ପୁରୀ: ପୁରୀ ଜିଲ୍ଲା ଡେଲାଙ୍ଗ ମାଙ୍ଗୁପଡ଼ା ଗାଁ ନିକଟରେ ଯୁବତୀଙ୍କୁ ଗଣବଳାତ୍କାର ଓ ହତ୍ୟା ଘଟଣାର ତଦନ୍ତ କରୁଛି ପୋଲିସ। ବୁଧିଗୁଡ଼ା ଜଙ୍ଗଲରୁ ମିଳିଥିବା ଯୁବତୀଙ୍କ ପରିଚୟ ମିଳିନଥିବାରୁ ଡିଏନ୍ଏ ଟେଷ୍ଟ୍ ଓ ଫରେନ୍ସିକ ଯାଞ୍ଚ ପାଇଁ ମୃତଦେହକୁ କଟକ ଏଫ୍ଏମ୍ଟିକୁ ପଠାଯାଇଛି। ଏଥିସହ ମୃତଦେହ ନିକଟରୁ ଜବତ ଷ୍ଟେଟ ବ୍ୟାଙ୍କର ଏଟିଏମ୍ କାର୍ଡ ଓ ଗ୍ରୀନ କାର୍ଡକୁ ମଧ୍ୟ ପୋଲିସ ତଦନ୍ତ ପରିସରକୁ ନେଇଛି।
ଏଟିଏମ୍ କାର୍ଡରେ ଝାଡ଼ଖଣ୍ଡର ସୁନୀଲ କୁମାର ମହତୋଙ୍କ ନାଁ ଲେଖାଥିବାରୁ ଝାଡଖଣ୍ଡ ପୋଲିସ ସହ ମଧ୍ୟ ଡେଲାଙ୍ଗ ପୋଲିସ ଯୋଗାଯୋଗ କରିଛି। ମୃତଦେହ ଠାରୁ ୩୦୦ ମିଟର ଦୂରରେ ମିଳିଥିବା ରକ୍ତଭିଜା ପୋଷାକ ଓ ଛୁରୀକୁ ମଧ୍ୟ ତଦନ୍ତ ପରିସରକୁ ନେଇଛି ପୋଲିସ ।
ସୂଚନାଯୋଗ୍ୟ,ଗତକାଲି ଡେଲାଙ୍ଗ ନିକଟ ଜଙ୍ଗଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବିନା ଶାର୍ଟରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଘରକୁ ପଠାଇଲେ ପ୍ରିନ୍ସିପାଲ
ଦଶମ ପରୀକ୍ଷା ସରିଲା ବୋଲି ଖୁିସିରେ ଜଣେ ଜଣକ ଶାର୍ଟରେ ଶୁଭେଚ୍ଛା ଲେଖି ସେଲିବ୍ରେସନ କରୁଥିଲେ ଛାତ୍ରୀ। ପ୍ରିନ୍ସିପାଲଙ୍କୁ ଏହା ପସନ୍ଦ ନଆସିବାରୁ ପ୍ରାୟ ଶହେ ଛାତ୍ରୀଙ୍କୁ ଶାର୍ଟ ଖୋଲି ଘରକୁ ଯିବାକୁ ବାଧ୍ୟ କରାଯାଇଥିଲା।
Crime
ପ୍ରସୂତିଙ୍କ ଚିକିତ୍ସା ଅଧାରୁ ଛାଡ଼ି ପଳାଇଥିଲେ ଡାକ୍ତର; ୧୧ କୋଟି ଜୋରିମାନା କଲେ କୋର୍ଟ
ପ୍ରସବ ପରେ ଅତ୍ୟଧିକ ରକ୍ତସ୍ରାବ ହୋଇ ମହିଳାଙ୍କର ମୃତ୍ୟୁ ହୋଇଥିଲା। ଚିକିତ୍ସା ଅଧାରୁ ପାଣି ପିଇବାକୁ କହି କେଉଁଆଡ଼େ ପଳାଇଥିଲେ ଦୁଇ ଡାକ୍ତର।
Crime
ସରକାରୀ ଚାକିରି ବେପାର କରୁଥିଲେ 420 ଦମ୍ପତି
ରାଉରକେଲା ଟିମ୍ବର କୋଲୋନୀର ଲକ୍ଷ୍ମୀ ତନ୍ତି ଓ ତାଙ୍କ ସ୍ଵାମୀ ସଂଗ୍ରାମ ସାହୁ ପାଠଶାଠ କମ୍ ପଢ଼ିଛନ୍ତି। ତଥାପି ସରକାରୀ ଚାକିରି ବାଣ୍ଟୁଥିଲେ। ମାସର ଥରେ ବେକରେ ଆଇକାର୍ଡ ପକାଇ ରାଉରକେଲା କୋର୍ଟକୁ ଯାଉଥିଲେ।
Crime
ଚଳନ୍ତା ବାଇକରେ ରୋମାନ୍ସ କରୁଥିଲେ, ଭିଡିଓ ଭାଇରାଲ ପରେ ମାମଲା ରୁଜୁ
ଆଗରୁ ଟ୍ରାଫିକ ନିୟମ ଭାଙ୍ଗି ୧୦ ଥର ଜୋରିମାନା ଦେଇଥିଲେ। ଏବେ ପୁଣି ବାନ୍ଧବୀଙ୍କୁ ଧରି ଚଳନ୍ତା ବାଇକରେ ରୋମାନ୍ସ କରୁଥିଲେ।