କହିଲେ ଅଖାରେ ମାଂସ ଅଛି, ହେଲେ ବାହାରିଲା ମହିଳାଙ୍କ ମୃତଦେହ

କେନ୍ଦୁଝର (ପ୍ରଣୟ ପାଣି): ଅଖା ଭିତରୁ ବାହାରିଲା ଜଣେ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ। ମାତ୍ର ସମ୍ପୃକ୍ତ ମହିଳାଙ୍କ ପରିଚୟ ମିଳିପାରି ନାହିଁ।କେନ୍ଦୁଝର ଟାଉନ ଥାନା ଦେଇ ଯାଇଥିବା ୨୦ ନମ୍ୱର ଜାତୀୟ ରାଜପଥର ବାଇପାସ ଓଭରବ୍ରିଜ ତଳୁ ଜଣେ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଆଜି ସକାଳ ପ୍ରାୟ ୧୦ଟା ସମୟରେ ଜଣେ ବ୍ୟକ୍ତି ମୋପେଟ୍‌ ନଂ (ଓଡ଼ି-୨୫ଇ-୦୯୧୭)ରେ ଗୋଟିଏ ବସ୍ତାକୁ ଲଦି ସନ୍ଦିଗ୍ଧ […]

8nb1

Tapas Behera
  • Published: Tuesday, 27 October 2020
  • , Updated: 27 October 2020, 04:00 PM IST

କେନ୍ଦୁଝର (ପ୍ରଣୟ ପାଣି): ଅଖା ଭିତରୁ ବାହାରିଲା ଜଣେ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ। ମାତ୍ର ସମ୍ପୃକ୍ତ ମହିଳାଙ୍କ ପରିଚୟ ମିଳିପାରି ନାହିଁ।କେନ୍ଦୁଝର ଟାଉନ ଥାନା ଦେଇ ଯାଇଥିବା ୨୦ ନମ୍ୱର ଜାତୀୟ ରାଜପଥର ବାଇପାସ ଓଭରବ୍ରିଜ ତଳୁ ଜଣେ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର ହୋଇଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଆଜି ସକାଳ ପ୍ରାୟ ୧୦ଟା ସମୟରେ ଜଣେ ବ୍ୟକ୍ତି ମୋପେଟ୍‌ ନଂ (ଓଡ଼ି-୨୫ଇ-୦୯୧୭)ରେ ଗୋଟିଏ ବସ୍ତାକୁ ଲଦି ସନ୍ଦିଗ୍ଧ ଅବସ୍ଥାରେ ଯାଉଥିଲେ। ଏହି ସମୟରେ ଅଖାରେ କଣ ଅଛି ପଚାରିଥିଲେ। ଲୋକଙ୍କ କଥାରେ ସମ୍ପୃକ୍ତ ଜଣକ ଅଖାରେ ମାଂସ ଅଛି ବୋଲି କହିଥିଲେ। ତେବେ ସନ୍ଦେହ ହେବାରୁ ସ୍ଥାନୀୟ ଲୋକମାନେ ତାଙ୍କୁ ଅଟକାଇବାକୁ ଚାହିଁଥିଲେ। ତା’ପରେ ସମ୍ପୃକ୍ତ ବ୍ୟକ୍ତି ଜଣକ ବାଇପାସ ଓଭରବ୍ରିଜ୍‌ ତଳେ ଗାଡ଼ି ଚାଡ଼ି ପଳାଇଯାଇଥିଲା। ଏହା ପରେ ଲୋକମାନେ ଟାଉନ୍‌ ଥାନାକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଖାଟିକୁ ଖୋଲିବାରୁ ଜଣେ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ଶରୀର ବାହାରି ଥିଲା। ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। କିନ୍ତୁ ମୃତ ମହିଳାଙ୍କ ପରିଚୟ ଜଣାପଡ଼ି ନାହିଁ।

Related story