କାଲି ନେଇଯାଇଥିଲା ମାଙ୍କଡ଼, ଆଜି କୂଅରୁ ମିଳିଲା ଶିଶୁଟିର ମୃତଦେହ

Ordigital Desk
  • Published: Sunday, 01 April 2018
  • , Updated: 01 April 2018, 10:06 AM IST
<p>କଟକ(ଓଡ଼ିଶା ରିପୋର୍ଟର): ନିଖୋଜର ୨୪ ଘଣ୍ଟା ପରେ ମୃତ ଅବସ୍ଥାରେ ମିଳିଲା ମାଙ୍କଡ଼ ନେଇଥିବା ୧୫ ଦିନର ଶିଶୁର ମୃତଦେହ। ଆଜି ସକାଳେ ପଡୋଶୀଙ୍କ ଘର ପଛପଟେ ଥିବା ଏକ କୂଅରୁ ଉଦ୍ଧାର କରାଯାଇଥିଲା ଶିଶୁଟିକୁ। ପାଣି ଆଣିବାକୁ ଯାଇଥିବାବେଳେ କିଛି ଲୋକ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଶିଶୁଟିର ଶବ ବ୍ୟବଛେଦ ପାଇଁ ବାଙ୍କି ଡାକ୍ତରଖାନାକୁ ପଠାଯିବା ପରେ ତାଳବସ୍ତ ଗାଁରେ ଦେଖା ଦେଇଥିଲା ଶୋକାକୁଳ ପରିବେଶ ।</p> <p>ଗତକାଲି ସକାଳେ ବାପା ମାଆଙ୍କ ମଝିରେ ଶୋଇଥିବା ବେଳେ ଶିଶୁଟିକୁ ମାଙ୍କଡ ଉଠାଇ ନେଇଥିବା ଅଭିଯୋଗ କରିଥିଲେ ଶିଶୁଟିର ବାପା ମାଆ। ଏହାପରେ ବନ ବିଭାଗ ଓ ଅଗ୍ନିଶମ କର୍ମଚାରୀମାନେ ଦିନ ତମାମ ଜାରି ରଖିଥିଲେ ସର୍ଚ୍ଚ ଅପରେସନ। ଡମପଡା ଫରେଷ୍ଟ ରେଞ୍ଜର ସଂଗ୍ରାମ କେଶରୀ ମହାନ୍ତିଙ୍କ ନେତୃତ୍ୱରେ ଏକ ୩୦ଜଣିଆ ଟିମ୍ ଗଠନ ହୋଇ ସର୍ଚ୍ଚ ଅପରେସନ୍ କରାଯାଇଥିଲା। କିନ୍ତୁ ଗତକାଲି ଶିଶୁଟିର କୌଣସି ପତ୍ତା ମିଳି ନଥିଲା। ପରେ ରାତି ହେବାରୁ ସର୍ଚ୍ଚ ଅପରେସନକୁ ବନ୍ଦ ରଖିଥିଲା ବନବିଭାଗ। ସଂପୃକ୍ତ ଶିଶୁଟିର ବାପା ସ୍ଥାନୀୟ ଏକ ହନୁମାନ ମନ୍ଦିରରେ ଗୁହାରିଆ ପଡିବା ସହ ଥାନାର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ।</p> <p>ତେବେ ୨୪ ଘଣ୍ଟା ପରେ କୂଅ ଭିତରୁ ଶିଶୁର ମୃତଦେହ ମିଳିଥିବାବେଳେ ସତରେ ମାଙ୍କଡ଼ ନେଇ ଶିଶୁଟିକୁ ଏଭଳି ଅବସ୍ଥାରେ ପକାଇଥିଲା ନା ଏହାପଛରେ ଅନ୍ୟ କୌଣସି କାରଣ ରହିଛି ସେନେଇ ସନ୍ଦେହ ଉପୁଜିଛି।</p>

Related story