ପୋଖରୀରୁ ମିଳିଲା ନିଖୋଜ ଶିଶୁଙ୍କ ମୃତଦେହ

ରାୟଗଡ଼ା (ମନୋଜ ପାତ୍ର): ଗତକାଲି ଠାରୁ ନିଖୋଜ ଥିବା ଦୁଇ ଜଣ ଶିଶୁଙ୍କ ମୃତଦେହକୁ ଆଜି ପୋଖରୀରୁ ଉଦ୍ଧାର କରାଯାଇଛି। ଏ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ମାଟିକଣାରେ। ମୃତ ଦୁଇ ଶିଶୁ ହେଲେ ସୁନୀଲ ହିମିରିକା ଓ ଆରେଶ ହିମିରିକା। ସୁନୀଲ ତୃତୀୟ ଶ୍ରେଣୀରେ ପଢ଼ୁଥିଲେ। ଆରେଶ ଦ୍ୱିତୀୟ ଶ୍ରେଣୀରେ ପଢୁଥିଲେ। ଏମାନେ ଗାଁର ଦୁଇଟି ଭିନ୍ନ ଭିନ୍ନ ପରିବାରର। ଏ ଦୁହେଁ ଗତକାଲି ସ୍କୁଲ୍‌ରୁ ଫେରିବା ପରେ ଘରେ ବ୍ୟାଗ୍ ରଖି ଖେଳିବାକୁ ପଳାଇଥିଲେ। […]

deadbodies

Jitendra Garnayak
  • Published: Tuesday, 19 February 2019
  • , Updated: 19 February 2019, 12:56 PM IST

ରାୟଗଡ଼ା (ମନୋଜ ପାତ୍ର): ଗତକାଲି ଠାରୁ ନିଖୋଜ ଥିବା ଦୁଇ ଜଣ ଶିଶୁଙ୍କ ମୃତଦେହକୁ ଆଜି ପୋଖରୀରୁ ଉଦ୍ଧାର କରାଯାଇଛି। ଏ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ମାଟିକଣାରେ।

ମୃତ ଦୁଇ ଶିଶୁ ହେଲେ ସୁନୀଲ ହିମିରିକା ଓ ଆରେଶ ହିମିରିକା। ସୁନୀଲ ତୃତୀୟ ଶ୍ରେଣୀରେ ପଢ଼ୁଥିଲେ। ଆରେଶ ଦ୍ୱିତୀୟ ଶ୍ରେଣୀରେ ପଢୁଥିଲେ। ଏମାନେ ଗାଁର ଦୁଇଟି ଭିନ୍ନ ଭିନ୍ନ ପରିବାରର।

ଏ ଦୁହେଁ ଗତକାଲି ସ୍କୁଲ୍‌ରୁ ଫେରିବା ପରେ ଘରେ ବ୍ୟାଗ୍ ରଖି ଖେଳିବାକୁ ପଳାଇଥିଲେ। ସନ୍ଧ୍ୟାରେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ତେବେ ସେମାନଙ୍କର ପତ୍ତା ମିଳି ନଥିଲା। ଆଜି ଉଭୟଙ୍କ ମୃତଦେହ ଗାଁ ପୋଖରୀରୁ ଉଦ୍ଧାର କରାଯାଇଥିଲା। ଅଗ୍ନିଶମ ବିଭାଗ କର୍ମଚାରୀମାନେ ସେମାନଙ୍କ ମୃତଦେହ ଉଦ୍ଧାର କରିଥିଲେ।

ପୁଲିସ୍ ଏ ଘଟଣାର ତଦନ୍ତ କରୁଛି।

Related story