ଡେଲିଭରି ବୟଙ୍କ ମୃତଦେହ ଉଦ୍ଧାର

କଟକ (ଓଡ଼ିଶା ରିପୋର୍ଟର): ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ନିକଟରୁ ଜଣେ ଡେଲିଭରି ବୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ନିରାକାର ବେତାଳ। ସେ ସିଡିଏ ୭ ଅଞ୍ଚଳର ବାସିନ୍ଦା ଥିଲେ। ପୁଲିସ୍ ଘଟଣାସ୍ଥଳରୁ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ରାସ୍ତା କଡ଼ରେ ତାଙ୍କର ବାଇକ୍ ପଡ଼ିଥିଲା। ଖଣ୍ଡବିଖଣ୍ଡିତ ବାଇକ୍‌କୁ ଦେଖି ତାଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ ବୋଲି ପୁଲିସ୍ ଅନୁମାନ କରୁଛି। ତେବେ ପୁଲିସ୍ ଘଟଣାର ତଦନ୍ତ କରୁଛି। ଘରେ ଖାଦ୍ୟ ପହଞ୍ଚାଇବା […]

Bike

Jitendra Garnayak
  • Published: Sunday, 17 July 2022
  • , Updated: 17 July 2022, 02:36 PM IST

କଟକ (ଓଡ଼ିଶା ରିପୋର୍ଟର): ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ନିକଟରୁ ଜଣେ ଡେଲିଭରି ବୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ନିରାକାର ବେତାଳ। ସେ ସିଡିଏ ୭ ଅଞ୍ଚଳର ବାସିନ୍ଦା ଥିଲେ।

ପୁଲିସ୍ ଘଟଣାସ୍ଥଳରୁ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ରାସ୍ତା କଡ଼ରେ ତାଙ୍କର ବାଇକ୍ ପଡ଼ିଥିଲା। ଖଣ୍ଡବିଖଣ୍ଡିତ ବାଇକ୍‌କୁ ଦେଖି ତାଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ ବୋଲି ପୁଲିସ୍ ଅନୁମାନ କରୁଛି। ତେବେ ପୁଲିସ୍ ଘଟଣାର ତଦନ୍ତ କରୁଛି।

ଘରେ ଖାଦ୍ୟ ପହଞ୍ଚାଇବା ପାଇଁ ଅନ୍‌ଲାଇନ୍‌ରେ ଅର୍ଡର ଗ୍ରହଣ କରୁଥିବା ଏକ କମ୍ପାନୀରେ ନିରାକାର ଡେଲିଭରି ବୟ ଭାବେ କାର୍ଯ୍ୟ କରୁଥିଲେ। ଗତକାଲି ରାତିରେ ନିରାକାର ଡେଲିଭରି ଦେବା ପାଇଁ ଯିବା ବେଳେ କିଛି ଘଟିଥିଲା ବୋଲି କୁହାଯାଉଛି। ଅନ୍ୟପକ୍ଷରେ ତାଙ୍କ ପରିବାର ଲୋକେ କ୍ଷତିପୂରଣ ଦାବି କରିଛନ୍ତି।

Related story