ମମତାର ଋଣ ଏମିତି ଶୁଝିଲା ବୋହୂ! ଘରୁ ବାହାରିଲା ଶାଶୂର ପୋକ ସାଲୁବାଲୁ ଶବ

ନବରଙ୍ଗପୁର (ନବଘନ ବିଷୋୟୀ): ନିଜ ଜନ୍ମକଲା ପୁଅ ପ୍ରତି ଥିଲା ମାଆର ଅଜସ୍ର ସ୍ନେହ ଓ ଭଲ ପାଇବା। ସେଥିପାଇଁ ତ ସ୍ୱାମୀଙ୍କ ମୃତ୍ୟୁ ପରେ ଦୁଇ ଚାକିରିଆ ପୁଅଙ୍କ ପାଖକୁ ନଯାଇ ବେରୋଜଗାରୀଆ ବଡ଼ପୁଅ ପାଖରେ ରହୁଥିଲେ। ହେଲେ ଦିନେ ତାଙ୍କର ସେହି ଜିଦ୍‌ ତାଙ୍କୁ ମୃତ୍ୟୁ ମୁଖରେ ପକାଇବ, ଏକଥା ସେ କେବେ ଭାବି ନଥିଲେ। ଆଉ ଯେଉଁ ପୁଅ ପାଖରେ ରହୁଥିଲେ, ତାଙ୍କ ଘର ଭିତରୁ ବାହାରିଲା ମାଆ କୁସୁମ ନାୟକଙ୍କ ପୋକ […]

Nowrangpur

Nowrangpur

Manoranjan Sial
  • Published: Friday, 08 October 2021
  • Updated: 08 October 2021, 08:06 PM IST

Sports

Latest News

ନବରଙ୍ଗପୁର (ନବଘନ ବିଷୋୟୀ): ନିଜ ଜନ୍ମକଲା ପୁଅ ପ୍ରତି ଥିଲା ମାଆର ଅଜସ୍ର ସ୍ନେହ ଓ ଭଲ ପାଇବା। ସେଥିପାଇଁ ତ ସ୍ୱାମୀଙ୍କ ମୃତ୍ୟୁ ପରେ ଦୁଇ ଚାକିରିଆ ପୁଅଙ୍କ ପାଖକୁ ନଯାଇ ବେରୋଜଗାରୀଆ ବଡ଼ପୁଅ ପାଖରେ ରହୁଥିଲେ। ହେଲେ ଦିନେ ତାଙ୍କର ସେହି ଜିଦ୍‌ ତାଙ୍କୁ ମୃତ୍ୟୁ ମୁଖରେ ପକାଇବ, ଏକଥା ସେ କେବେ ଭାବି ନଥିଲେ। ଆଉ ଯେଉଁ ପୁଅ ପାଖରେ ରହୁଥିଲେ, ତାଙ୍କ ଘର ଭିତରୁ ବାହାରିଲା ମାଆ କୁସୁମ ନାୟକଙ୍କ ପୋକ ସାଲୁବାଲୁ ମୃତଦେହ। କୁହାଯାଉଛି, ବଡ଼ପୁଅଙ୍କ ମୃତ୍ୟୁ ପରେ ବଡ଼ବୋହୂ ତାଙ୍କୁ ନିର୍ଯାତନା ଦେଇ ଘର ଭିତରେ ବନ୍ଦୀ କରି ରଖିଥିଲେ।

ଉମରକୋଟ ସହର ଶିବାଜୀ ନଗରରେ ବାସ କରନ୍ତି ଭାଗିରଥୀ ନାୟକ। ତାଙ୍କର ପରିବାର କହିଲେ ପତ୍ନୀ କୁସୁମ ନାୟକ ଓ ବଡ଼ ପୁଅ ଗୁପ୍ତ, ମଝିଆ ଗୋପାଳ ଓ ସାନପୁଅ। ଭାଗିରଥୀ ପୋଷ୍ଟାଲ୍‌ ବିଭାଗରେ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଥିଲେ। ଚାକିରିରୁ ଅବସର ପରେ ଶିବାଜୀ ନଗରସ୍ଥିତ ପୈତୃକ ଘରେ ରହୁଥିଲେ। ବଡ଼ପୁଅ ବେରୋଜଗାର ଥିବାରୁ ଭାଗିରଥୀ ନାୟକଙ୍କ ପେନ୍‌ସନ୍‌ରେ ଚଳେ ଘରେ।

ମଝିଆ ପୁଅ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିବା ବେଳେ ସାନ ପୁଅ ନବରଙ୍ଗପୁର ଜିଲ୍ଲାରେ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଅଛନ୍ତି। ଏମାନେ ବାହାରେ ରୁହନ୍ତି। ୨୦୨୦ ମସିହାରେ ଭାଗିରଥୀଙ୍କ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସ୍ୱାମୀଙ୍କ ମୁତ୍ୟୁ ପରେ ପତ୍ନୀ କୁସୁମ ଦୁଇ ଚାକିରିଆ ପୁଅଙ୍କ ପାଖକୁ ନଯାଇ ବଡ଼ପୁଅ ଓ ବୋହୂଙ୍କ ପାଖରେ ରହୁଥିଲେ। ତାଙ୍କୁ ଜୀବନଠାରୁ ଅଧିକ ଭଲ ପାଉଥିଲେ କୁସୁମ। ତାଙ୍କ ଉଦ୍ଦେଶ୍ୟ ଥିଲା, ଯାହା ପେନସନ୍‌ ଟଙ୍କା ପାଉଛନ୍ତି, ସେଥିରେ ବଡ଼ପୁଅଙ୍କ ପରିବାର କିପରି ଭଲରେ ରହିବେ। ମଝିଆ ଓ ସାନ ପୁଅ ଯେତେ ଡାକୁଥିଲେ ମଧ୍ୟ କୁସୁମ ସେମାନଙ୍କ ପାଖକୁ ଯାଉନଥିଲେ।

ଶାଶୂ କୁସୁମଙ୍କୁ ଭଲ ପାଉନଥିଲେ ବଡ଼ବୋହୂ। କଥା କଥାରେ ଗାଳି ଦେଉଥିଲେ। କିନ୍ତୁ କୁସୁମ ସବୁ ସହି ଯାଉଥିଲେ। ଏହାରି ଭିତରେ ୬ ମାସ ତଳେ ବଡ଼ପୁଅଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ଶାଶୂଙ୍କୁ ନିର୍ଯାତନା ଦେବା ଆରମ୍ଭ କଲେ ବଡ଼ବୋହୂ। ଏପରିକି ଶାଶୂ କୁସୁମଙ୍କୁ ଅଲଗା ଗୋଟିଏ କୋଠରୀରେ ପୂରାଇ ଦେଲେ। କାହା ସହିତ ମିଳାମିଶା କରିବାକୁ ଦେଲେନାହିଁ। ତାଙ୍କର ଯତ୍ନ ନେବା ତ ଦୂରର କଥା।

ବନ୍ଦୀ ଜୀବନ କାଟୁଥିବା ବେଳେ ଘର ଭିତରେ କେତେବେଳେ କୁସୁମଙ୍କ ପ୍ରାଣବାୟୁ ଉଡ଼ିଗଲା କେହି ଜାଣିପାରିଲେ ନାହିଁ। ସେହି ଘର ଭିତରେ ବଡ଼ ବୋହୂ ଓ ତାଙ୍କ ପରିବାର ରହୁଥିଲେ ଜାଣିପାରୁନଥିଲେ। ତେବେ ଘର ଭିତରୁ ପଚା ଗନ୍ଧ ବାହାରିବା ଦେଖି ସାହି ଲୋକେ କୁସୁମଙ୍କ ସାନ ବୋହୂ ମନ୍ଦିରା ନାୟକଙ୍କୁ ଜଣାଇଥିଲେ। ଏହା ପରେ ସେ ଉମରକୋଟରେ ପହଞ୍ଚି ଶାଶୂଙ୍କୁ ଦେଖା କରିବାକୁ ଚାହିଁଥିଲେ। ମାତ୍ର ବଡ଼ ଯାଆ ଦେଖା କରିବାକୁ ଦେଲେ ନାହିଁ।

ମନ୍ଦିରା ଏନେଇ ତାଙ୍କ ମଝିଆ ଯାଆଙ୍କୁ ଖବର ଦେଇଥିଲେ। ଖବର ପାଇ ମଝିଆ ପୁଅ ଓ ବୋହୂ ସେଠାରେ ପହଞ୍ଚି ଥିଲେ। ସାହି-ଭାଇଙ୍କ ସହଯୋଗରେ ମନ୍ଦିରା, ତାଙ୍କ ମଝିଆ ଯାଆ ଓ ଦେଢ଼ଶୁର ଘର ଭିତରେ ପଶିଥିଲେ। ଘରେ ଭିତରେ କୁସୁମଙ୍କ ମୃତଦେହ ପଚି ପୋକ ସାଲୁବାଲୁ ହୋଇଥିବା ଦେଖିବାକୁ ମିଳିଥିଲା। ପରେ ଏନେଇ ସେମାନେ ଉମରକୋଟ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ଶାଶୂଙ୍କ ମୃତ୍ୟୁ ନେଇ ସାନ ବୋହୂ ମନ୍ଦିରା ନାୟକ ଏନେଇ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଶାଶୂଙ୍କ ମୃତ୍ୟୁ କେବେ ହେଲା? ମୃତ୍ୟୁ ପଛରେ ଯେଉଁମାନେ ଦାୟୀ, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ମନ୍ଦିରା ଦାବି କରିଛନ୍ତି।

ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ଏହା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story