ବସ୍‌ ହେଲ୍‌ପର୍‌ଙ୍କ ମୃତଦେହ ଉଦ୍ଧାର

ଉଦଳା (ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ ଏକ ପୋଲ ତଳୁ ଜଣେ ବସ୍‌ ହେଲ୍‌ପର୍‌ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଦୁର୍ଗା ସିଂହ। ଟ୍ୟାକ୍ସିଷ୍ଟାଣ୍ଡ ନିକଟସ୍ଥ କେନାଲ୍ ପୋଲ ତଳୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ସେ ଉଦଳାରୁ ବାରିପଦା ଯାଉଥିବା ‘ସାହୁ ବସ୍‌’ରେ ହେଲପର୍‌ ଭାବେ କାମ କରୁଥିଲେ। ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଶବବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ୍ ସୂଚନା ଦେଇଛି। ଏହା ସହିତ ପୁଲିସ୍‌ ଘଟଣାର ତଦନ୍ତ କରୁଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।