ଅଫିସ୍‌ରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା!

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ଖଣି ଅଫିସ୍‌ରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡ଼ି ନାହିଁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆଜି ଏପରି ଅଭିଯୋଗ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଅଞ୍ଚଳରୁ ଆସିଛି। ବ୍ରଜରାଜନଗର ନିକଟସ୍ଥ ବୋନ୍ଦିଆ ଖଣି ମ୍ୟାନେଜରଙ୍କ ଅଫିସରେ କାର୍ଯ୍ୟରତ ଥିଲେ ରଜନୀ ବେହେରା। ସବୁ ଦିନ ପରି ଆଜି ଦ୍ୱି’ ପ୍ରହରରେ ଭୋଜନ ଅବକାଶ ପାଇଁ ସବୁ କର୍ମଚାରୀ […]

DeadBody

DeadBody

Manoranjan Sial
  • Published: Tuesday, 13 April 2021
  • Updated: 13 April 2021, 10:12 PM IST

Sports

Latest News

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ଖଣି ଅଫିସ୍‌ରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡ଼ି ନାହିଁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆଜି ଏପରି ଅଭିଯୋଗ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଅଞ୍ଚଳରୁ ଆସିଛି।

ବ୍ରଜରାଜନଗର ନିକଟସ୍ଥ ବୋନ୍ଦିଆ ଖଣି ମ୍ୟାନେଜରଙ୍କ ଅଫିସରେ କାର୍ଯ୍ୟରତ ଥିଲେ ରଜନୀ ବେହେରା। ସବୁ ଦିନ ପରି ଆଜି ଦ୍ୱି’ ପ୍ରହରରେ ଭୋଜନ ଅବକାଶ ପାଇଁ ସବୁ କର୍ମଚାରୀ ଘରକୁ ଯାଇଥିଲେ। ହେଲେ ରଜନୀ ବେହେରା ଘରକୁ ନଯାଇ ଅଫିସରେ ରହି ଯାଇଥିଲେ। ଭୋଜନ ଅବକାଶ ପରେ ସମସ୍ତ କର୍ମଚାରୀ ପୁଣି ଥରେ ଅଫିସ୍‌କୁ ଆସିଥିଲେ। ସେହି ସମୟରେ ବୁନ୍ଦିଆ ଖଣି ମ୍ୟାନେଜର ପି.କେ. ବେହେରାଙ୍କ କାର୍ଯ୍ୟାଳୟ ନିକଟରେ ରହିଥିବା ଅନ୍ୟ ଏକ କୋଠରୀରେ ରଜନୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ରଜନୀ ବେକରେ ରଶି ଲଗାଇ ଝୁଲୁଥିବା ଦେଖିବାକୁ ମିଳିଥିଲା।

ତେବେ ଏହା ଆତ୍ମହତ୍ୟା ନା ହତ୍ୟା, ତାହା ଜଣାପଡ଼ି ନାହିଁ। ରାମପୁର ଥାନା ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ମହିଳା କର୍ମଚାରୀଙ୍କ ସ୍ୱାମୀଙ୍କ ଦେହାନ୍ତ ପରେ ସେ 2010 ମସିହାରୁ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ନିଯୁକ୍ତି ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos