ସ୍ୱାମୀସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଅନାଥ ହୋଇଗଲା ୮ ବର୍ଷର ଝିଅ

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧାରେ ଅଭାବନୀୟ ଘଟଣା।  ଏକ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଖୋର୍ଦ୍ଧା ଟାଉନ୍ ଥାନା ସାମନ୍ତରାପୁର ଠେଙ୍ଗାହାଟ ଛକରେ ଏକ ଘରୁ ଏହି ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘରର ଦୁଇଟି ପୃଥକ ପୃଥକ କୋଠରୀରେ ମୃତଦେହ ଦୁଇଟି ଝୁଲି ରହିଥିଲା। ମୃତ ଦମ୍ପତି ହେଲେ ସୌମ୍ୟକାନ୍ତ ନାୟକ ଓ ସୁଚିସ୍ମିତା ପଟ୍ଟନାୟକ। ଏମାନଙ୍କ ନିଜ ଘର ବାଙ୍କିର ପଥୁରିଆପଡ଼ା ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେମାନଙ୍କର ଗୋଟିଏ ୮ ବର୍ଷର ଝିଅ […]

llll

llll

Rakesh Mallick
  • Published: Sunday, 24 June 2018
  • Updated: 24 June 2018, 10:30 PM IST

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧାରେ ଅଭାବନୀୟ ଘଟଣା।  ଏକ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଖୋର୍ଦ୍ଧା ଟାଉନ୍ ଥାନା ସାମନ୍ତରାପୁର ଠେଙ୍ଗାହାଟ ଛକରେ ଏକ ଘରୁ ଏହି ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘରର ଦୁଇଟି ପୃଥକ ପୃଥକ କୋଠରୀରେ ମୃତଦେହ ଦୁଇଟି ଝୁଲି ରହିଥିଲା। ମୃତ ଦମ୍ପତି ହେଲେ ସୌମ୍ୟକାନ୍ତ ନାୟକ ଓ ସୁଚିସ୍ମିତା ପଟ୍ଟନାୟକ। ଏମାନଙ୍କ ନିଜ ଘର ବାଙ୍କିର ପଥୁରିଆପଡ଼ା ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେମାନଙ୍କର ଗୋଟିଏ ୮ ବର୍ଷର ଝିଅ ଅଛି। ତେବେ କେଉଁ ପରିସ୍ଥିତିରେ ଓ କାହିଁକି ଉଭୟଙ୍କର ଏଭଳି ଅବସ୍ଥାରେ ମୃତ୍ୟୁ ଘଟିଛି, ତାହା ଜଣାପଡ଼ି ନାହିଁ। ଏହା ହତ୍ୟା ନା ଆତ୍ମହତ୍ୟା ତାହା ବି ଜଣାପଡ଼ିନି।

ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ସୌମ୍ୟକାନ୍ତ ଖୋର୍ଦ୍ଧା ଶିଳ୍ପାଞ୍ଚଳର ଏକ କମ୍ପାନୀରେ କାମ କରୁଥିଲେ। କମ୍ପାନୀ କର୍ତ୍ତୃପକ୍ଷ ଦୀର୍ଘ ଦିନ ଧରି ପାରିଶ୍ରମିକ ଟଙ୍କା ଦେଉ ନଥିଲେ। ଏହାକୁ କେନ୍ଦ୍ର କରି ସେ ବହୁତ ମାନସିକ ଚାପରେ ଥିଲେ ବୋଲି ତାଙ୍କ ଭାଇ ଅଭିଯୋଗ କରିଛନ୍ତି।

ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଛି ତଦନ୍ତ କରୁଛୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos