ଅବସରପ୍ରାପ୍ତ ପୁଲିସ୍‌ ଅଧିକାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଉମରକୋଟ (ଓଡ଼ିଶା ରିପୋର୍ଟର): ଜଣେ ଅବସରପ୍ରାପ୍ତ ପୁଲିସ୍‌ ଅଧିକାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ପ୍ରେମଚାନ୍ଦ ବାଗ୍‌ (୬୨)। ଘଟଣା ଘଟିଛି ନବରଙ୍ଗପୁର ସହରରେ। ପ୍ରେମଚାନ୍ଦ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ନିକଟରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ସେନାପତି ସାହିରେ ରହୁଥିଲେ। ପ୍ରେମଚାନ୍ଦ ଜଣେ ଅବସରପ୍ରାପ୍ତ ଅତିରିକ୍ତ ସବ୍‌ ଇନ୍ସପେକ୍ଟର ବୋଲି ନବରଙ୍ଗପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ କରୁଛି। ତାଙ୍କ ମୃତ୍ୟୁର […]

death

Jitendra Garnayak
  • Published: Sunday, 09 December 2018
  • , Updated: 09 December 2018, 11:54 AM IST

ଉମରକୋଟ (ଓଡ଼ିଶା ରିପୋର୍ଟର): ଜଣେ ଅବସରପ୍ରାପ୍ତ ପୁଲିସ୍‌ ଅଧିକାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ପ୍ରେମଚାନ୍ଦ ବାଗ୍‌ (୬୨)। ଘଟଣା ଘଟିଛି ନବରଙ୍ଗପୁର ସହରରେ।

ପ୍ରେମଚାନ୍ଦ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ନିକଟରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ସେନାପତି ସାହିରେ ରହୁଥିଲେ।

ପ୍ରେମଚାନ୍ଦ ଜଣେ ଅବସରପ୍ରାପ୍ତ ଅତିରିକ୍ତ ସବ୍‌ ଇନ୍ସପେକ୍ଟର ବୋଲି ନବରଙ୍ଗପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ କରୁଛି। ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

Related story