ଅପରାଧ ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିବାକୁ ଡିଜିପିଙ୍କ ପରାମର୍ଶ  

କଟକ(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଅପରାଧ ନିୟନ୍ତ୍ରଣ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଡିଜିପି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ସମୀକ୍ଷା କରିଛନ୍ତି। କଟକ ସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ହୋଇଥିବା ଏହି ସମୀକ୍ଷା ବୈଠକରେ ରାଜ୍ୟ ପୋଲିସର ବହୁ ବରିଷ୍ଠ ଅଧିକାରୀ ସାମିଲ  ହୋଇଥିଲେ। ଭିଡିଓ କନଫେରେନ୍ସିଂ ମାଧ୍ୟମରେ ହୋଇଥିବା ଏହି ବୈଠକରେ ଡିସିପି, ଆଇଜି, ଡିଆଇଜିଙ୍କ ସମେତ ସବୁ ଜିଲ୍ଲାର ଏସପିଙ୍କ ସହ ଆଲୋଚନା କରିଥିଲେ ଡିଜିପି। ଏସ୍‌ପିମାନଙ୍କ ପ୍ରଦର୍ଶନରେ ସନ୍ତୋଷ ବ୍ୟକ୍ତ କରିବା ସହ ଆଗକୁ ଅପରାଧ ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିବାକୁ  ଡିଜିପି ପରାମର୍ଶ ଦେଇଛନ୍ତି।