ଡ୍ରେନ୍‌ରୁ ମିଳିଲା ୪ ବର୍ଷର ଶିଶୁପୁତ୍ରର ମୃତଦେହ, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

କାମାକ୍ଷାନଗର (ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ସୋଗର ଗାଁ ଝଗଡ଼ପଦା ସାହିରେ ଏକ ୪ ବର୍ଷର ଶିଶୁପୁତ୍ରକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ମୃତ ଶିଶୁଟିର ନାଁ ରୁଦ୍ରାକ୍ଷ ମଲ୍ଲିକ। ତା’ ବାପାଙ୍କ ନାଁ ରାଜେନ୍ଦ୍ର ମଲ୍ଲିକ। ଆଜି ଅପରାହ୍ନରେ ରୁଦ୍ରାକ୍ଷ ଗାଁ ପିଲାଙ୍କ ସହିତ ଖେଳୁଥିବା ବେଳେ ଗାଏବ ହୋଇଯାଇଥିଲା। ବହୁ ଖୋଜାଖୋଜି କରିବା ସତ୍ତ୍ୱେ ତା’ର ପତ୍ତା ମିଳି ନଥିଲା। ତେବେ ପରେ ଗାଁ ନିକଟସ୍ଥ କାଜୁ ଜଙ୍ଗଲ ଡ୍ରେନରେ […]

Police Station

Jitendra Garnayak
  • Published: Tuesday, 10 May 2022
  • , Updated: 10 May 2022, 06:56 PM IST

କାମାକ୍ଷାନଗର (ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ସୋଗର ଗାଁ ଝଗଡ଼ପଦା ସାହିରେ ଏକ ୪ ବର୍ଷର ଶିଶୁପୁତ୍ରକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ମୃତ ମୃତ ଶିଶୁଟିର ନାଁ ରୁଦ୍ରାକ୍ଷ ମଲ୍ଲିକ। ତା’ ବାପାଙ୍କ ନାଁ ରାଜେନ୍ଦ୍ର ମଲ୍ଲିକ। ଆଜି ଅପରାହ୍ନରେ ରୁଦ୍ରାକ୍ଷ ଗାଁ ପିଲାଙ୍କ ସହିତ ଖେଳୁଥିବା ବେଳେ ଗାଏବ ହୋଇଯାଇଥିଲା। ବହୁ ଖୋଜାଖୋଜି କରିବା ସତ୍ତ୍ୱେ ତା’ର ପତ୍ତା ମିଳି ନଥିଲା। ତେବେ ପରେ ଗାଁ ନିକଟସ୍ଥ କାଜୁ ଜଙ୍ଗଲ ଡ୍ରେନରେ ଶିଶୁଟିର ମୃତଦେହ କ୍ଷତବିକ୍ଷତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ ପରିବାର ଲୋକ। ଏ ନେଇ ସେମାନେ ପୁଲିସ୍‌କୁ ଖବର ଦେଖଇଥିଲେ।

ଘଟଣା ସ୍ଥଳରେ ତୁମୁସିଙ୍ଗା ପୁଲିସ ସହିତ କାମାକ୍ଷାନଗର ଏସଡିପିଓ ରଞ୍ଜନ କୁମାର ଦେ ପହଞ୍ଚି ମୃତଦେହକୁ ଯାଞ୍ଚ କରିବା ସହ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।

ରାଜେନ୍ଦ୍ର ମଲ୍ଲିକ ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅକୁ ସେହି ଗାଁର ଜଣେ ଯୁବକ ମାରିଛନ୍ତି। ସେ ଛୋଟ ଛୋଟ ପିଲାଙ୍କ ସହିତ ଅପ୍ରାକୃତିକ ଯୌନ ସଂପର୍କ ରଖୁଥିବା ନେଇ ପୂର୍ବରୁ ଅଭିଯୋଗ ରହିଥିବା ବେଳେ ତା’ ଉପରେ ସେମାନଙ୍କର ସନ୍ଦେହ ହେଉଛି।

ପୁଲିସ୍ ଅଭିଯୋଗ ପାଇବା ପରେ ଘଟଣାର ତନାଘନା କରୁଛି।

Related story