ବୃଦ୍ଧାଙ୍କୁ ଜିଅନ୍ତା ଜାଳି ଦେଲେ

Ordigital Desk
  • Published: Tuesday, 17 April 2018
  • , Updated: 17 April 2018, 11:17 AM IST
<p>ଅନୁଗୋଳ(ଓଡ଼ିଶା ରିପୋର୍ଟର):ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ବନବାସୀପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘର ସହ ଜଣେ ବୃଦ୍ଧାଙ୍କୁ ଜୀବନ୍ତ ଜାଳି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଦ୍ରୌପଦୀ ପ୍ରଧାନ(୬୦)। ଦ୍ରୌପଦୀଙ୍କ ଘର ହିନ୍ଦୋଳ ଅଞ୍ଚଳରେ। ସେ ଏଠାରେ ଦୀର୍ଘ ଦିନ ହେବ ମୂଲଲାଗି ଚଳୁଥିଲେ। ଗାଁରେ ସେ ଏକ କୁଡ଼ିଆ କରି ଏକାକୀ ରହୁଥିଲେ। ଜମି ହାତେଇବାକୁ ସମ୍ପର୍କୀୟ ପୁତୁରା ତାଙ୍କୁ ପୋଡ଼ି ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି।</p> <p>ଖବରପାଇ ନାଲ୍&zwnj;କୋ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।</p>

Related story