ଘରୁ ସ୍ୱାମୀସ୍ତ୍ରୀଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର(ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ଜଜାଙ୍ଗ ରୁଙ୍ଗଟା ଖଣି ଅଫିସର୍ସ କଲୋନୀ ସ୍ଥିତ ଏକ ଘରୁ ସ୍ୱାମୀସ୍ତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ସୁଜିତ୍ ହେମ୍ବ୍ରମ୍‌ ଓ ତାଙ୍କ ସ୍ତ୍ରୀ। ସୁଜିତ୍‌ ରୁଙ୍ଗଟା କମ୍ପାନୀରେ ମେକାନିକାଲ୍‌ ଇଞ୍ଜିନିୟର୍‌ ଭାବେ କାମ କରୁଥିଲେ। ଆଜି ସକାଳେ କୌଣସି କାମ ପାଇଁ ତାଙ୍କର ଜଣେ ସହକର୍ମୀ ତାଙ୍କୁ ଫୋନ୍ କରିଥିଲେ। ହେଲେ ସୁଜିତ୍ ଫୋନ୍ ନ ଉଠାଇବାରୁ ସେ ତାଙ୍କ ଘରକୁ ଆସିଥିଲେ। ହେଲେ […]

deadbody

Jitendra Garnayak
  • Published: Sunday, 09 December 2018
  • , Updated: 09 December 2018, 02:31 PM IST

କେନ୍ଦୁଝର(ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ଜଜାଙ୍ଗ ରୁଙ୍ଗଟା ଖଣି ଅଫିସର୍ସ କଲୋନୀ ସ୍ଥିତ ଏକ ଘରୁ ସ୍ୱାମୀସ୍ତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ସୁଜିତ୍ ହେମ୍ବ୍ରମ୍‌ ଓ ତାଙ୍କ ସ୍ତ୍ରୀ।

ସୁଜିତ୍‌ ରୁଙ୍ଗଟା କମ୍ପାନୀରେ ମେକାନିକାଲ୍‌ ଇଞ୍ଜିନିୟର୍‌ ଭାବେ କାମ କରୁଥିଲେ। ଆଜି ସକାଳେ କୌଣସି କାମ ପାଇଁ ତାଙ୍କର ଜଣେ ସହକର୍ମୀ ତାଙ୍କୁ ଫୋନ୍ କରିଥିଲେ। ହେଲେ ସୁଜିତ୍ ଫୋନ୍ ନ ଉଠାଇବାରୁ ସେ ତାଙ୍କ ଘରକୁ ଆସିଥିଲେ। ହେଲେ ସେ ସେଠାରେ ସୁଜିତ୍‌ ଓ ତାଙ୍କ ସ୍ତ୍ରୀଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ।

ପାରିବାରିକ କଳହରୁ ଏପରି ଘଟଣା ଘଟିଥିବା ଅନୁମାନ କରାଯାଉଛି। ତେବେ ପୁଲିସ୍ ତଦନ୍ତ ପରେ ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡ଼ିବ।

Related story