ମହାପ୍ରୟାଣ ଗାଡ଼ି ମିଳିଲାନି! ଖଟିଆରେ ଗଲା ମୃତଦେହ

ବାଲିଗୁଡ଼ା (ଅଜିତ ନାଏକ): ମୃତଦେହକୁ ଯେପରି କେହି ଅସମ୍ମାନ ନକରିବେ, ସେଥିପାଇଁ ରାଜ୍ୟ ସରକାର ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା କରିଛନ୍ତି। ଏହା ସତ୍ତ୍ୱେ ମଧ୍ୟ ମୃତଦେହକୁ ମିଳୁନି ସମ୍ମାନ। ମହାପ୍ରୟାଣ ଗାଡ଼ି ନମିଳିବାରୁ ପରିବାର ଲୋକେ ମୃତଦେହକୁ ଖଟିଆରେ ବୋହିଲେ। ଆଜି ଏପରି ଘଟଣା କନ୍ଧମାନ ଜିଲ୍ଲାରେ ଘଟିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପୂରା ଘଟଣା ଏମିତି। ଗତକାଲି ଶ୍ରୀନିକେତା ପଞ୍ଚାୟତର ଡଲାବାଡ଼ି ଗାଁର କିରଣ ପ୍ରଧାନଙ୍କ ଛାତିରେ […]

baliguda

Manoranjan Sial
  • Published: Friday, 28 June 2019
  • , Updated: 28 June 2019, 05:00 PM IST

ବାଲିଗୁଡ଼ା (ଅଜିତ ନାଏକ): ମୃତଦେହକୁ ଯେପରି କେହି ଅସମ୍ମାନ ନକରିବେ, ସେଥିପାଇଁ ରାଜ୍ୟ ସରକାର ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା କରିଛନ୍ତି। ଏହା ସତ୍ତ୍ୱେ ମଧ୍ୟ ମୃତଦେହକୁ ମିଳୁନି ସମ୍ମାନ। ମହାପ୍ରୟାଣ ଗାଡ଼ି ନମିଳିବାରୁ ପରିବାର ଲୋକେ ମୃତଦେହକୁ ଖଟିଆରେ ବୋହିଲେ। ଆଜି ଏପରି ଘଟଣା କନ୍ଧମାନ ଜିଲ୍ଲାରେ ଘଟିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ପୂରା ଘଟଣା ଏମିତି। ଗତକାଲି ଶ୍ରୀନିକେତା ପଞ୍ଚାୟତର ଡଲାବାଡ଼ି ଗାଁର କିରଣ ପ୍ରଧାନଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଥିଲା। ମୃତଦେହ ନେବାର ବ୍ୟବସ୍ଥା କରିବା ପାଇଁ ପରିବାର ଲୋକେ ସ୍ୱାସ୍ଥ୍ୟ କେନ୍ଦ୍ର କର୍ତ୍ତୃପକ୍ଷଙ୍କୁ ନେହୁରା ହୋଇଥିଲେ। ମାତ୍ର ସେମାନଙ୍କୁ ମହାପ୍ରୟଣା ଗାଡ଼ି ମିଳିନଥିଲା। ତିନି ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଅପେକ୍ଷା କରିବା ପରେ ମଧ୍ୟ ମହାପ୍ରୟାଣ ଗାଡ଼ିର ଦେଖା ମିଳି ନଥିଲା। ଶେଷରେ କିଛି ଉପାୟ ନପାଇ ପରିବାର ଲୋକେ ମୃତଦେହକୁ ଖଟିଆରେ ବୋହି ଗାଁକୁ ନେଇଥିଲେ।

Related story