ଼ାଉଛନ୍ତି ପାଠ

ଆଳି (ବନମାଳି ସାହୁ): ଏକ ୟୁପି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ପ୍ରାୟ ୧୫ ଦିନ ହେବ ସ୍କୁଲ ଆସୁ ନ ଥିବା ବେଳେ ତାଙ୍କ ଅନୁପସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି ତାଙ୍କ ଝିଅ। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ରାଉତ ବର୍ତ୍ତନୀ ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏହି ଚିତ୍ର। ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ପ୍ରଧାନ ଶିକ୍ଷୟିତ୍ରୀଙ୍କ ନାଁ ଅହଲ୍ୟା ବିଶ୍ୱାଳ। ସୂଚନା ଅନୁଯାୟୀ, ଅସୁସ୍ଥତା ହେତୁ ପ୍ରାୟ ୧୫ ଦିନ ହେବ […]

teacher

teacher

Niharika Rout
  • Published: Saturday, 27 August 2022
  • Updated: 27 August 2022, 04:43 PM IST

Sports

Latest News

ଆଳି (ବନମାଳି ସାହୁ): ଏକ ୟୁପି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ପ୍ରାୟ ୧୫ ଦିନ ହେବ ସ୍କୁଲ ଆସୁ ନ ଥିବା ବେଳେ ତାଙ୍କ ଅନୁପସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି ତାଙ୍କ ଝିଅ। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ରାଉତ ବର୍ତ୍ତନୀ ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏହି ଚିତ୍ର। ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି।

ଏହି ପ୍ରଧାନ ଶିକ୍ଷୟିତ୍ରୀଙ୍କ ନାଁ ଅହଲ୍ୟା ବିଶ୍ୱାଳ। ସୂଚନା ଅନୁଯାୟୀ, ଅସୁସ୍ଥତା ହେତୁ ପ୍ରାୟ ୧୫ ଦିନ ହେବ ସେ ବିଦ୍ୟାଳୟକୁ ଆସୁ ନାହାନ୍ତି। ତାଙ୍କ ସ୍ଥାନରେ ତାଙ୍କ ଝିଅ ସୀମାରେଖା ମହାନ୍ତି ନିୟମିତ ବିଦ୍ୟାଳୟକୁ ଆସି ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି। ଏ କଥା ପ୍ରଘଟ ହେବା ପରେ ଘଟଣାର ଖୋଳତାଡ଼ ଆରମ୍ଭ ହୋଇଛି। ବିଇଓ ସ୍କୁଲ୍‌ରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି।

[caption id="attachment_761456" align="aligncenter" width="650"]teacher କ୍ଲାସ୍‌ରେ ପାଠ ପଢ଼ାଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀଙ୍କ ଝିଅ [/caption]

ରାଜକନିକା ବିଇଓ ସରୋଜକାନ୍ତ ବିହାରୀ କହିଛନ୍ତି, ଗଣମାଧ୍ୟମରୁ ଏ ସଂକ୍ରାନ୍ତରେ ଖବର ପାଇ ଗତକାଲି ଉକ୍ତ ସ୍କୁଲକୁ ଯାଇଥିଲି। ସେଠାରେ ଘଟଣାର ତଦନ୍ତ କଲି। ପ୍ରଧାନଶିକ୍ଷୟିତ୍ରୀଙ୍କ ଝିଅ ଗୋଟିଏ ଦିନ ପାଇଁ ସ୍କୁଲକୁ ଆସିଥିବା କହିଥିଲେ। ଏନେଇ ଡିଇଓଙ୍କୁ ରିପୋର୍ଟ ଦେବି । ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

ଅସୁସ୍ଥତା ହେତୁ ପ୍ରଧାନ ଶିକ୍ଷୟିତ୍ରୀ ଅହଲ୍ୟା ବିଶ୍ୱାଳ ଛୁଟିରେ ଥିବା ବେଳେ ଛୁଟି ଦରଖାସ୍ତ ଦେଇଛନ୍ତି କି ନାହିଁ, ତାହା ଜଣାପଡ଼ି ନାହିଁ। ଯଦି ସେ ଛୁଟି ଦରଖାସ୍ତ ଦେଇ ନାହାନ୍ତି, ତା’ହେଲେ ୧୫ ଦିନ ହେଲା କିପରି ଘରେ ଅଛନ୍ତି? ଏହାବାଦ ଯଦି ଉପରିସ୍ଥ ଅଧିକାରୀଙ୍କୁ ଛୁଟି ଦରଖାସ୍ତ ଦେଇଛନ୍ତି, ତା’ ହେଲେ ତାଙ୍କ ଝିଅ କାହିଁକି ସ୍କୁଲକୁ ଆସି ପିଲାଙ୍କୁ ପାଠ ପଢ଼ାଉଛନ୍ତି? ସ୍କୁଲ ପରିସରରେ ପଶିବାକୁ ତାଙ୍କୁ କିଏ ଅନୁମତି ଦେଲା? ଏ ନେଇ ଅନ୍ୟ ଶିକ୍ଷକ କ’ଣ ପାଇଁ ଉପର ଅଧିକାରୀଙ୍କୁ ଅବଗତ କରାଇଲେ ନାହିଁ ଭଳି ପ୍ରଶ୍ନ ସବୁ ଉଠିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos